Indus Valley Times

ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼ ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ

 Breaking News

July 15
18:01 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୫/୭ : ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼,ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ,ବଲାଙ୍ଗୀର ପବିତ୍ର କୁମାର ବେହେରା ଯୋଗଦେଇଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠି,ଡିଆରସିଏସ ପ୍ରମୋଦ କୁମାର ବରିହା,ଏଡିଓ ବଡ ପଣ୍ଡା, ଏଆରସିଏସ ଜାଭିୟର ସରେନ,ଏରିଆ ମେନେଜର ମାର୍କଫେଡ଼ ରାଜେଶ କୁମାର ପଣ୍ଡା,ଚନ୍ଦନଭାଟି ସମିତି ସଭ୍ୟା ସଂଗୀତା ପାଣିଗ୍ରାହୀ,ସରପଂଚ ପଙ୍କଜିନୀ ସାହୁ ପ୍ରମୁଖ ମଂଚାସୀନ ଥିଲେ।
ବଲାଙ୍ଗୀର ଜିଲ୍ଲାର ୨୯ଟି ପେସ୍କ ମାଧ୍ୟମରେ ଜିଲ୍ଲାରେ ୩୧୮୦ କୁଇଣ୍ଟାଲ ମୁଗ,୪୧ କୁଇଣ୍ଟାଲ ବିରି,୨୩୪ କୁଇଣ୍ଟାଲ ଚିନାବାଦାମ କ୍ରୟ ପାଇଁ ପଞ୍ଜିକରଣ କରାଯାଇଅଛି।
ଆଜିର ଏହି କାର୍ଯ୍ୟକ୍ରମରେ ଚନ୍ଦନଭାଟି ପେସ୍କ ଦ୍ୱାରା ୧୯୯ କୁଇଣ୍ଟାଲ ମୁଗ କ୍ରୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଜନା ଅଧିକାରୀ ସୁଧାକର ନନ୍ଦ,ବ୍ଲକ କୃଷି ଅଧିକାରୀ ବିଶ୍ୱଜିତ ପାଟଯୋଶୀ,ସହାୟକ କୃଷି ଅଧିକାରୀ ସୁଜାତା ଛତ୍ରିଆ ତଥା ଚନ୍ଦନଭାଟିର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ଗ୍ରାମବାସୀ, ଚନ୍ଦନଭାଟି ପେସ୍କର କର୍ମଚାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930