Indus Valley Times

ଏପ୍ରିଲ୍‌ ୨୯ରୁ ମାଟ୍ରିକ୍ ପରୀକ୍ଷା: ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

 Breaking News

ଏପ୍ରିଲ୍‌ ୨୯ରୁ ମାଟ୍ରିକ୍ ପରୀକ୍ଷା: ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏପ୍ରିଲ୍‌ ୨୯ରୁ ମାଟ୍ରିକ୍ ପରୀକ୍ଷା: ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
March 15
08:30 2022

ଭୁବନେଶ୍ୱର ,15/3: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ(ଏସ୍‌ଏ-୨), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ମେ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ପରୀକ୍ଷା କେବଳ ପ୍ରଥମ ସିଟିଂରେ ହେବ। ମୋଟ ୮୦ ନମ୍ବର ପରୀକ୍ଷା ହେବ ଓ ପରୀକ୍ଷାର ଅବଧି ୨ ଘଣ୍ଟା ରହିବ (ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍‌)। ପିଲାମାନେ ନିଜ ସ୍କୁ‌ଲରେ ପରୀକ୍ଷା ଦେବେ। ଯେଉଁ ସ୍କୁଲରେ ପରୀକ୍ଷା ହୋଇପାରିବ ନାହିଁ, ସେସ୍କୁଲ ପିଲା ପାଖ ସ୍କୁଲରେ ପରୀକ୍ଷା ଦେବେ। ମାଟ୍ରିକ୍ ପରୀକ୍ଷା ପାଇଁ ୪ ସେଟ୍‌ର ପ୍ରଶ୍ନପତ୍ର ପ୍ରସ୍ତୁତି ହୋଇଛି। ପରୀକ୍ଷା ଦୁଇଟି ସିଟିଂରେ ହେବାକୁ ଥିବାବେଳେ ମାଟ୍ରିକ୍ ପ୍ରଥମ ସିଟିଂରେ (ସକାଳ ୮ରୁ ୧୦ଟା ହେବ। ମଧ୍ୟମା ଓ ମୁକ୍ତବିଦ୍ୟାଳୟର ୩/୪ଟି ପରୀକ୍ଷା ଦ୍ବିତୀୟ ସିଟିଂ (୧୧ଟାରୁ ଅପରାହ୍ନ ୧ଟା)ରେ ଅନୁ‌ଷ୍ଠିତ ହେବ।

ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ବିଷୟରେ ସୂଚନା ଦେଇ କହିଲେ‌ ଯେ, ଆସନ୍ତା ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ତିନି ପଦ୍ଧତିରେ କରାଯିବ। ତିନିଟି ପଦ୍ଧତିରୁ ଯେଉଁଥିରେ ପରୀକ୍ଷାର୍ଥୀ ସର୍ବାଧିକ ନମ୍ବର ରଖୁଥିବେ, ତାହାକୁ ଚୂଡ଼ାନ୍ତ ଫଳ ଭାବେ ବିଚାର କରାଯିବ ବୋଲି ସଭାପତି ରାମାଶିଷ ହାଜରା କହିଥିଲେ।

