Indus Valley Times

କଂଗ୍ରେସ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା: ବୌଦ୍ଧ ପାଇଁ ନବ କୁମାର ମିଶ୍ର, କଣ୍ଟାମାଳ ପାଇଁ ମନୋଜ ଆଚାର୍ଯ୍ୟ

 Breaking News

କଂଗ୍ରେସ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା: ବୌଦ୍ଧ ପାଇଁ ନବ କୁମାର ମିଶ୍ର, କଣ୍ଟାମାଳ ପାଇଁ ମନୋଜ ଆଚାର୍ଯ୍ୟ

କଂଗ୍ରେସ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା: ବୌଦ୍ଧ ପାଇଁ ନବ କୁମାର ମିଶ୍ର, କଣ୍ଟାମାଳ ପାଇଁ ମନୋଜ ଆଚାର୍ଯ୍ୟ
April 03
10:58 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୪ : ବୌଦ୍ଧଜିଲ୍ଲାରେ ରାଜନୈତିକ ଉଷ୍ମତ ବୃଦ୍ଧି ପାଉଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ବୌଦ୍ଧ ପାଇଁ ପ୍ରଦିପ ଅମାତ ଓ କଣ୍ଟାମାଳ ପାଇଁ ମହିଧର ରଣା ଟିକଟ ପାଇଥିବା ବେଳେ ଆଜି ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିରୁ ବୌଦ୍ଧ ନିର୍ବାଚନ ପାଇଁ ସରୋଜ ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ କହ୍ନାଇଁ ଚରଣ ଡାଙ୍ଗଙ୍କ ନାମ ଦଳ ଘୋଷଣା କରିଛି । କଂଗ୍ରେସ ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କଣ୍ଟାମାଳ ପାଇଁ ମନୋଜ ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ତିନି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ଥିବା ବେଳେ ବର୍ତ୍ତମାନ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଯୋରଧରିଛି ।
ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ଜିଲ୍ଲା ସଭାପତି ନବ କୁମାର ମିଶ୍ର ଟିକଟ ପାଇବେ ବୋଲି ଆଗରୁ ଦଳର ଉପସଭାପତି ନକୁଳ ନାଏକ କହିସାରିଥିବା ବେଳେ ଏହା କେବଳ ଉପଚାରିକତା ରହିଥିଲା । ଶ୍ରୀ ମିଶ୍ରଙ୍କ ଟିକଟ ମିଳିବା ଜଣାପଡିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ସେପଟେ କିନ୍ତୁ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି ।
କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ବହୁ ପୁରୁଖା ଓ ଯୁବନେତା ରହିଥିବା ବେଳେ ସେମାନଙ୍କୁ ଦଳିୟ ଟିକଟ ପାଇ ନ ଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳିରୁ ଆମଦାନୀ କରାଯାଇ ଦଳ ଏଠାରେ ପ୍ରାର୍ଥୀ କରିଥିବାରୁ ଦଳିୟ ମହଲରେ ଏବେଠୁ ଅସନ୍ତୋଷ ଦେଖାଦେଇଛି । ମନୋଜ ଆଚାର୍ଯ୍ୟଙ୍କ ପ୍ରାର୍ଥୀତ୍ୱକୁ ନେଇ ବହୁ ନେତା ଖୁଲମ ଖୁଲା ଦଳର କାର୍ଯ୍ୟକଳାପକୁ ନେଇ ଆଙ୍ଗୁଳି ଉଠାଉଛନ୍ତି । ଦଳରେ ଦୀର୍ଘ ଦିନ ହେବ ରହି ଦଳିୟ କାର୍ଯ୍ୟ କରୁଥିବା ବେଳେ ବାହାର ଜିଲ୍ଲାରୁ ପ୍ରାର୍ଥୀ ଦେବାକୁ ନେଇ ସ୍ଥାନିୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦଳରେ ପ୍ରାର୍ଥୀ ଘୋଷଣା ହେବା କ୍ଷଣୀ ଯେଭଳି ଭାବରେ ବିରୋଧର ସ୍ୱର ଶୁଭିଲାଣି ତାହା ଶ୍ରୀ ଆଚାର୍ଯ୍ୟ କିପରି ପରିଚାଳନା କରିବେ ଦେଖିବାକୁ ବାକି ରହିଥିବା ବେଳେ ଏହା ଦଳ ପାଇଁ କେତେଶୁଭଙ୍କର ଆଗାମୀ ଦିନରେ କହିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।
ବୌଦ୍ଧରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ
ବୌଦ୍ଧ, ୩/୪ : ବୌଦ୍ଧରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଭାବେ ଇଂ ସଂଜୟ କୁମାର ପଣ୍ଡା , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପ୍ରତାପ ରଥ ଯୋଗ ଦେଇଥିଲେ ।
ସଭା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସୀଙ୍ଗୀତ ଗାନ କରାଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ତୃପ୍ତିମୟୀ ଭଂଜ ଓଡିଶା ଦିବସ ଅବସରରେ ସଂକ୍ଷିପ୍ତ ଭାଷଣ ଦେଇଥିଲେ । ସଭାରେ ଅତିଥି ପରିଚୟ , ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଓ ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରଚାର ସାରା ସହରରେ କରାଯାଇଥିଲା । ଜିଲ୍ଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ କୁମାର ଦଣ୍ଡସେନା, ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ସହରର ଛକ ମାନଙ୍କରେ ଥିବା ମହାପୁରୁଷମାନଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ କରାଯାଇଥିଲା ।
ବୌଦ୍ଧରେ ଓଡିଶା ପୁଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ବୌଦ୍ଧ,୩/୪ : ବୌଦ୍ଧ ଜିଲ୍ଲା ପୁଲିସ ଓ ୫ମ ଆଇଆରବି ବାଟାଲିୟନ ପକ୍ଷରୁ ମିଳିତଭାବେ ୮୯ତମ ପୁଲିସ ପ୍ରତିଷ୍ଠା ଦିବସ ବଲାସିଙ୍ଗା ସ୍ଥିତ ୫ମ ଆଇଆରବି ବାଟାଲିୟନ ପଡିଆ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏମ.