Indus Valley Times

ଓମିକ୍ରନ ପାଇଁ ସତର୍କତା ନିହାତି ଆବଶ୍ୟକ : ଇଂ ତାରାପ୍ରସାଦ

 Breaking News

ଓମିକ୍ରନ ପାଇଁ ସତର୍କତା ନିହାତି ଆବଶ୍ୟକ : ଇଂ ତାରାପ୍ରସାଦ

ଓମିକ୍ରନ ପାଇଁ ସତର୍କତା ନିହାତି ଆବଶ୍ୟକ : ଇଂ ତାରାପ୍ରସାଦ
January 13
17:26 2022

ଯାଜପୁର, ତା ୧୩/୧ : ଆମ ଦେଶ ଓ ରାଜ୍ୟରେ ୨୦୨୦ ଓ ୨୦୨୧ ରେ କୋଭିଡ ଏକାବେଳେ ଅନେକ ଲୋକଙ୍କୁ ସଂକ୍ରମିତ କରିଥିଲା । ଯାହାକୁ ପ୍ରଥମ ଓ ଦ୍ୱିତୀୟ ଲହର ବୋଲି କୁହାଯାଉଥିବା ବେଳେ ୨୦୨୨ ରେ ଓମିକ୍ରନ ନାମରେ ର୍ବମାନର ସଂକ୍ରମଣ ତୃତୀୟ ସଂକ୍ରମଣ ଲହର ବୋଲି ବିଶେଷଜ୍ଞ ମାନେ କହୁଚ୍ଥନ୍ତି ।
ଓମିକ୍ରନ କୋଭିଡ ୧୯ ଭୂତାଣୁର ଏକ ନୂଆ ସଂକ୍ରାମକ ରୂପ । ତେବେ ପୂର୍ବାପେକ୍ଷା ଏହାର ଲକ୍ଷଣ କମ୍ ଦେଖାଯାଉଥିଲେ ମଧ୍ୟ ସାମାନ୍ୟ ଥଣ୍ଡା, ତଣ୍ଟି ଦରଜ, ସାମାନ୍ୟ ଜ୍ୱର ଓ ଥକ୍କା ଲାଗିବା ଭଳି ଲକ୍ଷଣ ପରିପ୍ରକାଶ ହେଲେ ତୁରନ୍ତ କୋଭିଡ ପରୀକ୍ଷା କରାଇ ନେବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଉଚ୍ଥନ୍ତି । ଓମିକ୍ରନ ଖୁବ୍ ସଂକ୍ରାମକ ଓ ଅଳ୍ପ ସମୟ ମଧ୍ୟରେ ବହୁ ଲୋକଙ୍କୁ ବ୍ୟାପୁଥିବାରୁ ଅଧିକ ସତର୍କତା ଜରୁରୀ ।
ଜନ ଗହଳି ପୂର୍ଣ୍ଣ ସ୍ଥାନ ହାଟ, ବଜାର, ଧାର୍ମିକ ଅନୁଷ୍ଠାନ, ମନୋରଂଜନ କେନ୍ଦ୍ର, ବିବାହ, ବ୍ରତ ଇତ୍ୟାଦି ସାମାଜିକ ଅନୁୁଷ୍ଠାନର ବ୍ୟାପକ ଗହଳି ଦ୍ୱାରା ଏହାର ସଂକ୍ରମଣ ଅଧିକ ହୁଏ ଓ ଶିଘ୍ର ବ୍ୟାପିଥାଏ ।
ତେଣୁ ସଠିକ ଭାବେ ମାସ୍କ ପିନ୍ଧିବା, ହାତକୁ ବାରମ୍ୱାର ସାବୁନରେ କିମ୍ୱା ସାନିଟାଇଜରରେ ସପାଂ କରିବା, ପରସ୍ପର ମଧ୍ୟରେ ୬ ପୁଂଟର ବ୍ୟବଧାନ ରଖିବା, ଜନ ଗହଳି ସ୍ଥାନକୁ ବର୍ଜନ କରିବା, ୧୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି କୋଭିଡ ଟୀକା ନିଶ୍ଚୟ ନେବା ଦରକାର । ଅପର ପକ୍ଷରେ ଭାରତ ସରକାରଙ୍କ ପକ୍ଷରୁ ଜାରୀ ସଦ୍ୟ ନିୟମ ଅନୁସାରେ ଓମିକ୍ରନ ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ରହିବାକୁ ପଡିବ ।
ତେବେ ଓମିକ୍ରନ ବ୍ୟତୀତ ଅନ୍ୟ ପ୍ରଜାତିର ସଂକ୍ରମଣ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୃହ ପୃଥକ ବାସରେ ରହିହେବ । ସେହିପରି ଅଧିକ ସଂକ୍ରମିତ ଦେଶ ବା ଆଟରିସ୍କ ଦେଶରୁ ସଦ୍ୟ ପେଂରୁଥିବା ଲୋକ କୋଭିଡ ନେଗେଟିଭ ଥିଲେ ବି ସଙ୍ଗରୋଧରେ ୭ ଦିନ ରହି ଅଷ୍ଟମ ଦିନ ପୁଣି କୋଭିଡ ପରୀକ୍ଷା କରାଇବେ । ବୟସ୍କ ବ୍ୟକ୍ତି, ଶିଶୁ ଅଣସଂକ୍ରାମକ ରୋଗୀ ମାନେ ଅଧିକ ସତର୍କ ରହିବାକୁ ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର ଅନୁରୋଧ କରିଛନ୍ତି

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031