Legatus

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ବିଦାୟ କାଳୀନ ସମ୍ବର୍ଦ୍ଧନା

 Breaking News

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ବିଦାୟ କାଳୀନ ସମ୍ବର୍ଦ୍ଧନା

March 24
21:41 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୪/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ଃ.ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନ୍ତିମ ବର୍ଷ ଛାତ୍ର ଛାତ୍ରୀଙ୍କୁ ମେଲାଣି ମହୋତ୍ସବ ମାଧ୍ୟମରେ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।
ପ୍ରଥମେ ଶ୍ରୀଜଗନ୍ନାଥ ଫଟୋଚିତ୍ରରେ ଧୂପ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ମୁଖ୍ୟ ବକ୍ତା ଭାବେ ବିଭାଗର ଅଧ୍ୟାପିକା ସୁଲୋଚନା କହଁର, ଅଧ୍ୟାପିକା ସ୍ନେହଲତା ମାଝୀ, ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ପରେ ପରେ ଛାତ୍ର ଛାତ୍ରୀ ମାନେ ନିଜ ନିଜର ବିଦାୟ କାଳୀନ ମତାମତ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31