Indus Valley Times

ଓଡ଼ିଶାର ଆଡ଼ମ୍ୟାନ୍ ଦୟାନିଧି ଦହିମାଙ୍କୁ ଫିଲ୍ମ ଫେୟାର ଆୱାର୍ଡସ-୨୦୨୧ ପାଇଁ ନାମାଙ୍କିତ

 Breaking News

ଓଡ଼ିଶାର ଆଡ଼ମ୍ୟାନ୍ ଦୟାନିଧି ଦହିମାଙ୍କୁ ଫିଲ୍ମ ଫେୟାର ଆୱାର୍ଡସ-୨୦୨୧ ପାଇଁ ନାମାଙ୍କିତ

March 21
17:21 2021

ଭୁବନେଶ୍ବର, ୨୧/୩: ଓଡ଼ିଶାର ଆଡମ୍ୟାନ୍ ଭାବେ ପରିଚିତ ଚଳଚ୍ଚିତ୍ର ନିର୍ମାତା ଦୟାନିଧି ଦହିମାଙ୍କ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ଫିଲ୍ମଫେୟାର ପୁରସ୍କାର- ୨୦୨୧ ପାଇଁ ନାମାଙ୍କିତ ହୋଇଛି। ଦୟାନିଧି ଦହିମା ଓ ଶିବାଶିଷ ନାୟକଙ୍କ ପ୍ରଯୋଜିତ ତଥା ଦୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଦୁଇ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ହେଲା ‘ଅନ୍ତର୍ବାସନା’ ଏବଂ ‘ସୀତା’। ଉଭୟର ନିର୍ଦ୍ଦେଶକ ହେଲେ ଅଭିନବ।
‘ଅନ୍ତର୍ବାସନା’ରେ ଜଣାଶୁଣା ଅଭିନେତ୍ରୀ ଶିବାନୀ ତାଙ୍କସାଲେ ମୁଖ୍ୟ ଭୂମିକାରେ ଅଛନ୍ତି। ଏଥିରେ ଜଣେ ମଧ୍ୟବୟସ୍କା ମହିଳା ସ୍ବାମୀଙ୍କ ଦ୍ବାରା ଉପେକ୍ଷିତା ହେଲେ, ତାଙ୍କ ଭିତରେ କିପରି ‘ଅନ୍ତର୍ବାସନା’ ଜାଗିଥାଏ, ତାହା ପ୍ରଦର୍ଶିତ ହୋଇଛି। ଅପରପକ୍ଷରେ ‘ସୀତା’ରେ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀୟା ପିଲଗାଓଁକର୍ ଓ ଲିଲିପୁଟ୍ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କଥାବସ୍ତୁରେ ଆଜିକାର ଓ ରାମାୟଣ ଯୁଗର ପ୍ରସଙ୍ଗ ରହିଛି। ଓଡ଼ିଶାରୁ ନିର୍ମିତ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ଫିଲ୍ମଫେୟାର ପୁରସ୍କାର- ୨୦୨୧ ପାଇଁ ନାମାଙ୍କିତ ହେବା ନିଶ୍ଚିତ ଭାବେ ଓଡ଼ିଶା ଲାଗି ଗର୍ବ ଓ ଗୌରବର କଥା।
ଏହା ଆଗରୁ ଗତବର୍ଷ ଦୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ‘ନବାବ’ ବି ଫିଲ୍ମଫେୟାର ପୁରସ୍କାର ଲାଗି ନାମାଙ୍କିତ ହୋଇଥିଲା। ତା’ଛଡ଼ା ଏହା ଉଚ୍ଚପ୍ରଶଂସିତ ବି ହୋଇଥିଲା।

-ସମ୍ବାଦ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031