Indus Valley Times

କଚେରି ଛକ ଡିଭାଇଡର ଉପରେ ଚଢ଼ିଗଲା ଟ୍ରକ୍,ଅଳ୍ପକେ ବର୍ତ୍ତିଗଲା ଜନଜୀବନ

 Breaking News

କଚେରି ଛକ ଡିଭାଇଡର ଉପରେ ଚଢ଼ିଗଲା ଟ୍ରକ୍,ଅଳ୍ପକେ ବର୍ତ୍ତିଗଲା ଜନଜୀବନ

December 16
17:22 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୬/୧୨: ଦୁର୍ଘଟଣା ପ୍ରବଣ ବଲାଙ୍ଗିର ରେ ଆଜି ଭୋର୍ ୪ ଟା ବେଳେ ଏକ ମାଳ ବୋଝେଇ ଟ୍ରକ କଚେରି ଛକ ନିକଟରେ ଥିବା ଡିଭାଇଡର ଉପରକୁ ମାଡ଼ି ଯାଇଛି।ଅଳ୍ପକେ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସହରବାସୀ।ଏଭଳି ଘଟଣା ଦୁର୍ଘଟଣା ଅନେକ ଥର କଚେରି ଛକ ରୁ ପାଟଣା ହୋଟେଲ ଛକ ମଧରେ ଘଟି ସାରିଲାଣି।ଅନେକ ଜୀବନ ଯାଇ ସାରିଲାଣି ଗାଡ଼ି ଚାଲକ ର ବେପରୁଆ ଗାଡ଼ି ଚାଳନା ଯୋଗୁଁ।ତଥାପି ପ୍ରଶାସନ ଚେଇଁ ଶୋଇଛି ।
ସଂକୀର୍ଣ୍ଣ ଅଣଓସାରିଆ ରାସ୍ତାରେ ଡିଭାଇଡର ଦେଇ ରାସ୍ତାକୁ ଆଉ ସଂକୀର୍ଣ୍ଣ କରାଯାଉଛି।ଯଦ୍ୱାରା ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ହେଉଛି।ଯଦି ଡିଭାଇଡର ଦେବା ପାଇଁ ପ୍ରଶାସନ ତତ୍ପର ତେବେ ଜାଗା ଅଧିଗ୍ରହଣ କରି ରାସ୍ତା ବିଭାଜନ କଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ।ଡିଭାଇଡର ଓସାରିଆ ରାସ୍ତାରେ ଲଗାଯାଉଥିବା ବେଳେ ସହର ଭିତରେ ଥିବା ସଂକୀର୍ଣ୍ଣ ରାସ୍ତାରେ ଲଗାଯିବା କେତେଦୂର ଯୁକ୍ତିଯୁକ୍ତ।
ଏଣୁ ଡିଭାଇଡର କାଢି ଟ୍ରାଫିକ ନିୟନ୍ତ୍ରଣ ର ବିକଳ୍ପ ବ୍ୟବସ୍ଥା କରିବା ଜରୁରୀ ଅଟେ।ସହର ମଧ୍ୟ ଦେଇ ଭାରି ଯାନ ଗୁଡ଼ିକ ଯାଉଥିବା ବେଳେ ବହୁ ସମୟରେ ଦୁର୍ଘଟଣା ଘଟି ଅନେକ ଜନ ଜୀବନ ଯାଇଥିବା ନଜିର ଅଛି।ଏଣୁ ବଲାଙ୍ଗିର ବାଇପାସ୍ କାର‌୍ୟ୍ୟ କୁ ତ୍ୱରାନ୍ୱିତ କରାଗଲେ ଅନେକ ଜନ ଜୀବନ ଦୁର୍ଘଟଣା ଜନିତ ଅବେଳ ମୃତ୍ୟୁ ମୁହଁରୁ ସୁରକ୍ଷିତ ରହନ୍ତେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930