Indus Valley Times

କଟକ ଗୋପାଳପୁର ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ଅନେକ ଯାତ୍ରୀ ଆହତ ସୂଚନା

 Breaking News

କଟକ ଗୋପାଳପୁର ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ଅନେକ ଯାତ୍ରୀ ଆହତ ସୂଚନା

କଟକ ଗୋପାଳପୁର ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ଅନେକ ଯାତ୍ରୀ ଆହତ ସୂଚନା
February 14
19:34 2024

ଭୁବନେଶ୍ୱର, ୧୪/୨ : ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍ ‘ଚନ୍ଦନ’ କଟକରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋପାଳପୁର ଓଭରବ୍ରିଜ୍ ଅତିକ୍ରମ କରିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏନଏଚ୍ ୧୬ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଚନ୍ଦନ ବସ୍ରେ ୪୦ରୁ ଅଧିକ ଲୋକ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଆହତଙ୍କମାନଙ୍କୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବସ୍ଟି ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାଇକେଲ ଆରୋହୀ ହଠାତ୍ ବସ୍ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଏହାପରେ ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଚନ୍ଦନ ବସ୍ ଓଲଟି ପଡ଼ିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବସ୍ଟି ଓଲଟି ପଡ଼ିବା ପରେ ପ୍ରଥମେ ସ୍ଥାନୀୟ ଲୋକମାନେ ହିଁ ଉଦ୍ଧାର କାର‌୍ୟ୍ୟରେ ସାମିଲ ହୋଇଥିଲେ। ସେମାନେ ବସ୍ ମଧ୍ୟରୁ ମହିଳା ଓ ପୁରୁଷ ଯାତ୍ରୀମାନଙ୍କୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲେ।
ଏହାପରେ ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର‌୍ୟ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏବେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଦୁର୍ଘଟଣା ପରେ କାଠଯୋଡ଼ି ଓଭରବ୍ରିଜ ଉପରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031