Indus Valley Times

ଏକ ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତି

 Breaking News

ଏକ ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତି

ଏକ ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତି
August 31
15:18 2021

ନୂଆଦିଲ୍ଲୀ,୩୧/୮: ସୁପ୍ରିମକୋର୍ଟର ୯ ଜଣ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଭାରତ ଇତିହାସରେ ଏହା ପ୍ରଥମ ଘଟଣା ଯାହା ଏକା ସଙ୍ଗେ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଶପଥ ଗ୍ରହଣ କରିଛନ୍ତି ।
ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍ ଭେଙ୍କଟ ରମଣ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ସଭାଗୃହରେ ହୋଇଛି ଏହି ଶପଥ ଗ୍ରହଣ ସମାରୋହ ।
ତେବେ ୯ ଜଣ ବିଚାରପତିଙ୍କ ମଧ୍ୟରୁ ତିନି ଜଣ ମହିଳା ବିଚାରପତି ଶପଥ ନେଇଛନ୍ତି । ସୂଚନା ଥାଉକି, ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ । ତେବେ ନଅ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ଜଜଙ୍କ ସଂଖ୍ୟା ୩୪ ।
ଏହି ନଅ ଜଜ ହେଉଛନ୍ତି, ବିଚାରପତି ଅଭୟ ଶ୍ରୀନିବାସ ଓକା, ବିଚାରପତି ବିକ୍ରମ ନାଥ, ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ଵରୀ, ବିଚାରପତି ହିମା କୋହଲି ଓ ବିଚାରପତି ବିଭି ନାଗରତ୍ନା, ବିଚାରପତି ସିଟି ରବିକୁମାର, ବିଚାରପତି ଏମଏମ ସୁନ୍ଦରେଶ, ବିଚାରପତି ବେଲା ଏମ ତ୍ରିବେଦୀ ଓ ପିଏସ ନରସିମାହ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031