Legatus

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ବନ୍ଦ ଡାକରା

 Breaking News

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ବନ୍ଦ ଡାକରା

September 13
11:40 2023

କଣ୍ଟାବାଞ୍ଜି,୧୩/୯ : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି।
ଆଜିର ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି। ଜରୁରୀକାଳୀନ ସେବାକୁ ଏବଂ ପରୀକ୍ଷା ଚାଲୁଥିବା ସ୍କୁଲକୁ ବନ୍ଦରୁ ବାଦ ଦିଆଯାଇଛି। ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରୁଛନ୍ତି।
ତେବେ ଏହି ବନ୍ଦ ଡାକରା ଦେବା ସହ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ମିଳୁ ବୋଲି ଦାବି ରଖିବା ସହ ଜିଲ୍ଲା ନାହିଁ ତ ଭୋଟ ନାହିଁ ର ମଧ୍ୟ ନାରା ଦେଇଛନ୍ତି । ଆଜିର ଏହି ବନ୍ଦରେ ସହର ର ୬୦ ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ପୁଟେଲ, (ସଭାପତି,ଜିଲ୍ଲା ସଙ୍ଘର୍ଷ ସମିତି), ବରିୟାମ ସିଂ ସାଲୁଜା (ଏନଏସି ଅଧକ୍ଷ, କଣ୍ଟାବାଞ୍ଜି ), ବ୍ରଜଶ୍ୟାମ ଗୁରୁ (କାର୍ଯ୍ୟକାରୀ ସଭାପତି , ଜିଲ୍ଲା ସଂଘର୍ଷ ସମିତି କଣ୍ଟାବାଞ୍ଜି ) ଥିବା ବେଳେ ପ୍ରଦୀପ ବାଗ, କୈଳାଶ ଦୀପ, ଅଜୟ ଅଗ୍ରୱାଲ, ଅମରଚନ୍ଦ ଶର୍ମା, ଗିରି ରାଜ ସିଂହ ମାଝୀ, ବେଦ ବ୍ୟାସ ନାଗ, ପ୍ରେମ ବାଗ, ବିଶର୍ବ ବେହେରା ସମେତ ଶତାଧିକ ସଦସ୍ୟ ଏଥିରେ ସାମିଲ ରହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31