ମିଂଚ ଯୋଗଦେଇ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୁଲିସ ତାର କର୍ତ୍ତବ୍ୟ ଓ କାର୍ଯ୍ୟ ଦକ୍ଷତା ସବୁ ସମୟରେ ପ୍ରତିପାଦନ କରିଆସିଛି । ଆମେ ମାତୃଭୂମୀର ସୁରକ୍ଷାପାଇଁ ଆଗକୁ ମଧ୍ୟ ନିଷ୍ଠାର ସହ କାର୍ଯ୍ୟ କରିଚାଲିବା ବୋଲି କହିଥିଲେ । ଏହି ଅବସରରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପାଠ କରିଥିଲେ । ପୟରେଡକୁ କମାଣ୍ଟେଣ୍ଡଣ୍ଟ ବ୍ରହ୍ମାନନ୍ଦ ମଲିକ ପରିଚାଳନା କରିଥିବା ବେଳେ ଭଗପତି ନାଏକ ପ୍ୟାରେଡକୁ ପରିଚାଳନା ସହଯୋଗ କରିଥିଲେ । ଏଥିରେ ଅତିଥି ଭାବେ ଏସଡିପିଓ କୁଲଦୀପ ମୀନା, ଡିଏସପି ସଂଯୁକ୍ତା ବରାଳ, କପିଳେଶ୍ୱର ବେହେରା, ଆନନ୍ଦ ଡୁଙ୍ଗ ଡୁଙ୍ଗ , ରିଜର୍ଭ ଇନିସ୍ପେକ୍ଟର କୁଳମଣି ଗିରି , ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରିଜର୍ଭ ବାଟାଲିଅନ ଓ ଜିଲ୍ଲା ପୁଲିସ ବାହିନୀର ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରସଂଶନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ଏଏସଆଇ ଅରନ୍ଧୁତୀ ସାହାଣୀ, ହାବିଲଦାର ଶ୍ରୀକାନ୍ତ ବହିଦାର, କନେଷ୍ଠବଳ ପ୍ରତିମା ରାଉତ, ରଂଜିତ ଝାଙ୍କରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ପଞ୍ଚମ ଆଇଆରବି ବାଟାଲିଆନର ଏସଆଇ ଗିରିଧାରୀ ପୋଢ, ଏଏସଆଲ ବିଷ୍ଟୁ ଗୌତମ, ହାବିଲଦାର ତ୍ରିଥୟ ଶବର, କନେଷ୍ଠବଳ ଶୁକ୍ରୁ ସେଠୀଙ୍କୁ ସମ୍ମାନୀ୍ କରାଯାଇଥିଲା ।
ବିଜେପିର ବିଧାୟକ ପ୍ରାର୍ଥୀ ଘୋଷଣା :ବୌଦ୍ଧରୁ ସରୋଜ ପ୍ରଧାନ, କଣ୍ଟାମାଳରୁ କହ୍ନାଇଁ ଚରଣ ଡାଙ୍ଗ
ବୌଦ୍ଧ,୩/୪ : ଭାରତୀୟ ଜନତା ପାର୍ଟି ଆଜି ତାର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ବୌଦ୍ଧ ନିର୍ବାଚନ ପାଇଁ ସରୋଜ ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ କହ୍ନାଇଁ ଚରଣ ଡାଙ୍ଗଙ୍କ ନାମ ଦଳ ଘୋଷଣା କରିଛି । ସରୋଜ ପ୍ରଥମ ଥର ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଯାଉଥିବା ବେଳେ କହ୍ନାଇଁ ଚରଣ ଡାଙ୍ଗ ଚତୁର୍ଥ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ।
ଏଥର ଉଭୟ ନିର୍ବାଚନ ମଣ୍ଡଳିରେ କଡା ଟକ୍କର ହେବାକୁ ଯାଉଛି । ଏହା ପୁର୍ବରୁ ସରୋଜ ତିଲେଶ୍ୱର ପଂଚାୟତର ସରପଂଚ ଓ ସମିତି ସଭ୍ୟ ନିର୍ବାଚିତ ହୋଇଥିବା ବେଳେ ୨୦୨୨ରେ ପଂଚାୟତ ନିର୍ବାଚନରେ ରାଧାନଗର ପଂଚାୟତରୁ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଅଛନ୍ତି । ଏବଂ ସରୋଜଙ୍କ ବଡ ଭାଇ ସୁଶାନ୍ତ ଏହି ବୌଦ୍ଧ ନିର୍ବାଚନ ମଣ୍ଡଳିରୁ ତିନି ଥର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ପରାଜୟ ହୋଇଥିବା ବେଳେ ଏଥର ତାଙ୍କ ସାନ ଭାଇଙ୍କୁ ନିର୍ବାଚନ ମଇଦାନକୁ ଛାଡିଛନ୍ତି ।
