Indus Valley Times

ଓଡ଼ିଶା କ୍ୟାଡର ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କ ସମେତ ୩ ଜଣଙ୍କୁ ସିବିଆଇର ନୂତନ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ମିଳିଲା ନିଯୁକ୍ତି

 Breaking News

November 17
18:05 2021

ନୂଆଦିଲ୍ଲୀ,୧୭/୧୧: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ତିନି ଜଣ ନୂତନ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ କେନ୍ଦ୍ର ସରକାର ଆଜି ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।
ବରିଷ୍ଠ ଆଇପିଏସ୍ ଅଧିକାରୀ ବିଦ୍ୟା ଜୟନ୍ତ କୁଲକର୍ଣ୍ଣି, ଘନଶ୍ୟାମ ଉପାଧ୍ୟାୟ ଏବଂ ନୱଲ ବଜାଜଙ୍କୁ ବୁଧବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ବୋଲି କର୍ମଚାରୀ ମନ୍ତ୍ରାଳୟର ଏକ ନିର୍ଦ୍ଦେଶରେ କୁହାଯାଇଛି।
ତାମିଲନାଡୁ କ୍ୟାଡରର ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ କୁଲକର୍ଣ୍ଣିଙ୍କୁ ଡେପୁଟେସନ୍ ଆଧାରରେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ବୋଲି ଏଥିରେ କୁହାଯାଇଛି।
ସେହିପରି ୧୯୯୯ ବ୍ୟାଚ୍ର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କ ଏହି ପଦବୀରେ କାର୍ଯ୍ୟକାଳ ଜୁନ୍ ୨୯, ୨୦୨୬ ପର୍ଯ୍ୟନ୍ତ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ୧୯୯୫ ବ୍ୟାଚ୍ରୁ ଆସିଥିବା ଏବଂ ମହାରାଷ୍ଟ୍ର କ୍ୟାଡରର ରହିଥିବା ନଓ୍ଵଲ ବଜାଜଙ୍କର କାର୍ଯ୍ୟକାଳ ଜୁନ୍ ୬, ୨୦୧୬ ପର୍ଯ୍ୟନ୍ତ ହେବ ବୋଲି ଏଥିରେ କୁହାଯାଇଛି।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031