Indus Valley Times

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

 Breaking News

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
February 08
17:55 2023

ଭୁବନେଶ୍ୱର,୮/୨: କଂଗ୍ରେସରେ ଯୋଗ ଦେଇପାରନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। କଂଗ୍ରେସ ନେତା ଅମୀୟ ପାଣ୍ଡବ ଆଜି ଏ ନେଇ ସୋଶାଲ ମିଡିଆ ପେଜରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର୍ ଧରିଛି। ଅମୀୟ ନିଜ ସୋସିଆଲ୍ ମିଡିଆ ପେଜରେ ଲେଖିଛନ୍ତି, ଆଜି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗ ଦେବେ। ତାଙ୍କୁ ସ୍ୱାଗତଂ ବୋଲି ଲେଖିଛନ୍ତି।
୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାମ କରିଥିଲେ। ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ୨୦୧୩ ପର‌୍ୟ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ।
ଏହାପରେ ବିଜୟ ପଟ୍ଟନାୟକ ୨୦୧୩-୧୪ରେ ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକସନ୍ କମିଶନର ଅଧ୍ୟକ୍ଷ ଏବଂ ୨୦୧୪- ୧୫ରେ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ରହିଥିଲେ। ପରେ ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରୋଜେକ୍ଟର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨ ବର୍ଷ ଧରି କାମ କରିବା ପରେ ବିଜୟ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ପଦରୁ ୨୦୧୭ ମସିହାରେ ଇସ୍ତଫା ଦେଇଥିଲେ।
ତେବେ ୨୦୨୨ ମସିହା ମେ ମାସରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ଏପରିକି ସେ ଏ ନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରୁଥିବା କୁହାଯାଉଥିଲା। ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନ ଥିବା ଗଣମାଧ୍ୟମକୁ କହିଥିଲେ। ତେବେ ଆଜି କଂଗ୍ରେସ ନେତା ଅମୀୟଙ୍କ ସୂଚନା ପରେ ଏହି ଜାତୀୟ ଦଳରେ ଯୋଗଦାନକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031