Indus Valley Times

ଓଡିଶାରେ କୃଷକଙ୍କ ଆୟ ଅତ୍ୟନ୍ତ ନିରାଶା ଜନକ; ଜଣେ ଚାଷୀଙ୍କ ଦୈନିକ ଆୟ ମାତ୍ର ୨୮ ଟଙ୍କା!

 Breaking News

ଓଡିଶାରେ କୃଷକଙ୍କ ଆୟ ଅତ୍ୟନ୍ତ ନିରାଶା ଜନକ; ଜଣେ ଚାଷୀଙ୍କ ଦୈନିକ ଆୟ ମାତ୍ର ୨୮ ଟଙ୍କା!

ଓଡିଶାରେ କୃଷକଙ୍କ ଆୟ ଅତ୍ୟନ୍ତ ନିରାଶା ଜନକ; ଜଣେ ଚାଷୀଙ୍କ ଦୈନିକ ଆୟ ମାତ୍ର ୨୮ ଟଙ୍କା!
December 08
20:57 2021

ଗୋପାଳ ବିଶ୍ୱାଳଙ୍କ ରିପୋର୍ଟ
‘ଏକୋଇଶି ବର୍ଷର ଶାସନ’ଧାଡ଼ିଟି ଛୋଟ ଲାଗୁଥାଇପାରେ କିନ୍ତୁ ବାସ୍ତବରେ ଏତେ ବର୍ଷ ଶାସନରେ ବସିବା ସାଧାରଣ କଥା ନୁହେଁ । ଅର୍ଦ୍ଧ ଶପ୍ତାବ୍ଦୀ ଧରି ରାଜ୍ୟ ଶାସନର ଲଗାମକୁ ନିଜ ହାତରେ ଧରିରଖିବା ଏକ ନିଆରା ସଫଳତା । ଓଡ଼ିଶା ଇତିହାସରେ ଏଭଳି ସଫଳତା ଖୁବ୍ କମ୍ ଶାସକଙ୍କୁ ମିଳିଛି । ୨୦୦୦ ମସିହାରେ ସମୃଦ୍ଧ ଆଉ ସବୁଜ ଓଡ଼ିଶା ଗଠନର ସ୍ବପ୍ନ ଦେଖାଇ ରାଜ୍ୟର ଭାର ସମ୍ଭାଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନିଜେ ଦେଖାଇ ଥିବା ସ୍ବପ୍ନରୁ ନିଜେ ବିଚ୍ୟୁତ ହୋଇଛନ୍ତି । ଶିଳ୍ପ ଭଳି ଆଉ କିଛି କ୍ଷେତ୍ରର ବିକାଶରେ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଛି ସତ କିନ୍ତୁ କୃଷି କ୍ଷେତ୍ରରେ ସେଭଳି ଆଖିଦୃଶିଆ ଅଗ୍ରଗତି ହୋଇପାରିନି ଯାହାକି ୭୦ ପ୍ରତିଶତ ଜନସଂଖ୍ୟାର ମୁଖ୍ୟ ଆୟ । ଫଳରେ ଓଡ଼ିଶାର କୃଷି ନିମ୍ନଗାମୀ ହେଉଛି । ନୀରବର ଯନ୍ତ୍ରଣା ଭୋଗୁଥିବା ଅନେକ ଚାଷୀ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ । ସ୍ବଳ୍ପ ଆୟ ଓ ଦାରିଦ୍ର‌୍ୟ କାରଣରୁ ସେମାନଙ୍କ ପରିବାର ଶିକ୍ଷା ଆଉ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ।
ସଂସଦରେ କୋରାପୁଟ ସାଂସଦ ଶପ୍ତଗିରି ଉଲାକାଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତର ଓଡ଼ିଶାର ଏଭଳି ଦହନୀୟ ସ୍ଥିତକୁ ପଦାରେ ପକାଇଛି । ନିଜ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଜଣେ କୃଷକ ପରିବାରର ଆୟ ୫,୧୧୨ ଟଙ୍କା ଥିବା ବେଳେ ଜାତୀୟ ହାରାହାରି ଆୟ ୧୦,୨୧୮ ଟଙ୍କା ରହିଛି । ଝାଡ଼ଖଣ୍ଡ କୃଷି ପରିବାରର ହାରାହାରି ମାସିକ ଆୟ ୪,୮୯୫ ଟଙ୍କା ରହିଛି । ଫଳରେ ଓଡ଼ିଶା କୃଷିର ଘରୋଇ ଆୟ ଝାଡ଼ଖଣ୍ଡ ପରେ ଦେଶରେ ଦ୍ବିତୀୟ ସର୍ବନିମ୍ନ ଅଟେ । ବହୁମୁଖୀ ଦାରିଦ୍ର‌୍ୟ ସୂଚକା ତାଲିକାରେ ସବୁଠୁ ପଛୁଆ ରାଜ୍ୟ ଭାବେ ଥିବା ବିହାରର କୃଷି ଆୟ ଭଲ ରହିଛି । ନିତିସି କୁମାର ଶାସିତ ଏହି ରାଜ୍ୟର ହାରାହାରି କୃଷି ଆୟ ୭,୫୪୨ ଟଙ୍କା ଯାହାକି ଓଡ଼ିଶାର ଆୟ ଠାରୁ ୨,୪୨୪ ଟଙ୍କା ଅଧିକ । ୨୯,୩୪୮ ଟଙ୍କା ସହିତ ମେଘାଳୟ କୃଷି ଘରୋଇ ଆୟ ତାଲିକାର ଶୀର୍ଷରେ ରହିଛି ଦ୍ବିତୀୟକୁ ପଞ୍ଜାବ ୨୬,୭୦୧ ଟଙ୍କା ତୃତୀୟରେ ହରିୟାଣା ୨୨,୮୪୧ ଟଙ୍କା ଏବଂ ଶେଷରେ କେରଳ ୧୭,୯୧୫ ଟଙ୍କାରେ ରହିଛି ।
ତେବେ ଉକ୍ତ ତଥ୍ୟ ଆସିବା ପରେ ତିନିଥର କୃଷି କର୍ମଣ ପୁରସ୍କାର ପାଇ ଗର୍ବ ଅନୁଭବ କରୁଥିବା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ କାଳିଆ ବଳରାମ ଆଦି କୃଷିଭିତ୍ତିକ ଯୋଜନାର କାର‌୍ୟ୍ୟକାରିତା ଏବେ ସନ୍ଦେହ ଘେରରେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031