Indus Valley Times

କଟକ ମହାନଦୀ ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଯୁବକ ନିଖୋଜ, କାରଣ ଅସ୍ପଷ୍ଟ

 Breaking News

କଟକ ମହାନଦୀ ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଯୁବକ ନିଖୋଜ, କାରଣ ଅସ୍ପଷ୍ଟ

କଟକ ମହାନଦୀ ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଯୁବକ ନିଖୋଜ, କାରଣ ଅସ୍ପଷ୍ଟ
October 28
16:18 2021

କଟକ,୨୮/୧୦: ମହାନଦୀ ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନାହିଁ ।
ତେବେ ବ୍ରିଜ୍ ଉପରେ ତାଙ୍କ ସ୍କୁଟି ଓ ମୋବାଇଲ୍ ରହିଛି । ନିଖୋଜ ବ୍ୟକ୍ତି ଜଣଙ୍କ ଭୁବନେଶ୍ବରର ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ମହାନଦୀ ମୁଣ୍ଡଳୀ ବ୍ୟାରେଜ ଉପରେ ଗାଡି ଓ ମୋବାଇଲ ରଖି ଜଣେ ବ୍ୟକ୍ତି ପାଣି ଭିତରକୁ ଡେଇଁପଡିଛନ୍ତି । ଏ ନେଇ ଖବର ପାଇ ଅଗ୍ନିଶମବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।
ତେବେ ସେ କେଉଁ କାରଣରୁ ପାଣିକୁ ଡେଇଁଛନ୍ତି ସେ ସମ୍ପର୍କରେ ମଧ୍ୟ କୌଣସି ପତ୍ତା ମିଳିପାରିନାହିଁ । ଏହା ପଛରେ ପାରିବାରିକ କଳହ କିମ୍ବା ଅନ୍ୟ କେଉଁ କାରଣ ରହିଛି ତାହାର ମଧ୍ୟ ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930