Legatus

ଏନଏସିରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ,ଭିଜିଲାନ୍ସ ତଦନ୍ତ ଦାବି

 Breaking News

ଏନଏସିରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ,ଭିଜିଲାନ୍ସ ତଦନ୍ତ ଦାବି

September 02
10:39 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୯: ବୌଦ୍ଧ ଏନଏସିରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଦାବିରେ ସହରର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଆଜି ବୌଦ୍ଧ ସହରର ରାମଲୀଳା ପଡିଆରୁ ବିଜେପିର ବରିଷ୍ଠ ନେତା ଓ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ହାତରେ ପ୍ଲାକାର୍ଡ ଓ ବିଭିନ୍ନ ସ୍ଳୋଗାନ ଦେଇ ମେଡିକାଲ ଛକ, ଗାନ୍ଧୀଛକ, ଏନଏସି ଛକଦେଇ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ସେଠାରେ ପହଞ୍ଚିବାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
୧୦ ଦଫା ଦାବି ସମ୍ବଳିତ ଦାବିପତ୍ରକୁ ପଢିବାପରେ ଏନଏସିରେ ହେଉଥିବା ଦୁର୍ନୀତି ଉପରେ ବିଜେପି ନେତାମାନେ ବର୍ଷିଥିଲେ । ଦାବିଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)ରେ ବ୍ୟାପକ ଅନିୟମିତତା, ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚଂଚକତା କରି ଆବାସଗୃହ ଯୋଗାଇ ଦିଆଯାଇଥିବାବେଳେ ପ୍ରକୃତ ଗରିବ ହିତାଧିକାରୀ ମାନଙ୍କୁ ଯୋଜନାରୁ ବାଦ୍‌ଦେବାକୁ ଏହାର ଆବଶ୍ୟକ ତଦନ୍ତ କରାଯାଇ ଜାଲିଆତି କରି ଆବାସ ଯୋଜନା ହାତେଇଥିବା ହିତାଧିକାରୀ ଓ ତାଙ୍କୁ ସହଯୋଗ କରିଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସଶକ୍ତିକରଣ ପାଇଁ ମୁକ୍ତା ଯୋଜନାରେ ଠିକାଦାର ପୋଷଣ ନୀତି ଚାଲିଛି । ଫଳରେ ଯୋଜନାରେ ବାସ୍ତବ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଫଳ ହୋଇଥିବା, ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ବୌଦ୍ଧ ସହରର ବାପୁଜୀନଗର, ରାଜନପାଲି ଓ ଖଲିଆବଗିଚା ପୋଖରୀ ଖନନ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା (ଅମୃତ ଯୋଜନା)ର ଅନୁସରଣ କରାଯାଇନଥିବା, ସହରର କେତେକ ଅନାବଶ୍ୟକୀୟ ସ୍ଥାନରେ ପାର୍କ ଓ ଜିମ୍‌୍ ପ୍ରତିଷ୍ଠାକରି ଲକ୍ଷଲକ୍ଷ ଟଙ୍କାର ସରକାରୀ ଅନୁଦାନ ହଡପ କରାଯିବା, ସ୍ୱଚ୍ଛଭାରତ ଯୋଜନାରେ ବ୍ୟାପକ କେନ୍ଦ୍ରୀୟ ଅନୁଦାନ ବୌଦ୍ଧ ଏନଏସିକୁ ମିଳୁଥିଲେ ମଧ୍ୟ ଲୋକଙ୍କୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକ

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31