Indus Valley Times

କଣ୍ଟାବାଞ୍ଜି ଷ୍ଟେସନରେ ଅଘଟଣ, କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

 Breaking News

କଣ୍ଟାବାଞ୍ଜି ଷ୍ଟେସନରେ ଅଘଟଣ, କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

November 21
12:10 2023

ବଲାଙ୍ଗୀର,୨୧/୧୧ : ବଲାଙ୍ଗୀର କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ ।
ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ରେନର ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ତୁରକେଲା ରେଲୱେ ଷ୍ଟେସନରୁ ଟ୍ରେନଟି ଆସିଥିବା ବେଳେ ତୁରେକେଲାର ଷ୍ଟେସନ ମାଷ୍ଟର ନିଆଁ ଲାଗିଯାଇଥିବା ସମ୍ପର୍କରେ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ ।
ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି । ଟ୍ରେନ ବଗିରେ କୋଇଲା ଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ରେଲୱେ ଅଧିକାରୀ କିମ୍ବା ଅଗ୍ନିଶମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ କ୍ଷ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031