Indus Valley Times

ଓଡ଼ିଆ ଆଇଏଫ୍ଏସ୍ ଅଫିସର ଦିନେଶ କୁମାର ପଟ୍ଟନାୟକ ସ୍ପେନରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତି

 Breaking News

ଓଡ଼ିଆ ଆଇଏଫ୍ଏସ୍ ଅଫିସର ଦିନେଶ କୁମାର ପଟ୍ଟନାୟକ ସ୍ପେନରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତି

ଓଡ଼ିଆ ଆଇଏଫ୍ଏସ୍ ଅଫିସର ଦିନେଶ କୁମାର ପଟ୍ଟନାୟକ ସ୍ପେନରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତି
November 02
10:50 2021

ଭୁବନେଶ୍ୱର ୨/୧୧ : ଓଡ଼ିଆ ଆଇଏଫ୍ଏସ୍ ଅଫିସର ଦିନେଶ କୁମାର ପଟ୍ଟନାୟକ ସ୍ପେନ୍ରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତି ପାଇଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ଦିନେଶ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ବା ଆଇସିସିଆରର ମହାନିର୍ଦ୍ଦେଶକ ଅଛନ୍ତି । ସେ ୧୯୯୦ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିବାରୁ ସେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଦିନେଶ ଖୁବ୍ଶୀଘ୍ର ସ୍ପେନ୍ରେ ଏହି ଦାୟିତ୍ୱ ନେବେ ।
ପୂର୍ବରୁ ସେ ଜେନେଭା, ଢାକା, ବେଜିଂ ଓ ଭିଏତ୍ନାମାସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଥିଲେ । ଏହାସହ ୟୁରୋପ, ଆଫ୍ରିକା ଓ ଜାତିସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ସମ୍ଭାଳିଛନ୍ତି ।
ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଭିଏତ୍ନାମାରେ ଡେପୁଟି ଆମ୍ବାସାଡର୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ କାମ୍ବୋଡିଆର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିସହିତ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ ଲଣ୍ଡନରେ ଡେପୁଟି ହାଇ କମିଶନର ଭାବେ ନିଯୁକ୍ତି ପାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031