Indus Valley Times

ଏସଏସଏର ବରିଷ୍ଠ ବୈଷୟିକ ପରାମର୍ଶଦାତା କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ

 Breaking News

ଏସଏସଏର ବରିଷ୍ଠ ବୈଷୟିକ ପରାମର୍ଶଦାତା କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ

August 10
11:24 2021

କେନ୍ଦୁଝର, ୧୦/୮ : ଏସଏସଏର ବରିଷ୍ଠ ବୈଷୟିକ ପରାମର୍ଶଦାତା କ୍ଷେତ୍ରବାସୀ ମହନ୍ତଙ୍କ ଘରେ ଚଢ଼ାଉ କଲା ଭିଜିଲାନ୍ସ। ଏକକାଳୀନ ଭାବେ ତାଙ୍କ ଘର ସହ କେନ୍ଦୁଝର ଜିଲ୍ଲାର ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି କାମରେ ୪ଟି ଭିଜିଲାନ୍ସ ଟିମ ନିୟୋଜିତ ହୋଇଛନ୍ତି।
୪ଟି ଭିଜିଲାନ୍ସ ଟିମରେ ୨ଜଣ ଡିଏସପି, ୪ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ରହିଛନ୍ତି। ନିଜ ଆୟଠାରୁ ତାଙ୍କ ପାଖରେ ଅଧିକ ସମ୍ପତ୍ତି ସହ ଗୋଟେ ଦୁଇ ମହଲା କୋଠା ଓ ୨ଟି କାର ରହିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ସ୍କାନରକୁ ଆସିଥିଲେ କ୍ଷେତ୍ରବାସୀ ମହନ୍ତ। ଏବେ ଛାନଭିନ ଜାରି ରହିଥିବା ବେଳେ ସବିଶେଷ ସମ୍ପତ୍ତିର ତଥ୍ୟ ଛାନଭିନ ପରେ ଜଣାପଡ଼ିପାରିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031