Indus Valley Times

ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ସହାୟତା ପ୍ରଦାନ

 Breaking News

ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ସହାୟତା ପ୍ରଦାନ

ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ସହାୟତା ପ୍ରଦାନ
June 01
10:31 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୬: ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ବୌଦ୍ଧ ଶାଖା ପକ୍ଷରୁ ସମିତିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ର୍ଦୁଘଟଣା ଜନିତ ସହାୟତା ରାଶି ପ୍ରଦାନ କରାଯାଇଛି । ଖବରରୁ ଜଣାଯାଏଯେ ବୌଦ୍ଧ ଏନଏସିରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ସୁଷମା ବେହେରା ଏକ ମଟରସାଇକେଲ ର୍ଦୁଘଟଣାରେ ଗଭିର ଆହାତ ହୋଇଥିଲେ । ସମିତି ପକ୍ଷରୁ ତାଙ୍କୁ ସହାୟତା ରାଶି ୫ହଜାର ଟଙ୍କା ପ୍ରଦାନ କରାଯାଇଛି ।
ବୌଦ୍ଧ ଜିଲ୍ଲା ଇନଚାର୍ଜ ଭୁନାଥ ସାହୁଙ୍କ ନେତୃତ୍ୱରେ ଏନସିଇଓ ପଞ୍ଚାନନ ସାହୁ, ଡିଏଏମ ରୂପେଶ ଦାଶଙ୍କ ସମେତ ସହରର କ୍ଷେତ୍ର କର୍ମଚାରୀ ମାନେ ଏହି ସହାୟତା କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି ସମିତିରେ ଯେଉଁମାନେ ସଦସ୍ୟ କିମ୍ବା କର୍ମଚାରୀ ରହିଛନ୍ତିୁ ତାଙ୍କୁ ସମିତି ପକ୍ଷରୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥାଏ ବୋଲି ଅଧିକାରୀ ମାନେ ପ୍ରକାଶ କରିଛନ୍ତି ।
ବୌଦ୍ଧର ଚର୍ଚ୍ଚିତ ରାଜା ହତ୍ୟାକାଣ୍ଡ ମାମଲା,ମୁଖ୍ୟ ଅଭିଯୁକ୍ତ ମିଲନ ପାତ୍ରକୁ ଆଜୀବନ କାରାଦଣ୍ଡାଦେଶ ଓ ସହଯୋଗୀ ଅଭିଷେକ ସାହାଣୀ ନିର୍ଦ୍ଦୋଶରେ ଖଲାସ
ବୌଦ୍ଧ,୧/୬: ବୌଦ୍ଧର ବହୁ ଚର୍ଚ୍ଚିତ ରାଜା ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ଦୌରାଜଜ ଏହି ମାମଲାର ବିଚାର କରି ଅଭିଯୁକ୍ତ ମିଲନ ପାତ୍ରକୁ ଆଜିବନ କାରାଦଣ୍ଡାଦେଶ ରାୟ ଶୁଣାଇବାସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ କରିଥିବାବେଳେ ସହଯୋଗୀ ଅଭିଯୁକ୍ତ ଅଭିଷେକ ସାହାଣୀକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।
