Indus Valley Times

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ୱିନ୍ ସିଟିରେ ସୁରକ୍ଷା କଡାକଡି

 Breaking News

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ୱିନ୍ ସିଟିରେ ସୁରକ୍ଷା କଡାକଡି

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ୱିନ୍ ସିଟିରେ ସୁରକ୍ଷା କଡାକଡି
July 24
18:29 2023

ଭୁବନେଶ୍ବର,୨୪/୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ।
ଏହି ସମୟରେ ସେ ବିଭିନ୍ନ ସ୍ଥାନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁଟ୍ ଲାଇନ, କାରକେଡ, ଟ୍ରାଫିକ ଓ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି ।
ଡିସିପି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଏହାସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ରହିବେ।
ସେହିଭଳି ୧୨ ଆଡିସିନାଲ ଡିସିପି, ୨୫ ଜଣ ଏସପି, ୪୦ ଜଣ ଇନସପେକ୍ଟର, ୧୨୦ ଜଣ ଏସଆଇ ଓ ଏଏସଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିବେ । ସେହିଭଳି ୧୬୦ ଟ୍ରାଫିକ କର୍ମଚାରୀ ଓ ୧୫୦ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ସେହିଭଳି ସବୁ ଭେନ୍ୟୁରେ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି । ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରଖାଯିବା ସହ ଏହାର ଯାଞ୍ଚ କରାଯାଇଛି । ରାଷ୍ଟ୍ରପତିଙ୍କ ସମସ୍ତ କାର‌୍ୟ୍ୟକ୍ରମ ସଡକ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031