Indus Valley Times

କଂଗ୍ରେସ ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳିତ

 Breaking News

କଂଗ୍ରେସ ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳିତ

December 29
15:07 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨୯/୧୨: ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ସୋମବାର ଦିନ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ବୁଟୁପାଲି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ଦଳପାଇଁ ଉତ୍ସର୍ଗୀକୃତ ୫୦ଜଣ ବରିଷ୍ଠ କର୍ମୀଙ୍କୁ ଏହି ଅବସରରେ ସମ୍ବୋର୍ଦ୍ଧିତ କରାଯାଇଥିଲା । ଏହି ସମାରୋହରେ ଅତିଥିଭାବେ ବରିଷ୍ଠ କଂଗ୍ରେସ ନେତା ସୁଧିର କୁମାର କର୍ଣ୍ଣ, କେଶବ କ୍ଷେତି, ସଂଜିବ କୁମାର ମହାପାତ୍ର, ସଦାନନ୍ଦ ପ୍ରଧାନ, ଜିଲ୍ଲା କଂଗ୍ରେସ ଆଇନସେବା ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ସରୋଜ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ଓ ବକ୍ତାଭାବେ ସହଦେବ ବାରିକ ପ୍ରମୁଖ ଯୋଗଦେଇ ଦଳର ଆଭିମୁଖ୍ୟ ଓ ଲକ୍ଷ୍ୟ ସଂପର୍କରେ ମତପୋଷଣ କରିଥିଲେ । ଏହି ସମାରୋହରେ ଦଳର ଶତାଧିକ ବରିଷ୍ଠ ନେତା ଓ କର୍ମୀ ଯୋଗଦେବାସହ ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, କୃଷିସେଲ ସଭାପତି ରଘୁନାଥ ପଲିଆଙ୍କ ସମେତ ପଙ୍କଜ କର୍ଣ୍ଣ, ପଲସ୍ତି ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ତାରେଣୀ ଜେନା, ବେଣୁ ମେହେର, ଅର୍ଜ୍ଜୁନ ମହାନ୍ଦିଆ, ଗୌରୀ ଶତପଥି, ଶିବ ବେହେରା, ପଙ୍କଜ କୁମାର ମେହେର, ପ୍ରଦିପ ଦାସ, ସମରେନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦେଇ ଦଳର ଲକ୍ଷ୍ୟ ପଥରେ ଆଗେଇ ଯିବାପାଇଁ ଆହ୍ୱାନ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ସମରେଶ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ବୌଦ୍ଧ: ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ବ୍ୟବସ୍ଥା


କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨୯/୧୨: ସରକାର ସରକାରୀ ବିଦ୍ୟାଳୟରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୋମବାର ଦିନ ଏକ ବଡ ଘୋଷଣ କରିଛନ୍ତି । ସରକାରୀ ବିଦ୍ୟାଳୟରେ ପଢୁଥିବା ଛତ୍ରଛାତ୍ରୀମାନଙ୍କ ପାଇଁ ଇଂଜନିୟରିଙ୍ଗଗ, ମେଡିକାଲ ଆଦି ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି କ୍ୟାବିନେଟରେ ଘୋଷଣ କରାଯିବା ପରେ ବୌଦ୍ଧ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଯୋଗୀନ୍ଦ୍ର ଦେବ ହାଇସ୍କୁଲରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ସରକାରଙ୍କ ଏହି ଘୋଷଣାକୁ ସ୍ୱାଗତ କରିବା ସହିତ ଏହା ଦ୍ୱାରା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପକୃତ ହୋଇ ପାରିବେ ବୋଲି କହିଥିଲେ । ଆଜିର ପ୍ରତିଯୋଗୀତା ଯୁଗରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚିତ ସୁବିଧା ସୁଯୋଗ ଦିଆନଗଲେ ସେମାନେ ଅନ୍ୟ ମାନଙ୍କ ସମକକ୍ଷ ହୋଇପାରିବେ ନାହିଁ । ତେଣୁ ସରକାରଙ୍କ ଏହି ଘୋଷଣା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଂଚର ସଭାପତି ଅଖିଲ ଚାନ୍ଦ ମହାପାତ୍ର, ବୌଦ୍ଧବ୍ଲକ ଗୋଷ୍ଠୀ ଶିକ୍ଷାଧିôକାରୀ ଧ୍ରୃବ ଚରଣ ଘିବେଲା, ଯୋଗୀନ୍ଦ୍ର ଦେବା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟଙ୍କଧର ସାହୁ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ଦାସ, ଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ପ୍ରମୁଖ ଯୋଗଦେଇ ସରକାରଙ୍କ ଘୋଷଣକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ଉମା ପ୍ୟାକ୍ସ୍ ସଂପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
କଂଟାମାଳ/ବୌଦ୍ଧ,୨୯/୧୨: ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଉମା ସେବା ସମବାୟ ସମିତି ଲିଃ ର ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଆଜି ସକାଳୁ ଭିଜିୁଲାନ୍ସ ଚଢଉ ହୋଇଥିବା ଖବର ମିଳିଛି । ତାଙ୍କ ନିକଟରେ ଆୟ ବହିର୍ଭୂତ ସମ୍ପତି ଠୁଳ ହୋଇଥିବା ଅଭିଯୋଗରେ ସୋମବାର ଦିନ ବ୍ରହ୍ମପୁର,ଫୁଲବାଣଓ ଓ ବୌଦ୍ଧ ଭିଜିଲାନ୍ସ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଜଣେ ସମବାୟ ସମିତି ସମ୍ପାଦକଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହେବା ଅଭିଯୋଗରେ ଚଢାଉ ହେବା ଜିଲ୍ଲାରେ ଏହା ପ୍ରଥମ ଘଟଣା । ଶ୍ରୀ ରାଉତଙ୍କ ଘର ସମେତ ଉମା ସେବା ସମବାୟ ସମିତି କାର୍ଯ୍ୟାଳୟ ସମେତ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି,ବ୍ୟାଙ୍କ ପାସବୁକ୍‌,ଘରେ ଥିବା ନଗଦ ଅର୍ଥ ଓ ଗହଣା ସଂପର୍କରେ ମଧ୍ୟ ଭିଜିଲାନ୍ସ ଛାନଭିନ କରୁଥିବା ସୂଚନା ମିଳିଛି । ତେବେ ଭିଜଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢାଉ ବେଳେ ବ୍ୟାଙ୍କ ବେଲେନ୍ସ ୩ ଲକ୍ଷ ୫୫ ହଜାର, ସୁନା ପାଖାପାଖି ୨୦ ଲକ୍ଷ ଟଙ୍କା, ନେଟ କ୍ୟାସ ୭ ଲକ୍ଷ ୧୮ ହଜାର ୯୯୦ ଟଙ୍କା, ମୋଟର ସାଇକେଲ ୬ଟା, ଟ୍ରାକ୍ଟର ୨ଟା, ୪ ଚକିଆ ଗାଡି ୧ଟା,କାର ଗାଡି ୧ଟା ମୋଟ ଦଶଟି ଗାଡି ଯାହାର ମୁଲ୍ୟ ୩୦ ଲକ୍ଷ ଟଙ୍କା,୨ଟା ଘର ୪୮ ଲକ୍ଷ ଟଙ୍କା, ୪ଟା ପ୍ଲଟ ୮୭ ହଜାର ଟଙ୍କା, ଘର କରଣା ସାମାନ ୨ ଲକ୍ଷ ୮୦ ହଜାର ଟଙ୍କା ବୋଲି ଭିଜଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031