ଖବରରୁ ଜଣାଯାଏଯେ, ବୌଦ୍ଧ ସହରର ପୋଡାପଡା ସାହିରେ ବସବାସ କରୁଥିବା ଗୋପାଲଜୀ ପ୍ରସାଦଙ୍କ ପୁତ୍ର ରାଜା ଗତ ତା ୧୧/୧୦/୨୦୨୦ରିଖରେ ନିଜର ମୋବାଇଲ ଦୋକାନ ବନ୍ଦ କରି ଘରକୁ ଫେରିଥିଲା ଓ ଏକ ଫୋନକଲ ପାଇ ଘରୁ ବାହାରି ଯାଇ ଆଉ ଫେରି ନଥିଲା । ଏନେଇ ବାପା ଗୋପାଲଜୀ ଗତ ତା ୧୨/୧୦/୨୦ ରିଖରେ ପୁଅର ନିଖୋଜ ହେବାନେଇ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଗତ ତା ୧୩/୧୦/୨୦୨୦ ରିଖରେ ସହରର ହନୁମାନ ନଦୀ ଘାଟରୁ ଏକ ଦରପୋଡା କଙ୍କାଳ ଶରୀର ପୁଲିସକୁ ମିଳିବା ପରେ ନିଖୋଜ ଘଟଣାର ତଦନ୍ତ ମୋଡ ସନ୍ଦେହ ଘନିଭୁତ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସକୁ ଅଧିକ ଚାପ ଓ ବିଭିନ୍ନ କଳ୍ପନାର କାହାଣୀ ବିଭିନ୍ନ ମହଲରୁ ଆସିଥିଲା । ତେବେ ଜବତ ଦରପୋଡା ଶବ ଏଫଏମଟି ପରିକ୍ଷା ପାଇଁ ବୁର୍ଲା ମେଡିକାଲକୁ ପଠାଇଥିଲା ।
ଏହା ଯାଣିବା ପରେ ଦୁଇ ଅଭିଯୁକ୍ତ ବୌଦ୍ଧରୁ ଫେରାର ହୋଇ ଯାଇଥିଲେ । ରିପୋର୍ଟ ରାଜାର ମୃତଦେହ ବୋଲି ଜଣାପଡିବା ପରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ତାର ବ୍ୟବହୃତ ମୋବାଇଲ ଫୋନକୁ ଯାଞ୍ଚ କରିବାରେ ଶେଷ କଲ ଅଭିଷେକ ସାହାଣୀର ଥିବା ଯଣାପଡିବାପରେ ଅଭିଷେକକୁ ପଚରାଉଚରା ଆରମ୍ଭ କରିବାରେ ପ୍ରକୃତ ଘଟଣା ପର୍ଦ୍ଦାଫାସ ହୋଇଥିଲା । ଅଭିଯୁକ୍ତ ମିଲନ ଏକ ମାଉଜର ଆଣିବାପାଇଁ ରାଜା ସହିତ ଡିଲକରି କିଛି ଅର୍ଥ ଅଗ୍ରିମ ଦେଇଥିଲା । ନିର୍ଦ୍ଧାରିତ ସମୟରେ ମିଲନ ମାଉଜର ନପାଇବରୁ ରାଜାକୁ ନିଜର ନଦି କଡରେ ଥିବା ବ୍ୟାୟାମ।।ଳାକୁ ଡକାଇ ଛୁରିଭୁଷି ହତ୍ୟା କରି ପରେ ଅଭିଷେକ ସହମିଶି ନଦୀ ପଠାରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡିବାପରେ ନଦୀ ପାଣିରେ ଭସାଇ ଦେଇଥିଲା ।
ପୋଲିସ ମୁଖ୍ୟ ଅଭିଯୁକ୍ତ ମିଲନ ଓ ସହଯୋଗୀ ଅଭିଷେକକୁ ତା ୨୮/୧୦/୨୦୨୦ରିଖରେ ଗିରଫକରି ୧୫/୨୧ହତ୍ୟା ମକଦ୍ଦମାରେ କୋର୍ଟକୁ ଚାଲାଣ କରିଥିଲା । ମାନ୍ୟବର ଜିଲ୍ଲା ଦୌରାଜଜ ୨୭ଜଣ ସାକ୍ଷ୍ୟ ପ୍ରମାଣକୁ ଭିତିକରି ମୁଖ୍ୟ ଅଭିଯୁକ୍ତ ମିଲନକୁ ଆଜିବନ କାରାଦଣ୍ଡାଦେଶ ଓ ୨୦ହଜାର ଟଙ୍କା ଜୋରିମାନା ରାୟ ପ୍ରକାଶ ଆଜି କରିଛନ୍ତି । ଏହି ମକଦ୍ଦମାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସବିତା ପଣ୍ଡା ପରିଚାଳନା କରୁଥିଲେ । ତେବେ ବିଳମ୍ବରେ ହେଲେ ମଧ୍ୟ ସତ୍ୟ ସପକ୍ଷରେ ରାୟ ହୋଇଛି ବୋଲି ମୃତ ରାଜା ପରିବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031