Indus Valley Times

ଏପ୍ରିଲ୍ ୧, ଉତ୍କଳ ଦିବସ: ଦେଶର ପ୍ରଥମ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା ଓଡ଼ିଶା

 Breaking News

ଏପ୍ରିଲ୍ ୧, ଉତ୍କଳ ଦିବସ: ଦେଶର ପ୍ରଥମ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା ଓଡ଼ିଶା

April 01
10:55 2025

ଓଡ଼ିଶା,୧/୪ : ଆମେ ହେଉଛି ଉତ୍କଳୀୟ । ଉତ୍କଳ ହେଉଛି ଆମର ପରିଚୟ । କଳାର ଭୂମି, ସଂସ୍କୃତି, ସମୃଦ୍ଧି ଓ ସୋନ୍ଦର୍ଯ୍ୟର ରାଜ୍ୟ ହେଉଛି ଓଡ଼ିଶା ବା ଉତ୍କଳ । ଯାହାର ନିଖୁଣ ରୂପ ପ୍ରଦର୍ଶନ କରେ ଓଡିଶୀ ନୃତ୍ୟ ଓ ଖୋଦିତ ହୋଇଥିବା କାରୁକାର୍ଯ୍ୟ ।
ଏହି ଓଡ଼ିଶା ର ଛାତି ରେ ଲୁଚି ରହିଛି ଅନେକ ଉଜ୍ଜଳତମ ଇତିହାସ ଓ ଗର୍ବ ର କାହାଣୀ । ଏହି ଇତିହାସ ସୁଦୀର୍ଘ ସଂଗ୍ରାମ ର ଗାଥା ପ୍ରଦର୍ଶନ କରିବା ସହିତ ଓଡ଼ିଶା ମାଟିର ସେହି ଅବିସ୍ମରଣୀୟ ଦିନ ୧୯୩୬ ଏପ୍ରିଲ ୧ ର କଥା ସାରା ରାଜ୍ୟ କୁ ମନେପକାଇ ଦିଏ ।
ବିରପ୍ରସବିନି ଓଡ଼ିଶା ମାଟିରେ ଜନ୍ମ ଲାଭ କରିଥିବା ବିରପୁତ୍ର ନୂତନ ଓଡ଼ିଶା ର ସ୍ବପ୍ନ ଦେଖିଥିଲେ, ଏହି ସ୍ବପ୍ନ କୁ ସାକାର କରିବା ପାଇଁ ଓଡ଼ିଶା ମାଟିର ଗର୍ବିତ ଓଡ଼ିଆ ପୁଅ ବ୍ୟାସ କବି ଫକିର ମୋହନ ସେନାପତି, ଉତ୍କଳ ମଣି ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ଉତ୍କଳ ଗୌରବ ମଧୁସୁଦନ ଦାସ, ନିଜ ଜୀବନକୁ ମାଟି ମା ର କୋଳ ରେ ଉତ୍ସର୍ଗୀକୃତ କରି ୧୯୦୩ ରେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ, ଏବଂ ବହୁ ଘାତ ପ୍ରତିଘାତ ଅତିକ୍ରମ କରି ୧୯୩୬ ଏପ୍ରିଲ ୧ ତାରିଖ ରେ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇବା ସହ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ଗ୍ରହଣ କରିଥିଲା ଯାହାକୁ ଆମେ ପ୍ରତିବର୍ଷ ଏପ୍ରିଲ ୧ ତାରିଖ କୁ ଉତ୍କଳ ଦିବସ ରୂପେ ପାଳନ କରିଆସୁଛୁ ।
ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ଭାବେ ପାଳନ କରାଯାଇ ଆସୁଛି ।
ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଆଜିର ଦିନ ଲିପିବଦ୍ଧ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
ଉତ୍କଳର ପ୍ରତ୍ୟେକ ଇତିହାସ ଆଜି ବି ସେହି ପୁରୁଣା ଗାଥାକୁ ମନେପକାଇଦିଏ । କେତେ ମହାନ ଆମ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି । ଓଡ଼ିଶୀ ନୃତ୍ୟଠୁ କୋଣାର୍କ ସୂର୍ଯ୍ୟ ମନ୍ଦିର, ପିପିଲିର ଚାନ୍ଦୁଆ ସହିତ ରଜର ପୋଡପିଠାରେ ଲେଖା ହୋଇଥାଏ ଆମ ପରମ୍ପରା ଓ ସଂସ୍କୃତିର କାହାଣୀ । ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଆମର ଭାବାବେଗ ସହିତ ଜଡିତ ରହିଥାଏ ।
ନଅ ଦିନ ପାଇଁ ରତ୍ନ ସିଂହାସନ ଛାଡି କୋଟି ଓଡ଼ିଆଙ୍କ ମଉଡ଼ମଣି ମାଉସୀ ଘରକୁ ଯାଆନ୍ତି ଜ୍ଝ ପ୍ରଭୁଙ୍କର ଏହି ଲୀଳା ଖେଳା ଦେଖିବାକୁ କାହିଁ କେତେଆଡୁ ଭକ୍ତମାନେ ଛୁଟି ଆସିଥାନ୍ତି ଜ୍ଝ ବାର ମାସରେ ତେର ପର୍ବ ଆମ ଓଡ଼ିଆଙ୍କ ପର୍ବ ପର୍ବାଣିର ଉଦାହରଣ ଦିଏ । ଆମ ଜନ୍ମସ୍ଥାନ ଓଡିଶା, ଭାଷା ଓଡ଼ିଆ ଓ ଆମ ନୃତ୍ୟ ଓଡ଼ିଶୀ । ଯାହା ସବୁଠି ବେଶ ପରିଚିତ । ଆଜି ଆମ ପାଇଁ ଏକ ଗର୍ବର ଦିନ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031