Indus Valley Times

ଓଏଏସ୍ ଅଧିକାରୀଙ୍କ ରଙ୍ଗୀନ ମିଜାଜକୁ ନେଇ ଚର୍ଚ୍ଚା : ଦୁଇ ଦୁଇଟା ବିବାହ ପରେ ବି ମାଟ୍ରିମୋନିଆଲରେ ଏକାଧିକ ଯୁବତୀଙ୍କୁ ଠକୁଥିବା ଅଭିଯୋଗ

 Breaking News

ଓଏଏସ୍ ଅଧିକାରୀଙ୍କ ରଙ୍ଗୀନ ମିଜାଜକୁ ନେଇ ଚର୍ଚ୍ଚା : ଦୁଇ ଦୁଇଟା ବିବାହ ପରେ ବି ମାଟ୍ରିମୋନିଆଲରେ ଏକାଧିକ ଯୁବତୀଙ୍କୁ ଠକୁଥିବା ଅଭିଯୋଗ

ଓଏଏସ୍ ଅଧିକାରୀଙ୍କ ରଙ୍ଗୀନ ମିଜାଜକୁ ନେଇ ଚର୍ଚ୍ଚା : ଦୁଇ ଦୁଇଟା ବିବାହ ପରେ ବି ମାଟ୍ରିମୋନିଆଲରେ ଏକାଧିକ ଯୁବତୀଙ୍କୁ ଠକୁଥିବା ଅଭିଯୋଗ
July 05
11:14 2021

ଜଗତସିଂହପୁର, ୫/୭ : ଜଗତସିଂହପୁର ଜିଲ୍ଲାରେ ଅବସ୍ଥାପିତ ଜଣେ ଓଏଏସ୍ ଅଧିକାରୀଙ୍କ ରଙ୍ଗିନ ମିଜାଜକୁ ନେଇ ଏବେ ବେଶ୍ ଚର୍ଚ୍ଚା। କେବଳ ଜଗତସିଂହପୁର ନୁହେଁ। ଯେଉଁ ଯେଉଁ ଜିଲ୍ଲାରେ ଏହି ଅଧିକାରୀ ଜଣକ ଯୋଗ ଦେଇଛନ୍ତି, ସବୁଠି ବିବାଦୀୟ ହୋଇପଡ଼ିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ଦୁଇ ଦୁଇଟା ବିବାହ କରିଛନ୍ତି। ପ୍ରଥମ ପତ୍ନୀଙ୍କୁ ଆଇନ ଅନୁଯାୟୀ ଏବେ ବି ଛାଡ଼ପତ୍ର ଦେଇ ନାହାନ୍ତି। ଏ ନେଇ ହାଇକୋର୍ଟରେ ମାମଲା ଚାଲିଛି। ତଥାପି ଏହି ଅଧିକାରୀ ଜଣକ ଦ୍ବିତୀୟ ବିବାହ କରିଛନ୍ତି।
ଏହାପରେ ସେ ବିବାହ ପାଇଁ ଉଦ୍ଦିଷ୍ଟ ମାଟ୍ରିମୋନିଆଲ ଆପ୍ସରେ ବିଜ୍ଞାପନ ଦେଇ ଏକାଧିକ ଯୁବତୀଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ବିବାହ କରିଥିବା ପାଇଁ ଚାହୁଁଥିବା ଯୁବକ ଯୁବତୀମାନଙ୍କ ଦ୍ବାରା ମାଟ୍ରିମୋନିଆଲ ଆପ୍ସଟି ବେଶ୍ ଆଦୃତ । ମାତ୍ର ଏହାର ଫାଇଦା ନେଇ କିଛି ବ୍ୟକ୍ତି ନିରୀହ ଯୁବତୀଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଜଗତସିଂହପୁରରେ କାର୍ଯ୍ୟରତ ସରକାରୀ ବାବୁ ଜଣକ ଏହି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ତାଙ୍କ ପ୍ରଥମ ପତ୍ନୀ ଜଣେ ପ୍ରାଶାସନିକ ଅଧିକାରୀ। ତାଙ୍କୁ ମିଛ କହିବା ସହ ନିଜକୁ ଜଣେ ଆଇପିଏସ୍ ବୋଲି ପରିଚୟ ଦେଇ ବିବାହ କରିଥିଲେ। ପରେ ଦୁହେଁ ଛାଡ଼ପତ୍ର ପାଇଁ ସ୍ଥିର କରି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଏହାପରେ ସେ ନିଜ ବ୍ୟାଚ ଆଉ ଜଣେ ଓଏଏସ୍ ଅଧିକାରୀଙ୍କୁ ଏବେ ବିବାହ କରିଛନ୍ତି। ଏହାକୁ ନେଇ ପ୍ରଥମ ପତ୍ନୀ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛନ୍ତି।
କଥା ସେତିକିରେ ଅଟକି ନାହିଁ। ସେ ମାଟ୍ରିମୋନି ଆପ୍ସରେ ନିଜର ଦୁଇଟି ଆକାଉଣ୍ଟ ଖୋଲିଛନ୍ତି। ଗୋଟିଏରେ ସେ ନିଜର ବିବାହ ବିଚ୍ଛେଦ ଓ ଆଉ ଗୋଟିଏରେ ଅବିବାହିତ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ବହୁ ଯୁବତୀଙ୍କୁ ସେ ନିଜ ଜାଲରେ ଫସାଇବାରେ ସଫଳ ମଧ୍ୟ ହୋଇଛନ୍ତି। ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ସ୍ଥିର କରାଯାଇଥିଲା। ଶେଷରେ ଉକ୍ତ ଯୁବତୀଙ୍କ ପରିବାର ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଏହି ଅଧିକାରୀଙ୍କ ସମ୍ପର୍କରେ ଯାଞ୍ଚ କରିଥିଲେ। ଫଳରେ ଏହି ବିବାହ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଜଣେ ଯୁବତୀ ଏହି ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।
ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ତାଙ୍କର ଏପରି କାରାନାମା ଜଣାପଡ଼ିବା ପରେ ତାଙ୍କୁ ଜିଲ୍ଲାରେ କୌଣସି ଦାୟିତ୍ବରେ ତାଙ୍କୁ ରଖାଯାଇ ନାହିଁ। ଏହାସହ ଏମିତି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଖୋଦ୍ ଜିଲ୍ଲାପାଳ କୁଆଡ଼େ ତାଙ୍କୁ ତାଗିଦ କରିଛନ୍ତି। ତଥାପି ଏହି ବାବୁଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ୁ ନାହିଁ। ଏମିତି ଜଣେ ଅଧିକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ଜିଲ୍ଲା ବଦନାମ୍ ହେବା ପୂର୍ବରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031