Indus Valley Times

ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ ଓ ଗୋପାଳପୁର ଏବଂ ଚକଗୋପାଳପୁର ଗ୍ରାମରେ ଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀର ପରିଦର୍ଶନ

 Breaking News

ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ ଓ ଗୋପାଳପୁର ଏବଂ ଚକଗୋପାଳପୁର ଗ୍ରାମରେ ଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀର ପରିଦର୍ଶନ

ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ ଓ ଗୋପାଳପୁର ଏବଂ ଚକଗୋପାଳପୁର ଗ୍ରାମରେ ଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀର ପରିଦର୍ଶନ
June 14
22:38 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୪/ : ଆଜି ପୂର୍ବାହ୍ନରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏକ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ରସୁଲପୁର ବ୍ଳକ ଅଧିନ ଗୋପାଳପୁର ଓ ଚକଗୋପାଳପୁର ଗ୍ରାମରେ ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ (ନାବାର୍ଡ) ସହାୟତା ଓ ସଦସ୍ୟ ସଦସ୍ୟା ମାନଙ୍କ ଅଂଶ ଧନ ରାଶି ବିନିଯୋଗରେ ଏବଂ ନେତାଜୀ ଯୁବକ ସଂଘ ଦ୍ୱାରା ପରିଚାଳନାରେ କାର୍ଯ୍ୟ କରୁଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ପରିଦର୍ଶନ କରି ବୁଣାକାର ମାନଙ୍କ ସହ ବିଭିନ୍ନ କାର୍ଯ୍ୟ ସମ୍ୱନ୍ଧରେ ପଚାରି ବୁଝିବା ସହ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ସହ ବିରଜା ହସ୍ତତନ୍ତ ଊତ୍ପାଦକ କମ୍ପାନୀର ଆନୁସଙ୍ଗିକ ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ ।
ପ୍ରକାଶ ଥାଉ କି, ଗୋପାଳପୁର ରାଜ୍ୟର ଏକ ଟସର ବୁଣାକାର କେନ୍ଦ୍ର ଭାବେ ଦୀର୍ଘ ବର୍ଷ ଧରି ବେଶ ପ୍ରସିଦ୍ଧି ଲାଭ କରିଚ୍ଥି । ଗୋପାଳପୁରର ହସ୍ତତନ୍ତ କାରୁକାର୍ଯ୍ୟ ଅତି ପୁରାତନ ଏବଂ ଘରେ ଘରେ ଗ୍ରାମର ଲୋକମାନେ ଅନେକ ବର୍ଷଧରି ପ୍ରାୟ ୩ ଶହ ପରିବାରର ୨ ହଜାର ବୁଣାକାର ଟସର ସୂତାରେ ନିର୍ମିତ ଶାଢୀ, ଷ୍ଟଲ, କୁର୍ତ୍ତୀ, ଲୁଙ୍ଗି, ବେଡସିଟ୍, ଶାଲ, ଧୋତି ଏବଂ ବିଭିନ୍ନ ପ୍ରକାରର ଅଙ୍ଗ ବସ୍ତ୍ର ଆଦି ହସ୍ତତନ୍ତ ସାମୁହିକ ଉତ୍ପାଦ ପ୍ରସ୍ତୁତ କରି ସେମାନଙ୍କର ପରିବାର ଭରଣ ପୋଷଣ କରିଆସୁଚ୍ଥନ୍ତି । ଦେଶୀୟ ଢଙ୍ଗରେ ଏବଂ ଏକତା ବୁଣାକାର ପଦ୍ଧତିରେ ଖାଣ୍ଟି ଟସର ଓ ଅହିଂସା ସୂତାରେ, ଏକତା କୁମ୍ଭ ବର୍ଡର ଏବଂ ଚିକ୍କଣ ଧଡି ଶାଢୀ ଗୁଡିକ ସହ ଅନ୍ୟାନ୍ୟ ବସ୍ତ୍ର ବେଶ୍ ଆକର୍ଷଣୀୟ ଅଟେ ।
ବୁଣାକାର ମାନଙ୍କର ଟସର ହସ୍ତତନ୍ତ ସାମୁହିକ କଳାର ବିକାଶ ନିମନ୍ତେ ଏବଂ କମ୍ ଖର୍ଚ୍ଚରେ କିଭଳି ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦ ପ୍ରସ୍ତୁତ କରି ବଜାର ବିପଣନ କ୍ଷେତ୍ର ପ୍ରସ୍ତୁତ କରାଯାଇପାରିବ ଏବଂ ସୁକିନ୍ଦା ଟସର ଉତ୍ପାଦନ କେନ୍ଦ୍ରରୁ କିଭଳି ଟସର ଯୋଗାଇ ଦିଆଯାଇପାରିବ ସେ ସମ୍ୱନ୍ଧରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।
