Indus Valley Times

କଂଗ୍ରେସରୁ ୩ କ୍ରସ ଭୋଟିଂ: ଏଆଇସିସିକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

 Breaking News

କଂଗ୍ରେସରୁ ୩ କ୍ରସ ଭୋଟିଂ: ଏଆଇସିସିକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

କଂଗ୍ରେସରୁ ୩ କ୍ରସ ଭୋଟିଂ: ଏଆଇସିସିକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ
March 16
16:15 2026

ଭୁବନେଶ୍ୱର,୧୬/୩ : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶା ବିଧାନସଭାରେ ଭୋଟିଂ ଚାଲିଛି।ଏହାରି ଭିତରେ କ୍ରସ ଭୋଟିଂକୁ ନେଇ ସବୁଠାରୁ ବଡ଼ ଖବର ଆସିଛି।
ଦଳୀୟ ହ୍ୱିପକୁ ଅବମାନନା କରି ୮ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ସବୁଠାରୁ ବଡ଼ ଧକ୍କା ଲାଗିଛି କଂଗ୍ରେସକୁ। ଦଳର ତିନି ଟାଣୁଆ ନେତା ରମେଶ ଜେନା, ସୋଫିଆ ଫିର୍ଦୋସ୍ ଏବଂ ଦାଶରଥୀ ଗମାଙ୍ଗ କ୍ରସ୍ ଭୋଟିଂ କରିଛନ୍ତି। ନିଜେ ପିସିସି ସଭାପତି ଭକ୍ତ ଦାସ ଏହି ଖବରକୁ ସ୍ପଷ୍ଟ କରିବା ସହ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି।
କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କିଛି ଦିନ ହେବ ନିଖୋଜ ହୋଇଯାଇଥିଲେ। ହଠାତ ସେ ବିଧାନସଭାରେ ପହଂଚି ମତଦାନ କରିଥିଲେ। ମତଦାନ ପରେ ଗଣମାଧ୍ୟମକୁ କହିଥିଲେ କି ସେ ଦଳ ନିର୍ଦ୍ଦେଶରେ ଭୋଟ ଦେଇଛନ୍ତି।
ହେଲେ ଏବେ ଚର୍ଚ୍ଚା ହେଉଛି କି, ସେ କ୍ରସ୍ ଭୋଟିଂ କରିଛନ୍ତି। କେବଳ ସେତିକି ନୁହେଁ କଂଗ୍ରେସ ବିଧାୟିକା ସୋଫିଆ ଫିରର୍ଦ୍ଦୋସ ମଧ୍ୟ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି।
ମହମ୍ମଦ ମୋକିମ୍ କଂଗ୍ରେସ ଛାଡ଼ି ନୂଆ ଦଳ ଗଢ଼ୁଛନ୍ତି, ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସରେ ହୋଇଥିବା ବିଭିନ୍ନ ବୈଠକରେ ଅନୁପସ୍ଥିତ ରହିଥିଲେ। ଆଜି ଭୋଟ ଦେବା ପରେ ସେ ଗଣମାଧ୍ୟମ ଠାରୁ ଦୂରେଇ ଚାଲିଯାଇଥିଲେ।
ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ବି ସେ ପ୍ରଶ୍ନ କରଥିଲେ। ସୋଫିଆ କହିଥିଲେ, ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ। ତେବେ ପୂର୍ବରୁ ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ ଦେବେ। ମୁଁ ନିଶ୍ଚୟ ଭୋଟ ଦେବି, ଏହା ମୋର ଅଧିକାର ବୋଲି ସୋଫିଆ କହିଥିବା ବେଳେ ଆଜି ସେ କ୍ରସ ଭୋଟିଂ କରିଛନ୍ତି।
କଂଗ୍ରେସର ୩ ଜଣ ବିଧାୟକଙ୍କ କ୍ରସ ଭୋଟିଂ ସହଜରେ ଗ୍ରହଣ କରିପାରିନାହାନ୍ତି ପିସିସି। ବିଶେଷ କରି ରମେଶ ଜେନାଙ୍କ ଭଳି ନେତା କିଭଳି ଦଳ ସହ ବିଶ୍ୱାସଘାତକତା କଲେ, ତାହାକୁ ଭକ୍ତ ଦାସ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।
ଘଟଣା ସମ୍ପର୍କରେ ତୁରନ୍ତ ଟେଲିଫୋନ୍ ଯୋଗେ ସେ ଏଆଇସିସି (AICC) କୁ ଜଣାଇ ଦେଇଛନ୍ତି। ଏଥିସହ ଭକ୍ତ ଦାସ କଡ଼ା ଚେତାବନୀ ଦେଇ କହିଛନ୍ତି- \”ଏହି ତିନି ବିଧାୟକ ଆଉ ଆମ ସାଙ୍ଗରେ ବିଧାନସଭାରେ ବସିବେ ନାହିଁ।\”

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031