Indus Valley Times

ଓଡିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

 Breaking News

ଓଡିଶାକୁ ୬ଟି ପ୍ରକଳ୍ପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

August 10
18:03 2024

ଭୁବନେଶ୍ବର, ୧୦/୮ : ଓଡିଶାରେ ୬ଟି ରେଳ ପ୍ରକଳ୍ପ ଆରମ୍ଭ ହେବ। ଏଥି ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। କେନ୍ଦ୍ର ସରକାର ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡିଶାର ସଂଯୋଗ ଓ ଉତ୍ତର ଓଡିଶାରେ କେନ୍ଦୁଝର ମୟୂରଭଞ୍ଜ ସହ ଝାଡଖଣ୍ଡକୁ ସଂଯୋଗ କରିବାକୁ ନିଆଯାଇଛି ବଡ ପଦକ୍ଷେପ ନେଇଛନ୍ତି।
ଏହା ଓଡିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ। ବିଶେଷ କରି କଳାହାଣ୍ଡି, ନବରଙ୍ଗପୁର, ମାଲକାନିଗରି, ରାୟଗଡା, କୋରାପୁଟ କେନ୍ଦୁଝର ଏବଂ ମୟୂରଭଞ୍ଜର ଆର୍ଥିକ କ୍ଷେତ୍ରରେ ବିକାଶରେ ଏହା ଅତ୍ୟନ୍ତ ସହାୟକ ହେବ। ଲୋକେମାନେ ଏଥିରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ସୂଚନା ଦେଇଛନ୍ତି।
ଶ୍ରୀ ମାଝୀ କହିଛନ୍ତି, ଓଡିଶାରେ ୬ଟି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର ୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡିଶାକୁ କେନ୍ଦ୍ର ପ୍ରାଧାନ୍ୟ ଦେଇଛନ୍ତି, ଏଥିରେ ପୂର୍ବୋଦୟରେ ଓଡିଶା ସ୍ୱତନ୍ତ୍ର ସ୍ଥାନ ପାଇଛି ବୋଲି ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ପୂର୍ବୋଦୟ କଥା କହିଥିଲେ ତାହା ଆଜି ଫଳପ୍ରଦ ହୋଇଛି।
ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମୋଟ୍ ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପର ମୂଲ୍ୟ ୨୪,୬୫୭ କୋଟି ରହିଛି, ଯେଉଁଥିରେ ଓଡିଶାର ଗୁଣୁପୁର-ଥିରୁବାଲି ୭୩ କିଲୋମିଟର, ଜୁନାଗଡ-ନବରଙ୍ଗପୁର ୧୧୬ କି.ମି, ବାଦାମପାହାଡ-କେନ୍ଦୁଝରଗଡ ୮୨.୬ କିଲୋମିଟର, ବାଙ୍ଗିରିପୋଷୀ-ଗୋରୁ ମୋହିଷାଣି ୮୫.୬୦ କି.ମି, ମାଲକାନଗିରି-ଭଦ୍ରାଚଲମ ୧୭୩.୬୧ କି.ମି ଆଦି ନୂଆ ରେଳ ଲାଇନ୍ ହେବ ବୋଲି ଜଣାପଡ଼ିଛି ।
୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରାୟ ୩ କୋଟି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟର ୧୪ଟି ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ୯୦୦ କିଲୋମିଟର ବୃଦ୍ଧି ପାଇବ।
ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୬୪ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ। ଏହା ଦ୍ୱାରା ୬ଟି ଆକାଂକ୍ଷୀ ଜିଲ୍ଲା- ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ପୂର୍ବ ସିଂହଭୂମ, ଭଦାଦ୍ରି କୋଠାଗୁଡେମର ପାଖାପାଖି ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟାକୁ ଯୋଗାଯୋଗ ବୃଦ୍ଧି ପାଇବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930