Indus Valley Times

ଏସସିବିରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା, କୋଭିଡ ଆକ୍ରାନ୍ତ ମହିଳାଙ୍କୁ ମିଳିଲା ପ୍ରଥମ ସେବା

 Breaking News

ଏସସିବିରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା, କୋଭିଡ ଆକ୍ରାନ୍ତ ମହିଳାଙ୍କୁ ମିଳିଲା ପ୍ରଥମ ସେବା

ଏସସିବିରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା, କୋଭିଡ ଆକ୍ରାନ୍ତ ମହିଳାଙ୍କୁ ମିଳିଲା ପ୍ରଥମ ସେବା
August 29
10:21 2021

କଟକ,୨୯/୮ : କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଆରମ୍ଭ ହୋଇଛି ଇକ୍ମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା।
ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ରାତିରେ ତାଙ୍କୁ ଏସ୍ସିବିର କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।
ଇକମୋ ଚିକିତ୍ସା ସେବା କେଉଁମାନଙ୍କୁ ଯୋଗାଇ ଦିଆଯିବ, ତାହା ଚୟନ କରିବାକୁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବିରେ ୯ଟି ଇକମୋ ମେସିନ୍ର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକର ଏସିସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ଇକ୍ମୋ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ପୂର୍ବ ଭାରତର ହବ୍ରେ ପରିଣତ କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031