ଉଭୟ ଭାଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ମିଳିତ ଭାବରେ ଲାଗି ପଡିଛନ୍ତି ଓ ସଂଗଠନକୁ ସଜାଡିବାରେ ଲାଗିଛନ୍ତି । ନିର୍ବାଚନ ମଣ୍ଡଳିରେ ସରୋଜଙ୍କ ଏକ ନିଜସ୍ୱ ସଂଗଠନ ରହିଛି । ଯାହାକି ତାଙ୍କୁ ନିର୍ବାଚନରେ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି କହ୍ନାଇଁ ଡାଙ୍ଗ ମଧ୍ୟ କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ତିନି ଥର ହାରିଥିବା ବେଳେ ଗତ ୨୦୧୯ ନିର୍ବାଚନରେ ମାତ୍ର ୩୬୫୦ ଭୋଟରେ ପରାଜୟ ହୋଇଥିଲେ । ଏଥର ଦଳ ତାଙ୍କ ଉପରେ ପୁଣି ଭରସା କରି ଟିକଟ ଦେଇଛି । ତାଙ୍କ ସମର୍ଥକ ମଧ୍ୟ ଏଥର ବିଜେପି ଭଲ କରିବ ବୋଲି ଆଶା ରଖିଛନ୍ତି । ସେପଟେ ଏକ ବଡ ଗୋଷ୍ଠୀ ତାଙ୍କୁ ସମର୍ଥନ କରିବାକୁ ଯାଉଥିବା ବେଳେ ତାଙ୍କର ପୁରୁଣା ବନ୍ଧୁ ତଥା ରାଜ୍ୟ ବୟନିକାର ପୂର୍ବତନ ସଭାପତି ଶେଷ କୁମାର ମେହେର ଏଥର ଶ୍ରୀ ଡାଙ୍ଗଙ୍କ ସହିତ ରହିଥିବା ଜଣାପଡିଛି ।
ଶ୍ରୀ ମେହେର ଗତ ୨୦୧୯ ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ୨୮୩୭୦ ଖଣ୍ଡ ଭୋଟ ପାଇଥିଲେ । ଗତ ୩୧ ତାରିଖରେ ସେ ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି । ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ମଧ୍ୟ ରହିଛି । ସେହିପରି ବିଜେଡିର ଏକ ଅସନ୍ତୁଷ୍ଠ ଗୋଷ୍ଠୀ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଥିବା ଜଣାପଡିଛି । ଏପରିସ୍ଥଳେ ଚଳିତ ନିର୍ବାଚନ ଏହି ନିର୍ବାଚନ ମଣ୍ଡଳିରେ ବିଜେଡି ଓ ବିଜେଡି ଉପରେ କଡା ଟକ୍ଟର ଦେଖିବାକୁ ମଳିବ ।
ମଟରସାଇକେଲରୁ ଖସିପଡି ଯୁବ ଆଇନଜୀବୀଙ୍କ ପରଲୋକ
ବୌଦ୍ଧ,୩/୪ : ବୌଦ୍ଧର ଯୁବ ଆଇନଜୀବୀ ସୋମେଶଦତ୍ତ ବିଶ୍ୱାଳଙ୍କ (୫୦) ମଙ୍ଗଳବାର ଦିନ ସନ୍ଧ୍ୟାରେ ମଟରସାଇକେଲରୁ ଖସିପଡି ମୃତ୍ୟୁ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ ଆଇନଜୀବୀ ବିଶ୍ୱାଳ ସନ୍ଧ୍ୟାରେ କିଛି କାମରେ ନିଜର ବାଇକ ଯୋଗେ ସହରର ଏନଏସି ଛକ ଆଡକୁ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ଏନଏସିଛକ ନିକଟରେ ମଟରସାଇକେଲରୁ ତଳେଖସି ପଡିଯାଇଥିଲେ । ସେହି ସମୟରେ ଏସଡିପିଓ କୁଲଦୀପ ମିନା ସେହି ବାଟ ଦେଇ ଯାଉଥିବା ବେଳେ ନିଜ ଗାଡିରେ ତୁରନ୍ତ ତାଙ୍କୁ ବୌଦ୍ଧମୁଖ୍ୟ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସଙ୍ଗେ ଜିଲା ଓକିଲ ସଂଘର ସଭାପତି ଧୁରୀଣ କୁମାର ଦେହୁରୀ, ସମ୍ପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକ, ସହ ସମ୍ପାଦକ ଅମ୍ରିତ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ ତାରେଣୀ କୁମାର ମହାପାତ୍ର, ଅଶୋକ ସାହୁ,ଜିପି ପୃଥିରାଜ ମେହେର ମେଡିକାଲକୁ ଯାଇଥିଲେ । ସ୍ୱର୍ଗତ ବିଶ୍ୱାଳଙ୍କ ନିଜ ଘର କଂଟାମାଳ ବ୍ଳକ ଲୋକାପଡା ଗ୍ରାମ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବୌଦ୍ଧରେ ରହି ଓକିଲାତି କରିଆସୁଥିଲେ । ତାଙ୍କର ପତ୍ନୀ ମିନାରାଣୀ ପ୍ରଧାନ ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ କାର‌୍ୟରତ ଅଛନ୍ତି । ତାଙ୍କର ଦୁଇଜଣ ଝିଅ ଥିବା ଜଣାପଡିଛି ।
ବିପୁଳ ପରିମାଣର ଗଞ୍ଜେଇ ଜବତ, ଟ୍ରକ ଡ୍ରାଇଭର ସମେତ ଦୁଇ ଗିରଫ
ବୌଦ୍ଧ,୩/୪ : ବୌଦ୍ଧ ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପେଟ୍ରୋଲିଂ ଓ ଛକ ଗୁଡିକରେ ଯାନାବାହାନ ଯାଞ୍ଚ କୁ କଡାକଡି କରାଯାଇଛି । ରାଜ୍ୟ ବାହାରକୁ ବିପୁଳ ପରିମାଣର ଗଞ୍ଜେଇ ଟ୍ରକ ଯୋଗେ ଚାଲାଣ କରାଯାଉଥିବା ବେଳେ ମଙ୍ଗଳବାର ଦିନ ବିଶ୍ୱସ୍ତସୁତ୍ରରୁ ସୁଚନା ପାଇଁ ବୌଦ୍ଧ ପୁଲିସର ଏକ ଟିମ୍ ବୌଦ୍ଧଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବାବେଳେ ପଦ୍ମନପୁର ଛକଠାରେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ ।
ଟ୍ରକ ମଧ୍ୟରେ ଖୁଦ ଚାଉଳ ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖି ପୁଲିସ ଟ୍ରକ ସମେତ ଡ୍ରାଇଭର ମଧ୍ୟପ୍ରଦେଶର ରାୱା ଜିଲ୍ଲା ହନୁମାନ ଥାନା ଅନ୍ତର୍ଗତ ଆଲବାକାଲା ଗ୍ରାମର ରାମଦିଲାବର ହରିଜନ(୪୫) ଏବଂ ଲୋଧି ଗ୍ରାମର ଦିନେଶ ୟାଦବାସୀ (୨୨) ଙ୍କୁ ଗିରଫ କରିଥିବାବେଳେ ଅନ୍ୟଜଣେ ଖସି ପଳାଇବାରେ ସଫଳ ହୋଇଥିଲା ।
ଜବତ ଟ୍ରକ ମଧ୍ୟରୁ ୭୭୦ କିଲୋ ଗଞ୍ଜେଇ ଜବତ କରାଯାଇଥିବାବେଳେ ଚାଲାଣକାରୀଙ୍କ ନିକଟରୁ ୩୦ ହଜାର ଟଙ୍କା ଜବତ କରାଯାଇ ବୌଦ୍ଧଥାନା କେସ ନମ୍ବର ୧୫୦/୨୪ ରେ ଏକ ମକଦ୍ଦମା ରୁଜୁ କରାଯାଇଛି । ଏସଡିପିଓ କୁଲଦୀପ ମିନା ବୌଦ୍ଧଥାନାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲା ରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନାକୁ ଦୃଷ୍ଟି ରେ ରଖି ପୁଲିସ ପକ୍ଷରୁ କିଛିମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଏପର‌୍ୟ୍ୟନ୍ତ ୧୧ ହଜାର କିଲୋ ଗଞ୍ଜେଇ ଜବତ କରାଯାଇ ଥିବାବେଳେ ୪୧ ଜଣଙ୍କୁ ଗିରଫ କରାଯାଇଥିବା ସେ ସୁଚନା ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031