ପରୀକ୍ଷା ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରଦାନ କରି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଲେ, ମାଟ୍ରିକ୍‌ ପରୀକ୍ଷା ପ୍ରଥମ ସିଟିଂରେ ସକାଳ ୮ରୁ ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା‌େ‌ବଳେ ରାଜ୍ୟ ମୁକ୍ତ ବିଦ୍ୟାଳୟର ୩ଟି ପରୀକ୍ଷା ଓ ମଧ୍ୟମାର ଦୁଇଟି ପରୀକ୍ଷା ଦ୍ବିତୀୟ ସିଟିଂରେ (୧୧ରୁ ୧ଟା) କରାଯିବାକୁ ସ୍ଥିର ହୋଇଛି। ମାଟ୍ରିକ୍‌ର ସବୁ ବିଷୟ ୮୦ ନମ୍ବର ପରୀକ୍ଷା ହେବ ଓ ପରୀକ୍ଷା ଅବଧି ୨ଘଣ୍ଟା ରହିଥିବାବେଳେ ଗଣିତ ପାଇଁ ଅତିରିକ୍ତ ସମୟ ୧୫ମିନିଟ୍ ସମୟ ରହିଛି। ୮୦ ନମ୍ବରରୁ ୫୦ ନମ୍ବର ଏମ୍‌ସିକ୍ୟୁ ପ୍ରଶ୍ନର ଉତ୍ତରକୁ ଛାତ୍ରଛାତ୍ରୀମାନେ ଓଏମ୍‌ଆର୍‌ ଫର୍ଦ୍ଦରେ ପୂରଣ କରିବେ ଓ ୩୦ ନମ୍ବର ପ୍ରଶ୍ନର ଉତ୍ତରକୁ ପ୍ରଶ୍ନ-ଉତ୍ତର ବୁକ୍‌ଲେଟ୍‌ରେ ଲେଖିବେ। ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟର ସବ୍‌ଜେକ୍ଟିଭ୍ ବିଭାଗର ୩୦ ନମ୍ବର ପାଇଁ ୪ଟି ପ୍ରଶ୍ନ ପଡ଼ିବ ଓ ଅନ୍ୟ ବିଷୟ କ୍ଷେତ୍ରରେ ଏହି ୩୦ନମ୍ବର ପାଇଁ ୩ଟି ପ୍ରଶ୍ନ ଆସିବ। ଭୋକେସ୍‌ନାଲ ଟ୍ରେଡ୍‌ରେ ୩୦ ନମ୍ବର ଥିଓରି ଓ ୫୦ ନମ୍ବର ପ୍ରାକ୍ଟିକାଲ ପରୀକ୍ଷା ହେବ। ଥିଓରି ପରୀକ୍ଷାର ଉତ୍ତର ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ବୁକ୍‌ଲେଟରେ ଲେଖିବାକୁ ଥିବାବେଳେ ପ୍ରାକ୍ଟିକାଲ୍ ପରୀକ୍ଷା ଓସେପା ଦ୍ବାରା ନିଜ ସ୍କୁଲ୍‌ରେ କରାଯିବ। ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ୍‌ ୨ରୁ ୧୩ ମଧ୍ୟରେ କରାଯିବ।

ସେହିପରି ମଧ୍ୟମା (ସଂସ୍କୃତ ଟୋଲ) ପରୀକ୍ଷା ୪ଟି ବିଷୟ (ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ସଂସ୍କୃତ ସାହିତ୍ୟମ୍, ପ୍ରୟୋଗାତ୍ମକ ସଂସ୍କୃତ, ଓଡ଼ିଆ) ପ୍ରତ୍ୟେକ ୮୦ ନମ୍ବର (୫୦ ଏମ୍‌ସିକ୍ୟୁ ଓ ୩୦ ଦୀର୍ଘ ଉତ୍ତରମୂଳକ) ପ୍ରଶ୍ନ ଆସିବ ଓ ଅବଶିଷ୍ଟ ୪ଟି ବିଷୟ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀର ପ୍ରତି ବିଷୟ ୬୦ ନମ୍ବର (୩୦ ଏମ୍‌ସିକ୍ୟୁ ଓ ୩୦ ଦୀର୍ଘ ଉତ୍ତରମୂଳକ) ପରୀକ୍ଷା ‌ହେବ ଓ ଏହାର ଅବଧି ଦେଢ଼ ଘଣ୍ଟା ରହିବ। କିନ୍ତୁ ଗଣିତ ପାଇଁ ୧୫ ମିନିଟ ଅତିରିକ୍ତ ସମୟ ଦିଆଯିବ। ମଧ୍ୟମା ପାଇଁ ସିଙ୍ଗିଲ୍‌ ସେଟ୍‌ ପ୍ରଶ୍ନପତ୍ର ରହିବ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।

ଦଶମ ଶ୍ରେଣୀ ଦ୍ବିତୀୟ ସେମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୨) ଅନୁସାରେ, ଏପ୍ରିଲ ୨୯ତାରିଖ ଶୁକ୍ରବାର ଦ୍ବିତୀୟ ଭାଷା(ଇଂରାଜୀ, ହିନ୍ଦୀ, ମୂକବଧିର ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ, ଜନସଂଖ୍ୟା), ମେ ୧ ରବିବାର ଟିଏଲ୍‌ଭି ପ୍ରାକ୍ଟିକାଲ, ମେ ୨ ସୋମବାର ଗଣିତ, ମେ ୪ ବୁଧବାର ବିଜ୍ଞାନ, ମେ ୫ ଗୁରୁବାର ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଏଲ୍‌ଟି ଇଂରାଜୀ), ମେ ୬ ଶୁକ୍ରବାର ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ,ପାର୍ସି, ସଂସ୍କୃତ), ମେ ୭ ତାରିଖ ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ଏସବୁ ପରୀକ୍ଷା ପ୍ରଥମ ସିଟିଂ ସକାଳ ୮ରୁ ୧୦ଟା ଯାଏ ଅନୁଷ୍ଠିତ ହେବ। କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ରହିବ।

ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପ୍ରତି ବିଷୟରୁ ୮୦ ନମ୍ବର( ୫୦ ସଂକ୍ଷିପ୍ତ ଓ ୩୦ ଦୀର୍ଘ) ପରୀକ୍ଷା ହେବ। ହୋମସାଇନ୍‌ସରେ ୬୫ ନମ୍ବର ଥିଓରି ଓ ୧୫ ନମ୍ବର ପ୍ରାକ୍ଟିକାଲ ପରୀକ୍ଷା ହେବ। ପେଣ୍ଟିଂରେ ୨୦ ନମ୍ବର ଥିଓରି ଓ ୬୦ ନମ୍ବର ପ୍ରାକ୍ଟିକାଲ ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ରରେ ହିଁ ହେବ। ରାଜ୍ୟ ମୁକ୍ତବିଦ୍ୟାଳୟର ନୂଆ ବ୍ୟାଚ୍‌ ଓ ବ୍ୟାକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଆସିବ।

ନବମ ଶ୍ରେଣୀ ଏସ୍‌ଏ-୨ ପରୀକ୍ଷା ଏପ୍ରିଲ୍ ୧୩ରୁ ଆରମ୍ଭ ହୋଇ ଏପ୍ରିଲ୍ ୨୧ପର୍ଯ୍ୟନ୍ତ ଚାଲିବ। ଏହା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଏମ୍‌ଆର୍‌ ବ୍ୟବସ୍ଥା ରହିବ ନାହିଁ। ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଛାତ୍ରଛାତ୍ରୀ ଉତ୍ତର ଲେଖିବେ। ନବମ ଶ୍ରେଣୀ ଏସ୍‌ଏ-୨ କାର୍ଯ୍ୟସୂଚୀ ଅନୁସାରେ ଏପ୍ରିଲ ୧୩ ବୁଧବାର ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକବଧିର ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ, ଜନସଂଖ୍ୟା), ଏପ୍ରିଲ୍‌ ୧୬ ଶନିବାର ଗଣିତ, ଏପ୍ରିଲ୍ ୧୭ ରବିବାର ଟିଏଲ୍‌ଭି ପ୍ରାକ୍ଟିକାଲ, ଏପ୍ରିଲ୍ ୧୮ ସୋମବାର ବିଜ୍ଞାନ, ଏପ୍ରିଲ ୧୯ ମଙ୍ଗଳବାର ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ, ଏଲ୍‌ଟି ଇଂରାଜୀ), ଏପ୍ରିଲ୍ ୨୦ ବୁଧବାର ସାମାଜିକ ବିଜ୍ଞାନ, ଏପ୍ରିଲ୍ ୨୧ ଗୁରୁବାର ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ) ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷାର ସମୟସୂଚୀ ମଧ୍ୟ ସକାଳ ୮ରୁ ୧୦ଟା ରହିଛି।

ଭୋକେସ୍‌ନାଲ ଟ୍ରେଡ୍‌ ଓ ଟିଏଲ୍‌ଭି ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ ୩୧ରୁ ଏପ୍ରିଲ ୮ମଧ୍ୟରେ ନିଜ ସ୍କୁଲରେ କରାଯିବ। ଏହାର ନମ୍ବରକୁ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ପଠାଇବେ। ଏପ୍ରିଲ୍ ୧୮ରୁ ଏପ୍ରିଲ୍ ୨୬ମଧ୍ୟରେ ନବମ ଖାତା ମୂଲ୍ୟାୟନ ନ୍ୟୁଟ୍ରାଲ୍‌ ସ୍କୁଲରେ କରାଯିବ। ଏପ୍ରିଲ୍ ୨୮ରେ ମାର୍କ ଯାଞ୍ଚ କରାଯିବା ସହ ଏପ୍ରିଲ୍ ୩୦ରୁ ମାର୍କ ଅପ୍‌ଲୋଡ ହୋଇ ମେ ୬ ମଧ୍ୟରେ ସରିବ ବୋଲି ଉପସଭାପତି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031