Indus Valley Times

କଟକ ବାଦାମବାଡିରେ ଥିବା KFC ରେସ୍ତୋରାଁରେ ଚଢାଉ କଲା ଖାଦ୍ୟ ସୁରକ୍ଷା ଟିମ୍

 Breaking News

କଟକ ବାଦାମବାଡିରେ ଥିବା KFC ରେସ୍ତୋରାଁରେ ଚଢାଉ କଲା ଖାଦ୍ୟ ସୁରକ୍ଷା ଟିମ୍

November 02
16:26 2021

କଟକ,୨/୧୧: KFCରେ ସିଏମସି ଖାଦ୍ୟ ସୁରକ୍ଷା ସ୍କ୍ୱାଡର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି KFC ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଆଜି ବାଦାମବାଡିରେ ଥିବା କେଏଫସିରେ ଖାଦ୍ୟ ସୁରକ୍ଷା ଟିମ୍ ଚଢାଉ କରି କିଛି ଖାଦ୍ୟ ଜବତ କରିଛି ।
ପରୀକ୍ଷା ପାଇଁ ଏହି ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।
ଦୀପାବଳି ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ କଟକରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲଗୁଡିକରେ ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି ।
କାରଣ ଏଭଳି ଭିଡ ସମୟରେ ଖାଦ୍ୟ ଷ୍ଟଲଗୁଡିକ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବା ପୂର୍ବରୁ ଅଭିଯୋଗ ରହିଛି। ତେଣୁ ପାର୍ବଣ ସମୟରେ ଯେପରି ଖାଦ୍ୟ ଷ୍ଟଲଗୁଡ଼ିକ ଲୋକଙ୍କୁ ନିମ୍ନମାନର ଖାଦ୍ୟ ନଦିଅନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଟିମ ଚଢ଼ାଉ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031