Indus Valley Times

କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ

 Breaking News

କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ

January 10
18:54 2022

ଚଣ୍ଡିଗଡ଼, ୧୦/୧ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ପଞ୍ଜାବରେ ଏବେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ଦମ ଲଗାଇ ଦେଇଛି ।
ଆଉ ଏହି କ୍ରମରେ ଆଜି ବଲିଉଡ ଅଭିନେତା ତଥା ଲକଡାଉନ ସମୟରୁ ଅସହାୟଙ୍କ ସାହାରା ପାଲଟିଥିବା ସୋନୁ ସୁଦଙ୍କୁ ଭେଟିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ମୋଗାସ୍ଥିତ ବାସଭବନରେ ସୋନୁ ଓ ତାଙ୍କ ଭଉଣୀ ମାଳବିକା ସୁଦଙ୍କୁ ଭେଟିଛନ୍ତି ସିଦ୍ଧୁ ।
ମିଳିଥିବା ସୂଚନା ମୁତାବକ, ଏହି ଭେଟଘାଟ ପରେ ସୋନୁଙ୍କ ଭଉଣୀ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ । ସବୁଠୁ ବଡ କଥା ହେଉଛି ମାଲବିକାଙ୍କୁ କଂଗ୍ରେସରେ ସାମିଲ କରି ମୋଗାରୁ ପ୍ରାର୍ଥୀ କରିପାରେ ଦଳ ।
ଏପରିକି ଏନେଇ ଆଜି ଘୋଷଣା ମଧ୍ୟ ହୋଇପାରେ । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମଧ୍ୟ ମୋଗାରେ ସୋନୁଙ୍କ ଭଉଣୀଙ୍କୁ ଭେଟିପାରନ୍ତି ।
ସୋନୁଙ୍କ ଭଉଣୀଙ୍କୁ ଦଳରେ ସାମିଲ କରି କଂଗ୍ରେସ ପଞ୍ଜାବରେ ବଡ ବାଜି ଖେଳିବାକୁ ଯାଉଛି । କାରଣ ଏହାଦ୍ୱାରା କେବଳ ଯେ କଂଗ୍ରେସ ଶକ୍ତିଶାଳୀ ହେବ ତାହା ନୁହେଁ ବରଂ ସୋନୁଙ୍କ ପ୍ରଂଶସକଙ୍କ ଭୋଟ ହାତେଇବାରେ ମଧ୍ୟ ସଫଳ ହେବ ବୋଲି ଆକଳନ କରୁଛି କଂଗ୍ରେସ ।
ଲକଡାଉନ ସମୟରେ ଶ୍ରମିକଙ୍କ ଭଗବାନ ସାଜି ସୋନୁ ପୂରା ଦେଶବାସୀଙ୍କ ମନ ଜିଣିଥିଲେ । ଆଉ ପଞ୍ଜାବର ପୁଅ ହୋଇଥିବାରୁ ପଞ୍ଜାବବାସୀ ମଧ୍ୟ ଏଥିପାଇଁ ବେଶ ଗର୍ବ ଅନୁଭବ କରିଥିଲେ ।
ତେଣୁ ସୋନୁଙ୍କ ଭଉଣୀଙ୍କ ଜରିଆରେ ପଞ୍ଜାବବାସୀଙ୍କ ଆର୍ଶୀବାଦ ଆପଣାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ସୋନୁ ସୁଦ ନିଜେ ରାଜନୀତି ମୈଦାନକୁ ଲମ୍ଫ ମାରିନଥିଲେ ମଧ୍ୟ ଭଉଣୀ ମାଳବିକା ଏଥର ରାଜନୀତି ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।
ଆଉ ସୋନୁଙ୍କ ଲୋକପ୍ରିୟତା ମାଳବିକାଙ୍କ ପାଇଁ ସବୁଠୁ ବଡ ଭୋଟବ୍ୟାଙ୍କ ବୋଲି କୁହାଯାଉଛି । ଅନ୍ୟପଟେ ମୋଗା ଆସନରେ ପୂର୍ବରୁ କଂଗ୍ରେସର ଦବଦବା ରହିଛି । ତେଣୁ ମୋଗା ଆସନରୁ ମାଳବିକା ଲଢିବାକୁ ମନ ବଳାଇଥିବା କୁହାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031