Legatus

ଏମପିକେ ହାଇସ୍କୁଲରେ ଟିପିଏନଓଡିଏଲ୍ ପକ୍ଷରୁ ‘ଉର୍ଜ୍ଜା ମହୋତ୍ସବ’:‘ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟର ଆବଶ୍ୟକତା ଜରୁରୀ’

 Breaking News

ଏମପିକେ ହାଇସ୍କୁଲରେ ଟିପିଏନଓଡିଏଲ୍ ପକ୍ଷରୁ ‘ଉର୍ଜ୍ଜା ମହୋତ୍ସବ’:‘ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟର ଆବଶ୍ୟକତା ଜରୁରୀ’

ଏମପିକେ ହାଇସ୍କୁଲରେ ଟିପିଏନଓଡିଏଲ୍ ପକ୍ଷରୁ ‘ଉର୍ଜ୍ଜା ମହୋତ୍ସବ’:‘ଭବିଷ୍ୟତ ପାଇଁ ଶକ୍ତି ସଞ୍ଚୟର ଆବଶ୍ୟକତା ଜରୁରୀ’
February 03
19:05 2024

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୩/୨ : ପିଲାଙ୍କ ମଧ୍ୟରେ ଶକ୍ତି ସଞ୍ଚୟ ଓ ଅକ୍ଷୟ ଶକ୍ତିର ବିନିଯୋଗ କରିବା ନେଇ ବିଚାରଧାରା ସୃଷ୍ଟି ଉଦ୍ଦେଶ୍ୟରେ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ବାରିପଦା ସ୍ଥିତ ଏମପିକେ ହାଇସ୍କୁଲରେ ଉର୍ଜ୍ଜା ମହୋତ୍ସବ ଆୟୋଜନ କରିଛି।
ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି ମହୋତ୍ସବର ଉଦ୍ଘାଟନ କରିଥିବାବେଳେ କାର‌୍ୟ୍ୟକ୍ରମରେ ଟିପିଏନଓଡିଏଲ ଚିଫ କମର୍ସିଆଲ ପର୍ବିନ କୁମାର ବର୍ମା, ସିଏସଆର ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଏମପିକେ ହାଇସ୍କୁଲ ପ୍ରଧାନ ଶିକ୍ଷକ ତାପସ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୨୦ଟି ବିଦ୍ୟାଳୟର ୬ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ବିଜ୍ଞାନ ପ୍ରକଳ୍ପ, ପୋଷ୍ଟର ତିଆରି, କୁଇଜ, ସ୍ଲୋଗାନ, ବକ୍ତୃତା ଆଦି ପ୍ରତିଯୋଗିତା ମାଧ୍ୟମରେ ପିଲାମାନେ ଶକ୍ତି ସଂରକ୍ଷଣ ସମ୍ପର୍କିତ ନିଜର ପରାଦର୍ଶିତା ପ୍ରତିପାଦନ କରିଥିଲେ।
ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡ. ମହାନ୍ତି ଟିପିଏନଓଡିଏଲର ଏଭଳି ପ୍ରୟାସର ଉଚ୍ଚ ପ୍ରଶଂସା କରିବା ସହ ଶକ୍ତି ସଂରକ୍ଷଣର ଅବଶ୍ୟକତା ଓ ଏହାର ଉପାୟ ବିଷୟରେ ପିଲାଙ୍କୁ ସଚେତନ କରିବା ପାଇଁ ନିଶ୍ଚୟ ସହାୟକ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।
ଏହି ପ୍ରୟାସ ପିଲାଙ୍କ ସୃଜନଶୀଳତା ବିକାଶ କରିବାରେ ମଧ୍ୟ ବେଶ୍ ପ୍ରଭାବ ପକାଇବ ବୋଲି କହିଥିଲେ। ଟିପିଏନଓଡିଏଲ ଚିଫ କମର୍ସିଆଲ ଶ୍ରୀ ବର୍ମା ଶକ୍ତି ସଂରକ୍ଷଣର ଆବଶ୍ୟକତା ଓ ପିଲାମାନଙ୍କ ଏ କ୍ଷେତ୍ରରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ସିଏସଆର ମୁଖ୍ୟ ଶ୍ରୀ ସାହୁ ଟିପିଏନଓଡିଏଲର ବିଭିନ୍ନ ସିଏସଆର କାର‌୍ୟ୍ୟକଳାପ ସମ୍ପର୍କରେ ଆଲୋଚନା କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଟିପିଏନଓଡିଏଲର ଏଭଳି ପ୍ରୟାସ ପିଲାଙ୍କୁ ଭବିଷ୍ୟତ ପାଇଁ ସଶକ୍ତ କରାଇବ ବୋଲି ଅଭିମତ ରଖିଥିଲେ। ତେବେ ଟିପିଏନଓଡିଏଲ ସିଏସଆର ଟିମର ଲୋକାଭିମୁଖୀ କାର୍ଯ୍ୟପନ୍ଥାକୁ ଟିପିଏନଓଡିଏଲ ସିଇଓ ଭାସ୍କର ସରକାର ପ୍ରଶଂସା କରିବା ସହ ଶିକ୍ଷା, ଉଦ୍ୟୋଗୀ, ସ୍ଵରୋଜଗାର, ନିଯୁକ୍ତି ଓ ମୌଳିକ ସେବାଗୁଡିକ ଦିଗରେ ସିଏସଆର ଟିମ୍ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31