Indus Valley Times

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର‘ରେ ସମ୍ମାନିତ କଲେ ରାଷ୍ଟ୍ରପତି

 Breaking News

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର‘ରେ ସମ୍ମାନିତ କଲେ ରାଷ୍ଟ୍ରପତି

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର‘ରେ ସମ୍ମାନିତ କଲେ ରାଷ୍ଟ୍ରପତି
September 05
20:19 2025

ନୂଆଦିଲ୍ଲୀ, ୫/୯ : ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ମୋଟ ୪୫ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଛନ୍ତି । ସମ୍ମାନୀତ ୪୫ ଜଣଙ୍କ ମଧ୍ୟରେ ୨୪ ପୁରୁଷ ଏବଂ ୨୧ ଜଣ ମହିଳା ଶିକ୍ଷକ ଅଛନ୍ତି ।
ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ ଦାଶ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସମ୍ମାନୀତ ହୋଇଥିବା ଶିକ୍ଷକଙ୍କ ମଧ୍ୟରୁ ସହରୀ ଶିକ୍ଷକଙ୍କ ତୁଳନାରେ ଗ୍ରାମୀଣ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି । ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଚାହୁଁଥିଲେ ଯେ ଦେଶବାସୀ ତାଙ୍କୁ ଶିକ୍ଷକଭାବରେ ମନରେ ରଖନ୍ତୁ । ଶିକ୍ଷକଙ୍କୁ ସମ୍ମାନ ଦିଆଯିବା ଭଳି ତାଙ୍କର ଉଚ୍ଚକୋଟୀର ଚିନ୍ତାଧାରାକୁ ରାଷ୍ଟ୍ରପତି ପ୍ରଣାମ କରିଛନ୍ତି । ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ଶିକ୍ଷା ବି ବହୁତ ଜରୁରୀ ଅଟେ । ଏହି ଅବସରରେ ରାଷ୍ଟ୍ରପତି ନିଜର ଶିକ୍ଷକତା ଜୀବନକୁ ମନେ ପକାଇଥିଲେ । ଶିକ୍ଷକଙ୍କ ଗହଣରେ ଆସିଲେ ତାଙ୍କ ଶିକ୍ଷକତା ଜୀବନ ମନେ ପଡ଼ିଯାଏ ।
ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ବ୍ୟକ୍ତିକୁ ସକ୍ଷମ ବନାଇଥାଏ । ଦୁର୍ବଳରୁ ଅତି ଦୁର୍ବଳ ପିଲାକୁ ଶିକ୍ଷା ଆକାଶରେ ପହଁଚାଇ ଥାଏ । ପ୍ରାଚୀନ କାଳରେ ଭାରତକୁ ଶିକ୍ଷାର ଭୂସ୍ଵର୍ଗ କୁହାଯାଉଥିଲା । ଯଥା ସମ୍ଭବ ଭଲରୁ ଭଲ ଆଚରଣର ଉଦାହରଣ ବିଦ୍ୟାର୍ଥୀଙ୍କ ପାଇଁ ସୃଷ୍ଟି କରିବା ଜଣେ ଶିକ୍ଷକଙ୍କ କର୍ତ୍ତବ୍ୟ ଅଟେ ।
ବିଦ୍ୟାର୍ଥୀଙ୍କ ଚରିତ୍ର ନିର୍ମାଣ କରିବା ଶିକ୍ଷକଙ୍କ ମୁଖ୍ୟ କର୍ତ୍ତବ୍ୟ । ଜଣେ ଭଲ ଶିକ୍ଷକଙ୍କ ଚରିତ୍ର ହେଉଛି ଭାବନା ଏବଂ ବୁଦ୍ଧିର ସମନ୍ୱୟ, ଯାହାର ପ୍ରଭାବ ବିଦ୍ୟାର୍ଥୀଙ୍କ ଉପରେ ପଡ଼ିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି ଝିଅଙ୍କ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହିତ ସାବିତ୍ରୀ ବାଇ ଫୁଲେଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031