Indus Valley Times

ଔଷଧ ଦୋକାନ, ବେଆଇନ କ୍ଳିନିକ ଉପରେ ଚଢ଼ଉ, ୨ ଟି କ୍ଳିନିକକୁ ସିଲ

 Breaking News

ଔଷଧ ଦୋକାନ, ବେଆଇନ କ୍ଳିନିକ ଉପରେ ଚଢ଼ଉ, ୨ ଟି କ୍ଳିନିକକୁ ସିଲ

September 21
19:30 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୯: ଜିଲା ପ୍ରଶାସନ ଦ୍ୱାରା ଜିଲାର କଂଟାମାଳ ଅଂଚଳରେ ଔଷଧ ଦୋକାନ ଓ ବେଆଇନ କ୍ଳିନିକ ଉପରେ ଚଢ଼ଉ କରାଯାଇଛି । ବେଆଇନ ଭାବେ ଚାଲିଥିବା ୨ ଟି କ୍ଳିନିକକୁ ସିଲ କରାଯିବା ସହ ମାଲିକଙ୍କ ବିରୋଧରେ ଥାନାରେ କେଶ କରାଯାଇଛି । କଂଟାମାଳର ନିରୋଦ ମୈତ୍ର ଓ ବଂଶୀଧର ମହାନା ବେଆଇନ ଭାବେ କ୍ଳିନିକ ଚଳାଉଥିଲେ । ଅନ୍ୟପକ୍ଷରେ କଂଟାମାଳର ଶ୍ୟାମ ମେଡିକାଲ ଷ୍ଟୋର, ଗ୍ଳୋବାଲ ରେମେଡି ଔଷଧ ଦୋକାନ ଚଢ଼ଉ କରିବା ସହ ଦୋକାନରେ ରହିଥିବା ଅନେକ ଅନିୟମିତତା ନେଇ ତଦନ୍ତ କରିଥିଲେ । ଏହାସହ ଔଷଧ ଦୋକାନି ଦ୍ୱୟଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ରିପୋର୍ଟ ସହ ଉଚ୍ଚକତୃପକ୍ଷଙ୍କୁ ସୁପାରିଶ କରିଥିବା ଜଣାପଡିଛି । ଉପଜିଲାପାଳ ସନତ ନାୟକଙ୍କ ନେତୃତ୍ୱରେ ଡ୍ରଗ ଇନସ୍ପେକ ।ର ସନ୍ତୋଷ କୁମାର ପ୍ରଧାନ, କଂଟାମାଳ ତହସିଲଦାର, କଂଟାମାଳ ମେଡିକାଲ ଅଫିସର ଓ ଅନ୍ୟମାନେ ଚଙ୍ଘ଼ଉରେ ସାମିଲ ହୋଇଥିଲେ ।
………………………….
ଆଜାଦୀ କି ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ପାଳନ
ବୌଦ୍ଧ,୨୧/୯: ଆଜାଦୀ କି ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଜାଗା ମିଶନ ଯୋଜନାରେ ଇରିଗେସନ କଲୋନୀସ୍ଥିତ ବିଜୁ ଆଦର୍ଶ କଲୋନୀ ( ସ୍ଲମ ଅଞ୍ଚଳ)ର ସମସ୍ତଙ୍କୁ ନେଇ ଗାନ୍ଧୀ ଓ ଓଡିଶାର ବିଷୟବସ୍ତୁ ଉପରେ ଝୋଟି,ସଙ୍ଗୀତ,ବକ୍ତୃତା, ଚିତ୍ରାଙ୍କନ,ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଆଦର୍ଶ କଲୋନୀର ମିନାକ୍ଷୀ ବିଶ୍ୱାଳ ଓ ପୁଷ୍ପାଂଜଳୀ ଦରୁଆ.ବାବୁସାହିର ଦେବକୀ କ୍ଷେତୀ,ଯଶୋବନ୍ତୀ ଖମାରୀ ଓ କଲୋନୀର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ।
ଏହି କାର‌୍ୟ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଉପାଧ୍ୟକ୍ଷା ସୁଭାଷିନୀ ସେଠୀ,ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିୀଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି କାର‌୍ୟ୍ୟକ୍ରମ ଗୋଷ୍ଠୀ ସଂଗଠିକା ସୁପର୍ଣ୍ଣା ମହାନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031