Indus Valley Times

କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ରାଜ୍ୟ ସରକାର

 Breaking News

କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ରାଜ୍ୟ ସରକାର

December 21
21:21 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨୧ା୧୨: ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବୃଦ୍ଧି ପାଉଥିବା ନାରୀ ନିଯ୍ୟ।।ତନା, ନାବାଳଳିିକା ଅପହରଣ, ଦୁଷ୍କର୍ମ, ହତ୍ୟା, ଚୋରୀ, ଡକାୟତି, ସନ୍ତ୍ରାସବାଦ ଅପରାଧ ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ସୋମବାର ଦିନ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନିକିଆ ଧାରଣା ଦିଆଯାଇଛି । କଂଗ୍ରେସର ଅଭିଯୋଗ ଅନୁଯାୟୀ ରାଜ୍ୟରେ ଅପରାଧୀମାନଙ୍କୁ ରାଜନୈତିକ ସଂରକ୍ଷଣ ମିଳୁଅଛି । ସର୍ବେକ୍ଷଣ ଅନୁଯାୟୀ ଦୈନିକ ୧୧ ଜଣ ଶିଶୁ ଅପହରଣ ହେଉଥିବାବେଳେ ବର୍ଷକ ମଧ୍ୟରେ ୪୩୧୫ ଜଣ ଶିଶୁ ନିଖୋଜ ହେବା ଘଟଣା ରାଜ୍ୟର ସମସ୍ତ ପିତାମାତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ରାଜ୍ୟରେ ମହିଳାଙ୍କ ସୁରକ୍ଷାତ ଦୂରର କଥା ୨୦୧୬ ଠାରୁ ଆଜି ପର୍ଯ୍ୟନ୍ତ ୭ ହଜାରରୁ ନାବାଳକ ନାବାଳିକା ନିଖୋଜ ହୋଇସାରିଥିବାବେଳେ ସେମାନଙ୍କ ମଧ୍ୟରେ ନାବାଳିକାଙ୍କ ସଂଖ୍ୟା ୫୦୫୦ ରହିଥିବା ଜଣାପଡିଛି । ମହିଳାମାନଙ୍କ ପ୍ରତି ଘରୋଇ ହିଂସାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ଦେଶର ଏହି ଘଡିସନ୍ଧି ମୁହୁର୍ତ୍ତରେ ରାଜ୍ୟ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ସଂପୁର୍ଣ୍ଣ ବିଫଳ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ପର୍ଯ୍ୟବେକ୍ଷକ ଭାବରେ ବରିଷ୍ଠ କଂଗ୍ରେସ ନେତା ଡ. ହମିଦ ହୁସେନ ଯୋଗଦେଇ ରାଜ୍ୟ ସରକାର ସାଧାରଣଲୋକଙ୍କ ଆସ୍ଥା ହରାଇଥିବା ଅଭିଯୋଗ କରିଛନ୍ତି । ଏହି ଅବସରରେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା ।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ସୁଧିର କର୍ଣ୍ଣ,ପଙ୍କଜ କର୍ଣ୍ଣ,ବୁଦ୍ଧଦେବ ପ୍ରଧାନ,ଶିବ ବେହେରା,ଉଦ୍ଧବ ବେହେରା,ପ୍ରଦିପ କୁମାର ଦାସ,ଶଙ୍କର ରାଓ,ପୋଲସ୍ତି ପ୍ରଧାନ,ସେବା ଦଳ ସଭାପତି କନିଷ୍ଠ ରାଜହଂସ, ଛାତ୍ରକଂଗ୍ରେସ ସଭାପତି ବିକ୍ରମ ପ୍ରଧାନ,ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ,ରାଏ ସଂଜିବ କୁମାର ଦେଓ,ସରୋଜ ପ୍ରଧାନ,ବେଣୁ ମେହେର, ଜିଲ୍ଲା ସଭାନେତ୍ରୀ ସତ୍ୟଭାମା ମେହେର,ରଘୁନାଥ ପଲିଆ,ଗୌରି ଶତପଥୀ,ତାରେଣି ଜେନା,ଗଣେଶ ଅଗ୍ରୱାଲ, ସମରେନ୍ଦ୍ର ମହାକୁଳ,ବିଶ୍ୱଜିତ ମିଶ୍ର,ଜାମିନି ମୁଖୀ ଓ ସମରେଶ ମିଶ୍ର , ଅର୍ଜ୍ଜୁନ ମହାନନ୍ଦିଆ,ପଙ୍କଜ ମେହେର ପ୍ରମୁଖ ସାମିଲ ହୋଇଥିଲେ ।
ଜାଲରେ ପଡିଲା ୨୫କିଲୋ ବୁଦ ମାଛ

