Indus Valley Times

‘ଓଡିଶା ପାଇଁ ନାହିଁ ଆଉ କୋଭିଡ୍ ବିପଦ, ଭୟଭୀତ ହେବାର କାରଣ ନାହିଁ’

 Breaking News

‘ଓଡିଶା ପାଇଁ ନାହିଁ ଆଉ କୋଭିଡ୍ ବିପଦ, ଭୟଭୀତ ହେବାର କାରଣ ନାହିଁ’

‘ଓଡିଶା ପାଇଁ ନାହିଁ ଆଉ କୋଭିଡ୍ ବିପଦ, ଭୟଭୀତ ହେବାର କାରଣ ନାହିଁ’
January 06
20:02 2023

ଭୁବନେଶ୍ବର,୬/୧: ଆପଣମାନେ ସମସ୍ତେ ଜାଣନ୍ତି ଯେ, ଓମିକ୍ରନ୍ର ୨ଟି ଷ୍ଟ୍ରେନ୍ ‘ବିଏଫ୍ ୭ ଓ ଏକ୍ସବିବି ୧.୫’ ଚୀନ, ଜାପାନ, ହଙ୍ଗକଙ୍ଗ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ, ଜର୍ମାନି, ଫ୍ରାନ୍ସ , ଅଷ୍ଟ୍ରେଲିଆରେ ବଢ଼ିଚାଲିଛି। ଅନ୍ୟ ଦେଶକୁ ଏହା ବିପଦ ଆଣୁଛି। ଗୋଟିଏ ଭୂତାଣୁ ବଞ୍ଚି ରହିବା ପାଇଁ ବାରମ୍ବାର ରୂପ ପରିବର୍ତ୍ତନ କରିଥାଏ। ତାକୁ ଆମେ ଡରିବା କି ନାହିଁ, ତାହା ହେଉଛି ପ୍ରଶ୍ନ।
ବର୍ତ୍ତମାନ ବିଶ୍ବରେ ଦୈନିକ ହାରାହାରି ୩ରୁ ୫ ଲକ୍ଷ ଚିହ୍ନଟ ହେଉଛନ୍ତି। କଟକ ବଡ଼ଡାକ୍ତରଖାନାର ପ୍ରଫେସର ଜୟନ୍ତ ପଣ୍ଡା ଏହା କହିଛନ୍ତି। ଭାରତରେ ଆଜି ମାତ୍ର ୧୮୫ ଜଣ କୋଭିଡ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏମାନେ କେହିବି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି। ଅର୍ଥାତ ଲକ୍ଷଣ ଦେଖାଯାଉଥିବା ସଂକ୍ରମିତ। ଲୋକେ ନିଜ ଭୁଲ ଯୋଗୁଁ ଏମାନେ ସଂକ୍ରମିତ ହୋଇଛନ୍ତି।
ରାଜ୍ୟରେ ୬୦୦୦ରୁ ଊର୍ଦ୍ଧ୍ବ କୋଭିଡ ଟେଷ୍ଟ କଲେ ମାତ୍ର ଗୋଟିଏ ୨ଟି ସଂକ୍ରମିତ ଦେଖିବାକୁ ମିଳୁଛି। ଏସ୍ସିବି ମେଡିକାଲରେ ୨ ମାସ ଭିତରେ କୋଭିଡ ରୋଗୀ ନାହାନ୍ତି କି ପଜିଟିଭ ଚିହ୍ନଟ ହେଉ ନାହାନ୍ତି। ଓଡ଼ିଶାରେ କୋଭିଡ ପଜିଟିଭ୍ ହାର ଦୈନିକ ୦.୦୧ ପ୍ରତିଶତ। ସେହିଭଳି ସାପ୍ତାହିକ ୦.୧୨ ପ୍ରତିଶତ ସାପ୍ତାହିକ। ତେଣୁ କୁହାଯାଇ ପାରିବ ଯେ, ଓଡ଼ିଶା ପାଇଁ କୋଭିଡ ବିପଦ ନାହିଁ।
ସ୍ବାସ୍ଥ୍ୟ ବିଶେଷଜ୍ଞ ଶ୍ରୀ ପଣ୍ଡା କହିଛନ୍ତି ଯେ, ଆମର କୋଭିଡ ପରିଚାଳନା ବହୁତ ଭଲ ହୋଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ କୋଭିଡ ନେଇ ଭୟଭୀତ ହେବାର ନାହିଁ। ପ୍ରତି ୧୦୦ ବର୍ଷରେ କିଛି ନା କିଛି ମହାମାରୀ ଆସିଛି।