ପ୍ରଥମେ ୨୦୨୧-୨୨ ଆର୍ଥିକ ବର୍ଷ ସେପ୍ଟେମ୍ୱର ମାସରେ ଏହି ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ ହୋ୍ଇଥିଲା । ବର୍ତ୍ତାମାନ ଏହି କମ୍ପାନୀରେ ୩୫୦ ସଭ୍ୟ ସଭ୍ୟା ଅନ୍ତର୍ଭୁକ୍ତ ଥିବାବେଳେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ତରପଂରୁ ୫୦ ଲକ୍ଷ ଅର୍ଥ ରାଶି ଅନୁଦାନ ଦିଆଯାଇଚ୍ଥି ।
କମ୍ପାନୀ ତରପଂରୁ ବିଭିନ୍ନ ପ୍ରକାର ଟ୍ରେନିଂ ଯଥା- ରଙ୍ଗ ଦେବା, ଡିଜାଇନ କାଟିବା, ସିଲାଇ, ଜାକଡ ଏବଂ ଜବି ଆଦି ଉପରେ ୧୫୦ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ ଜଣ ଊକ୍ତୃଷ୍ଟ ତାଲିମାର୍ଥିମାନେ ବର୍ତ୍ତମାନ ନିୟୋଜିତ ଅଚ୍ଥନ୍ତି ।
ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ସୁଦୃଢୀକରଣ ନିମନ୍ତେ ଟସର ଅଭାବର ପୂରଣ, ବିପଣନ ବ୍ୟବସ୍ଥା, ଏହାର କାର‌୍ୟ୍ୟକ୍ଷେତ୍ରକୁ ବୃଦ୍ଧି କରାଇବା, ସାମୁହିକ ସହାୟକ କେନ୍ଦ୍ର କାର୍ଯ୍ୟକାରିତା କରିବା ଦିଗରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଥିବା ବେଳେ ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ (ସି.ଜି.ଏମ.) ଶ୍ରୀ ଉଦୟ ଭାଷ୍କର ପ୍ରକଳ୍ପର ବିଭିନ୍ନ ଦିଗ ସମ୍ୱନ୍ଧରେ ଏବଂ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହନ ଦିଗରେ ନାବାର୍ଡ କିପରି କାର୍ଯ୍ୟ କରୁଚ୍ଥି ସେ ସମ୍ୱନ୍ଧରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଯାଜପୁର ଜିଲ୍ଲାର ହସ୍ତତନ୍ତ ଶିଳ୍ପ ବେଶ୍ ପ୍ରସିଦ୍ଧିଲାଭ କରିଥିବାରୁ ବୁଣାକାର ମାନଙ୍କୁ ସାଧୁବାଦ ଜଣାଇବା ସହ ଏହି ଶିଳ୍ପକୁ ଅଧିକରୁ ଅଧିକ ପରିଚିତ କରାଇବା ନିମନ୍ତେ ସୁରାଟ ଏବଂ ଆସାମରେ ହସ୍ତତନ୍ତ ତାଲିମ ପ୍ରଦାନ କରିବା ଊପରେ ସେ ନାବାର୍ଡ କର୍ମକର୍ତ୍ତା ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବା ସହ ଗୋପାଳପୁର ଓ ଚକଗୋପାଳପୁର କାରୁକାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଊଭୟ ଗ୍ରାମର ବୁଣାକାର ମାନଙ୍କୁ ସଂପୂର୍ଣ୍ଣ ସ୍ୱାବଲମ୍ୱି କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ ।
ମୁଖ୍ୟ ଶାସନ ସଚିବଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ଊପ-ସାଧାରଣ ପରିଚାଳକ(ଡିଜିଏମ୍) ଶ୍ରୀ କମଳ ପଟ୍ଟନାୟକ, ଜିଲ୍ଲା ଉନ୍ନୟନ ପରିଚାଳକ (ଡିଡିଏମ୍) ଶ୍ରୀ ସୁବ୍ରତ କୁମାର ସାହୁ, ନେତାଜୀ ଯୁବକ ସଂଘ ସଭାପତି ଶ୍ରୀ ହରେକୃଷ୍ଣ ନାୟକ, ସଂପାଦକ ଶ୍ରୀ ବିଶ୍ୱମ୍ୱର ସାହୁ, ସଂଯୋଜିକା ଶ୍ରୀମତୀ ବୀଣାପାଣି ମଙ୍ଗଳା ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀ, ରସୁଲପୁରଙ୍କ ସମେତ ବିଭିନ୍ୱ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031