କମ୍ଭୂଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨୧/୧୨:ବୌଦ୍ଧ ମହାନଦୀରୁ ଆଜି ଏକ ୨୫ କିଲୋ ବୁଦ ମାଛ ମିଳିଛି । ଟୁଟୁସିଙ୍ଗା ଗ୍ରାମର ଶ୍ରୀପତି କହରା ଆଜି ସକାଳେ ମହାନଦୀକୁ ଜାଲ ସାହାର୍ଯ୍ୟରେ ମାଛ ମାରିବାକୁ ଯାଇଥିବା ବେଳେ ଜାଲରେ ଏହି ବୁଦ ମାଛଟି ପଡିଥିଲା । ମାଛକୁ ମହାନଦୀ ବ୍ରିଜଛକ ଠାରେ ଥିବା ମାଛ ମାର୍କେଟକୁ ବିକିବା ପାଇଁ ଅଣାଯାଇଥିଲା । ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଦେଇଯାଇଥିବା ମହାନଦୀରେ ଏଭଳି ବିଶାଳକାୟ ବୁଦମାଛ ପ୍ରାୟ ଦେଖିବାକୁ ମିଳିଥାଏ । ଏପରିକି ଚଳିତ ବର୍ଷ ବର୍ଷା ଦିନେ ପ୍ରାୟ ୬୦ କିଲୋ ଓଜନର ବୁଦମାଛ ଦେଖିବାକୁ ମିଳିଥିଲା ।
ପଣ୍ଡରାମାଳି ସମାଜର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ, ନୂତନ କର୍ମକର୍ତା ମନୋନୀତ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୨୧/୧୨: ପାଟଣେଶ୍ୱରୀ ସମଲେଶ୍ୱରୀ ମନ୍ଦିର ନୂର୍ପା ପ୍ରାଙ୍ଗଣରେ ପଣ୍ଡରାମାଳି, ପଣ୍ଡରା ଓ ମାଳି ସମାଜର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ମାର୍କଣ୍ଡ ମହଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି । ନୂତନ କର୍ମକର୍ତା ମନୋନୀତ କରାଯାଇ ସଭାପତି ଭାବେ ଜୟ କୁମାର ଦେହୁରୀ, ଉପ ସଭାପତି ମାର୍କଣ୍ଡ ମହଲା, ସଂପାଦକ ଗୋବର୍ଦ୍ଧନ ସାହୁ, ସହ ସଂପାଦକ ପୁର୍ଣ୍ଣଚନ୍ଦ୍ର କରଡିଆ, କୋଷାଧ୍ୟକ୍ଷ ନିର୍ମଳ ମହଲା, ସାଂଗଠନିକ ସଂପାଦକ ପୁରୁଷୋତମ ମହଲା, ଉପଦେଷ୍ଟା ଭାବେ ଅଚ୍ୟୁତାନନ୍ଦ କରଡିଆ, ତପନ ମଲ୍ଲିକ, ଉପେନ୍ଦ୍ର ନାଏକ ଏବଂ ସମୀକ୍ଷକ ଭାବେ ରବିନ୍ଦ୍ର ହାତୀ, ହନୁମନ୍ତ ଭୋଇ, ମନୋରଞ୍ଜନ ବିଶି ନିର୍ବାଚିତ ହୋଇଥିଲେ । ଅନୁଷ୍ଠାନର ୭ଗୋଟି ଉପକେନ୍ଦ୍ରର କର୍ମକର୍ତାମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ମନୋନୀତ କର୍ମକର୍ତାମାନେ ସମାଜର ବିକାଶ ସହିତ ଜିଲ୍ଲାର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ । ଶେଷରେ ନିରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ତମାଖୁ ବିକ୍ରୟ କରୁଥିବା ୧୪ ଜଣ ଦୋକାନୀଙ୍କ ଉପରେ ଚଢାଉ, ୨୬୦୦ ଟଙ୍କାର ଜୋରିମାନା ଆଦାୟ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୨୧ା୧୨: ବୌଦ୍ଧଜିଲ୍ଲାରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଳାସ୍ତରରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ମିଳିଥିବା ସୂଚନା ମୁତାବକ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ. ପ୍ରଦୋଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ନିଷେଧ ତମାଖୁ ବିକ୍ରୟ କରୁଥିବା ୧୪ ଜଣ ଦୋକାନୀଙ୍କ ଉପରେ ଚଢାଉ କରାଯାଇ ୨୬୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ବୌଦ୍ଧଥାନା ଅର୍ନ୍ତଗତ ବଘିଆପଡା ଓ ବଢିଗାଁ ଅଞ୍ଚଳରେ ଏହି ଚଢାଉ କରାଯାଇଥିବା ଜଣାଯାଇଛି । ବିଶେଷ ଭାବରେ ପାନ ଦୋକାନ ଗୁଡିକରେ ନିଷେଧ କରାଯାଇଥିବା ଗୁଟଖା ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଥିବାବେଳେ ଏହି ଟିମ୍ ର ଚଢାଉ ପରେ ଗୁଟଖା ବିକ୍ରୟକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଜିଲ୍ଲାସାରା ଏହି ଚଢାଉ ଜାରି ରଖିବା ପାଇଁ ସାଧାରଣରେ ଦାବି ହେଉଅଛି । ତମାଖୁ ନିୟନ୍ତ୍ରଣ ପାଇଁ ଗଠିତ ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଭେଷଜ ନିରୀକ୍ଷକ ମୁକେଶ କୁମାର ଧରୁଆ,ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ,ଜିଲ୍ଲା ଅଣ ସଂକ୍ରମିତ ରୋଗ ପରାମର୍ଶଦାତା ଆଲୋକ କୁମାର ମିଶ୍ରଙ୍କ ସମେତ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ । 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031