Indus Valley Times

ଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର ସମ୍ମାନ

 Breaking News

ଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର ସମ୍ମାନ

ଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର ସମ୍ମାନ
July 06
21:09 2024

ଭୁବନେଶ୍ୱର, ୬/୭: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ମାର୍ଚ୍ଚ ୨୦୨୩ ରେ, ଯେତେବେଳେ ଓଏନଜିସି ଇନ୍ଧନ ଉତ୍ପାଦନ ଷ୍ଟୋରେଜ୍ ଏବଂ ଅଫଲୋଡିଂ ଜାହାଜରେ ଏକ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଜଣାଇଲେ ସେତେବେଳେ ସେ ନିର୍ଭୟରେ ଲିଡ୍ ଡାଇଭର ଭାବରେ ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନ କରି ଏକ ବିପଜ୍ଜନକ ତଥା ଡାଇଭିଂ ଅପରେସନ କରିଥିବାରୁ ତାଙ୍କୁ ଆଜି ଏହି ସମ୍ମାନ ଦିଆଯାଇଛି ।
ଉଲ୍ଲେଖ ଥାଉ କି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଗତକାଲି ଆୟୋଜିତ ପ୍ରତିରକ୍ଷା ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଯବାନମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଥିଲେ। ମୋଟ ୧୦ଟି କୀର୍ତ୍ତି ଚକ୍ର (୭ଟି ମରଣୋତ୍ତର) ଓ ୨୬ଟି ଶୌର୍ଯ୍ୟ ଚକ୍ର (୭ଟି ମରଣୋତ୍ତର) ପ୍ରଦାନ କରାଯାଇଥିଲା।
ପ୍ରତିବର୍ଷ ସାହସିକତା ପ୍ରଦର୍ଶନ କରୁଥିବା ସେନା, ସିଆରପିଏଫ, ଆଇଟିବିପି ଏବଂ ପୁଲିସର ଯବାନ ଓ ଅଧିକାରୀମାନଙ୍କୁ ବିଭିନ୍ନ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଏ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣୋତ୍ତର ଭାବେ ୭-୭ ଜଣ ସୁରକ୍ଷା କର୍ମୀଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟଚକ୍ର ପ୍ରଦାନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031