Indus Valley Times

କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

 Breaking News

କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ
March 20
20:15 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୩ : ଶୁକ୍ରବାର ଅପରାନ୍ହ ୪ ଘଣ୍ଟା ସମୟରେ କଣ୍ଟାମାଳ ଥାନା ସମ୍ମୁଖରୁ କାର ସହ ୨୯୬ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ଖବର ପାଇ ଆଇଆଇସି ବାସୁଦେବ ଭୋଇଙ୍କ ନେତୃତ୍ବରେ କଣ୍ଟାମାଳ ପୋଲିସର ଏକ ଟିମ୍ ଥାନା ସମ୍ମୁଖରେ ଗୋଟିଏ କାରକୁ ଅଟକାଇ ଯାଞ୍ଚ କରିଥିଲେ ।
ସେଥିରେ ଗଞ୍ଜେଇ ମିଳିଥିଲା ଓ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବାରୁ ତାହା ୨୯୬ କେଜି ହୋଇଥିଲା ।
କାରରେ ଥିବା ରାଉରକେଲା ସେକ୍ଟର ଥାନା ଅଞ୍ଚଳର ଅନୁପ କିରୋ ନାମକ ଯୁବକଙ୍କୁ ଗିରଫ କରା ଯାଇଥିଲା । ଏ ସମ୍ପର୍କରେ କଣ୍ଟାମାଳ ଥାନାରେ NDPS ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଜୁକ୍ତ କୋର୍ଟ ଚାଲାଣ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930