ପ୍ରଥମ ଲହର, ଦ୍ବିତୟ, ତୃତୀୟ ଲହର ଆଦି। କୋଟି କୋଟି ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ କୋଭିଡରେ ଏପର‌୍ୟ୍ୟନ୍ତ ବିଶ୍ବରେ ମାତ୍ର ୫ ଲକ୍ଷ ୩୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଚୀନର କୋଭିଡ ଟିକା ପ୍ରଭାବିତ ହୋଇନାହିଁ। ଚୀନରୁ ଉତ୍ପାଦିକ ଟିକା ଯେଉଁଠି ବ୍ୟବହାର ହୋଇଛି, ସେଠାରେ ମଧ୍ୟ ଲୋକେ କୋଭିଡରୁ ସୁରକ୍ଷିତ ନାହାନ୍ତି।
ଇଭାରତରେ ଲୋକେ କୋଭିଡର ଆଲଫା, ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ ସାମ୍ନା କରିଛନ୍ତି। ଆମର କୋଭିସିଲ୍ଡ ଓ କୋଭାସ୍କିନ୍ ଲୋକଙ୍କୁ ସୁରକ୍ଷା ଦେଇଛି। ଭାରତରେ ୨୨୦ କୋଟି ଡୋଜ ଟିକା ଦିଆସରିଛି। ୧୦୦ କୋଟିରୁ ଊର୍ଦ୍ଧ୍ବ ଲୋକ ପ୍ରଥମ ଓ ପାଖାପାଖି ୯୫ କୋଟି ଲୋକ ଦ୍ବିତୀୟ ଡୋଜ ନେଇଛନ୍ତି।
୨୦ କୋଟି ଲୋକ ବୁଷ୍ଟର ଡୋଜ ନେଇଛନ୍ତି। ଓଡ଼ିଶାରେ ୧୦୦ ଭାଗ ଲୋକ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି। ଓଡ଼ିଶା ଲୋକଙ୍କର ଠାରେ ରୋଗ ପ୍ରତିଷେଧକ ବଢ଼ିଯାଇଛି। ଓଡ଼ିଶାରେ ଗୋଷ୍ଠୀ ରୋଗପ୍ରତିଷେଧକ ଆସିଯାଇଛି। ତଥାପି ଆମକୁ ସତର୍କ ରହିବାର ଅଛି।
ଦେଶରେ ଦୈନିକ ୨ ଲକ୍ଷ ଓ ରାଜ୍ୟରେ ୬ ହଜାର ଟେଷ୍ଟ ହେଉଛି। ସେଥିରୁ ଅତି ନଗଣ୍ୟ ଲୋକଙ୍କ ପଜିଟିଭ ଆସୁଛି। ତଥାପି ସତର୍କ ରହିବା, ମାସ୍କ ପିନ୍ଧିବା, ଭିଡ ସ୍ଥାନକୁ ଯିବା ନାହିଁ। ଆଇସିଏମ୍ଆର ଗାଇଡଲାଇନ ଅନୁସାରେ ୨ୟ ବୁଷ୍ଟର ଡୋଜ୍ ବ୍ୟବସ୍ଥା ନାହିଁ। କିନ୍ତୁ ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ। ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି, ନେଇଯିବା ଉଚିତ୍। ବର୍ତ୍ତମାନ ସ୍ଥିତିରେ ଭାରତ କିମ୍ବା ଓଡ଼ିଶା ପାଇଁ କୋଭିଡ ବିପଦ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031