Indus Valley Times

ଓସୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ପର୍କିତ ଆଭାସୀ ବୈଠକ ଅନୁଷ୍ଠିତ

 Breaking News

ଓସୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ପର୍କିତ ଆଭାସୀ ବୈଠକ ଅନୁଷ୍ଠିତ

ଓସୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ପର୍କିତ ଆଭାସୀ ବୈଠକ ଅନୁଷ୍ଠିତ
March 29
20:38 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୩: (ଶନିବାର) ସନ୍ଧ୍ୟା ୫ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଓସୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସମ୍ପର୍କିତ ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ରାଜ୍ୟ ସରକାରଂକ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଆଭାସୀ ମାଧ୍ୟମରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ । ଗ୍ରୀଷ୍ମ ପ୍ରବାହରୁ ମଣିଷ ଓ ପଶୁ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା ।
ବୌଦ୍ଧ ଓସୱାନ ହଲ୍ ଠାରେ ଅନୁଷ୍ଠିତ ଆଭାସୀ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ଶ୍ରୀଯୁକ୍ତ ପ୍ରଧାନ ଜଳଛତ୍ର ଖୋଲାଯିବା, ସେଠାରେ ଲୋକ ମୁତୟନ କରାଯିବା, କଣ୍ଟ୍ରୋଲ ରୁମ ରେ ଷ୍ଟାଫ ଙ୍କ ଉପସ୍ଥିତି କୁ ସୂ ନିଶ୍ଚିତ କରାଯିବା, ଷ୍ଟାଫ ଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ, ଟ୍ରାଫିକ ଛକ ରେ ସ୍ୟାଡ ବ୍ୟବସ୍ଥା ଆଦି ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରି ଗ୍ରୀଷ୍ମ ର ମୁକାବିଲା, ଅଂଶୁଘାତ ରେ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବା ପାଇଁ କାମରେ ଲାଗି ପଡ଼ିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31