Indus Valley Times

ଓଡ଼ିଶାରୁ ଜମ୍ମୁ ଯିବେ ବିଏସଏଫ ଯବାନ; ଆତଙ୍କବାଦୀ ମୁକାବିଲା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି

 Breaking News

ଓଡ଼ିଶାରୁ ଜମ୍ମୁ ଯିବେ ବିଏସଏଫ ଯବାନ; ଆତଙ୍କବାଦୀ ମୁକାବିଲା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି

July 28
18:17 2024

ମାଲକାନଗିରି, ୨୮/୭: ମାଲକାନଗିରି ଜିଲ୍ଲାରୁ ହଟିବେ ଗୋଟିଏ ବାଟାଲିୟନ ବିଏସ୍ଏଫ୍ ଯବାନ। ବିଏସ୍ଏଫ୍ ବାଟାଲିୟନ ମାଲକାନଗିରିରୁ ଜମ୍ମୁ ଓ କାଶ୍ମୀରକୁ ଯିବେ ବୋଲି ଜଣାପଡ଼ିଛି।
ଜମ୍ମୁ ଓ କଶୀର ସୀମାରେ ପାକିସ୍ତାନ ଆତଙ୍କବାଦୀଙ୍କ ଲଗାତାର ଆକ୍ରମଣରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାପାଇଁ ଏଠାରୁ ଗୋଟିଏ ବାଟାଲିୟନ ଯବାନଙ୍କୁ ସ୍ଥାନାନ୍ତର କରାଯାଉଛି।
ଗତ ତିନି ଦିନ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ଦୁଇ ଥର ଆତଙ୍କବାଦୀଙ୍କ ସେନା ଉପରେ ଆକ୍ରମଣ ହୋଇଛି। ଗତକାଲି ଜଣେ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଥିଲେ।
ଗୁଇନ୍ଦା ସୂଚନା ଅନୁସାରେ ଜାମ୍ମୁ ପାର୍ବତ୍ୟ ଅଂଚଳରେ ପାକିସ୍ତାନର ୪୦ରୁ ୫୦ ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରୁଛନ୍ତି। ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।
ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ବଡ଼ଧରଣର ଅପରେସନ କରିବ ସେନା। ମାଲକାନଗିରି ଅଂଚଳ ନକ୍ସଲ ପ୍ରବଣ ଥିବା ବେଳେ ଏଠାରେ ଏବେ ନକ୍ସଲଙ୍କର ପାଦୁର୍ଭାବ କମିଥିବା ଯୋଗୁଁ କୌଣସି ଏକ ଗୋଟିଏ ସ୍ଥାନରୁ ବିଏସଏଫ ବାଟାଲିୟନକୁ ହଟାଯିବ ବୋଲି କୁହାଯାଇଛି।
ସରକାରୀ ଭାବେ ସମସ୍ତ କାର୍ଯ୍ୟ ଏକ ପ୍ରକାର ଶେଷ ହେବାକୁ ଯାଉଥିବା ବେଳେ କୌଣସି ମୁହର୍ତ୍ତରେ ମାଲକାନଗିରିରୁ ବିଏସଏଫ ବାଟାଲିୟନ ହଟିଯିବ। ଗୋଟିଏ ବାଟାଲିୟନରେ ୬ଟି ଅପରେସନାଲ କ୍ୟାମ୍ପ ରହିଛି।
ପ୍ରାୟ ଏକ ହଜାର ଯବାନ ଗୋଟିଏ ବାଟାଲିୟନରେ ମୁତୟନ ହୋଇଥାନ୍ତି। ଜିଲ୍ଲାର ଯେଉଁ ସ୍ଥାନରୁ ବିଏସଏଫ ବାଟାଲିୟନ ହଟାଯିବ ସେହି ସ୍ଥାନରେ ହୁଏତ ଓଡିଶା ସରକାରଙ୍କ ତରଫରୁ ପୁଣି ସିଆରପିଏଫ, ଆଇଟିବିପି କିମ୍ବା ରାଜ୍ୟ ପୁଲିସ ସେଠାରେ ମୁତୟନ ହୋଇପାରନ୍ତି।
ପ୍ରକାଶ ଥାଉକି ମାଲକାନଗିରି ସହ କୋରାପୁଟ ଜିଲ୍ଲାର ମଧ୍ୟ ଗୋଟିଏ ବାଟାଲିୟନ ବିଏସଏଫ ହଟିବ।ମାଲକାନଗିରି ଜିଲ୍ଲାରୁ ଯେଉଁ ସ୍ଥାନରୁ ବିଏସଏଫ କ୍ୟାମ୍ପ ଗୁଡିକ ହଟିବ ସେନେଇ ସମସ୍ତ ସୂଚନା ରହିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଏଠାରେ ଦିଆଯାଇପାରୁନାହିଁ।
ତେବେ ଆଗାମୀ ଦିନରେ ସେହି କ୍ୟାମ୍ପ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ।ବିଏସଏଫ କ୍ୟାମ୍ପ ହଟିଲେ ମଧ୍ୟ ସୁରକ୍ଷାକୁ କଡାକଡି କରାଯିବ ବୋଲି କୁହାଯାଇଛି।
ନକ୍ସଲଙ୍କ ସହିଦ ସପ୍ତାହରେ ବିଏସଏଫ କ୍ୟାମ୍ପଗୁଡିକ ହଟିବା ନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ ନିଶ୍ଚିତ ଭାବେ ନକ୍ସଲ ସଂଗଠନରେ ଖୁସିର ଲହରି ଖେଳିଥିବ।
କିନ୍ତୁ ଯେଉଁ ସ୍ଥାନରୁ ହଟିବେ ସେହି ସ୍ଥାନରେ ପୁଣି ସୁରକ୍ଷାକୁ କଡାକଡି କରାଯିବ।ନକ୍ସଲଙ୍କୁ ପୁଣି ନିଜର ପତିଆରା ଜମାଇବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930