Indus Valley Times

କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ

 Breaking News

କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ

April 01
14:16 2025

କଟକ, ୧/୪ : କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ ଯୋଗୁ ଘଟିଛି ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲା।
ଆଜି ସକାଳ ୧୦ଟା ସମୟରେ ଦୋକାନ ଖୋଲିବା ସମୟରେ ଏସି ଅନ କରିବା ପରେ ହଠାତ ଏସି ଟି ଫାଟି ଯାଇଥିଲା। ଯାହା ଫଳରେ ଦୁଇ ମହଲା କୋଠା ବିଶିଷ୍ଠ ଏହି ଭିଇଆପି ସୋ ରୁମରେ ଅଗ୍ନିକାଣ୍ଡ ବ୍ୟାପକ ରୂପ ନେଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ହୋଇଯାଇଥିଲା ଧୂଆଁମୟ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଦୋକାନକୁ ବନ୍ଦ କରଯାଇଛି। ସୋ ରୁମରେ ପାଖାପାଖି ୮୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା କହିଛନ୍ତି ସୋରୁମ ମାଲିକ। ନିଆଁ ଲାଗିବା ସମୟରେ କୌଣସି କର୍ମଚାରୀ ସୋ ରୁମରେ ନଥିବା କହିଛନ୍ତି ସେ । ଅଗ୍ନିଶମ ବିଭାଗର ୬ଟି ଟିମ ଓ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟା ସମୟରେ ଦୋକାନ ଖୋଲିବା ସମୟରେ ଏସି ଅନ କରିବା ପରେ ହଠାତ ଏସି ଟି ଫାଟି ଯାଇଥିଲା। ଯାହା ଫଳରେ ଦୁଇ ମହଲା କୋଠା ବିଶିଷ୍ଠ ଏହି ଭିଇଆପି ସୋ ରୁମରେ ଅଗ୍ନିକାଣ୍ଡ ବ୍ୟାପକ ରୂପ ନେଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ହୋଇଯାଇଥିଲା ଧୂଆଁମୟ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଦୋକାନକୁ ବନ୍ଦ କରଯାଇଛି। ସୋ ରୁମରେ ପାଖାପାଖି ୮୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା କହିଛନ୍ତି ସୋରୁମ ମାଲିକ। ନିଆଁ ଲାଗିବା ସମୟରେ କୌଣସି କର୍ମଚାରୀ ସୋ ରୁମରେ ନଥିବା କହିଛନ୍ତି ସେ । ଅଗ୍ନିଶମ ବିଭାଗର ୬ଟି ଟିମ ଓ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ। ନିଆଁ ଲାଗିବାର କାରଣ ଏବଂ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ସିଂ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930