Indus Valley Times

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭୟ

 Breaking News

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭୟ

December 10
10:10 2019

ଭୁୁବନେଶ୍ୱର,୧୦ ।୧୨:ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଅଭୟ ସୋମବାର ଦିନ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି ।
କଟକସ୍ଥିତ ପୋଲିସ ହେଡ଼କ୍ୱାର୍ଟରରେ ଅନ୍ତରୀଣ ମହା ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତିଙ୍କ ଠାରୁଏହି ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଏହା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ସଂଗଠିତ କରାଯିବ । ୫-ଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ । ନକ୍ସଲ ପ୍ରବଣ ଅଂଚଳରେ ଉନ୍ନତି କାର୍ଯ୍ୟ ହୋଇଥିଲେ ହେଁ ଆହୁରି ଅଧିକ ଉନ୍ନତି କରାଯିବ । ଅଭିଯୋଗ କାରୀଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରାଯିବା ସହ ସେମାନଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବ । ମାଫିଆରାଜ ଦମନ ଉପରେ ପୂରା ଫୋକସ୍ କରାଯିବ ।
ପୋଲିସ ତଦନ୍ତକୁ ଅଧିକ ଫଳପ୍ରସୂ କରିବା ଉପରେ ଗୁରୁତ୍ୱ ଦିଆଯିବ । ମହିଳା ବିରୋଧି ହିଂସାକୁ ଶୀଘ୍ର ନିୟନ୍ତ୍ରଣ କରାଯିବା ସହ ଦୋଷୀ ସାବ୍ୟସ୍ତ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031