Indus Valley Times

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ବିରୋଧରେ ଦାଖଲ ହେଲା ୩ ଶହ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌

 Breaking News

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ବିରୋଧରେ ଦାଖଲ ହେଲା ୩ ଶହ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ବିରୋଧରେ ଦାଖଲ ହେଲା ୩ ଶହ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌
October 09
16:06 2021

ଭୁବନେଶ୍ୱର, ୯/୧୦ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ। ଗତକାଲି ରାତିରେ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ ।
୩ଶହ ପୃଷ୍ଠାର ଚାର୍ଜସିଟ୍ରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ୍ଚିଟ୍ ଦିଆଯାଇଥିବା ବେଳେ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ ।
ତଦନ୍ତରୁ ଯେତିକି ପାଇଲୁ ଚାର୍ଜସିଟ୍ରେ ସେତିକି ହିଁ ଦେଇଛୁ । ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪(ଏ)ରେ ଚାର୍ଜସିଟ ଦାଖଲ ହୋଇଛି। CRPC ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।
ଜୁଲାଇ ୧୨ ରାତିରେ କିଛି କାଗଜ ପୋଡ଼ିବା ବେଳେ ସୌମ୍ୟରଂଜନଙ୍କ ଦେହରେ ଦୁର୍ଘଟଣା ବଶତଃ ନିଆ ଲାଗିଯାଇଥିଲା । ଯାହା ଫଳରେ ସେ ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲେ ।
କିନ୍ତୁ ସେହି ସମୟରେ ସୌମ୍ୟଙ୍କ ସହ ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ତେଣୁ ସୌମ୍ୟରଞ୍ଜନଙ୍କ ଶରୀର ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଚାର୍ଜସିଟ୍ରେ ଉଲ୍ଲେଖ ଅଛି।
ଏହି ଘଟଣାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷୟା ମନ୍ନଥ କୁମ୍ଭଙ୍କ ବିରୋଧରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଯେଉଁ ଅଭିଯୋଗ ଆଣିଥିଲେ, ସେଥିରେ କୌଣସି ପ୍ରମାଣ ମିଳିପାରି ନଥିବାରୁ ସେମାନଙ୍କୁ କ୍ଳିନଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ।ତଦନ୍ତ ବେଳେ ପ୍ରାୟ ୮୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ଅଭିଯୁକ୍ତ ମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ।
ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି କହିଥିଲେ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। ସୌମ୍ୟଙ୍କର ସରକାରୀ ବାସ ଭବନରେ ହିଁ ଏହି ଘଟଣା ଘଟିଥିଲା। ଏଥିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କର କୌଣସି ସମ୍ପୃକ୍ତି ନାହିଁ।
ଏଥିସହ ସେ କହିଥିଲେ, ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କ ବୈବାହିକ ସଂପର୍କ ଭଲ ନଥିଲା। ଏକଥା ତଦନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି। ଘଟଣା ଦିନ ସୌମ୍ୟ ଜଳୁଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରି ନଥିଲେ। ନିଜେ ନିଆଁ ଲିଭାଇ ନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ। ତେଣୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଏନେଇ ତାଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031