Indus Valley Times

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି

 Breaking News

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି
September 23
19:15 2024

କଟକ,୨୩/୯ : ସାଲେପୁର ବ୍ଲକ ଆତୋଡା ଗାଁରେ ରୋହିଣୀ ନାମ ଏକ ଅପମିଶ୍ରିତ କ୍ଷୀର କାରଖାନା ଠାବ ହୋଇଛି । ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୁଲିସ ମିଳିତ ଚଢାଉ କରିଛି । ଚଢ଼ାଉ ବେଳେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିବା ଜଣାପଡିଛି।
କେବଳ କ୍ଷୀର ନୁହେଁ ଦହି ଏବଂ ଲସି ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠାଯାଉଥିଲା । ଏହି ଅପମିଶ୍ରିତ ଖାଦ୍ୟ ଖାଇ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ରୋଗୀଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ପରେ ଏସପି ଓ ଖାଦ୍ୟନିରାପତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ କମ୍ପାନୀକୁ ସିଲ କରାଯାଇଛି। ଅନ୍ୟପଟେ ଫୁଡ ଡିପାର୍ଟମେଣ୍ଟ ଉକ୍ତ ଦୁଗ୍ଧ ଫ୍ୟାକ୍ଟ୍ରି ରୁ ସମସ୍ତ ସାଂପୁଲ ସଂଗ୍ରହ କରିଥିବା ବେଳେ ମାଲିକ ପ୍ରଫୁଲ କୁମାର ପରିଡା କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930