Legatus

କଣ୍ଟାମାଳ ନିର୍ବାଚନ ମଣ୍ଡଳି କିରାସିରା ଓ ମହେଶ୍ୱରପିଣ୍ଡାରେ ସାନି ମତଦାନ : ୭୯.୯୫ପ୍ରତିଶତ ମତଦାନ କିରାସିରାରେ ୪୫୭ ମତଦାତା ଓ ମହେଶ୍ୱରପିଣ୍ଡାରେ ୯୧୧ ଜଣ ମତଦାତା ଦେଲେ ଭୋଟ

 Breaking News

କଣ୍ଟାମାଳ ନିର୍ବାଚନ ମଣ୍ଡଳି କିରାସିରା ଓ ମହେଶ୍ୱରପିଣ୍ଡାରେ ସାନି ମତଦାନ : ୭୯.୯୫ପ୍ରତିଶତ ମତଦାନ କିରାସିରାରେ ୪୫୭ ମତଦାତା ଓ ମହେଶ୍ୱରପିଣ୍ଡାରେ ୯୧୧ ଜଣ ମତଦାତା ଦେଲେ ଭୋଟ

କଣ୍ଟାମାଳ ନିର୍ବାଚନ ମଣ୍ଡଳି କିରାସିରା ଓ ମହେଶ୍ୱରପିଣ୍ଡାରେ ସାନି ମତଦାନ : ୭୯.୯୫ପ୍ରତିଶତ ମତଦାନ କିରାସିରାରେ ୪୫୭ ମତଦାତା ଓ ମହେଶ୍ୱରପିଣ୍ଡାରେ ୯୧୧ ଜଣ ମତଦାତା ଦେଲେ ଭୋଟ
May 24
10:38 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୫ : କନ୍ଧମାଳ ସଂସଦୀୟ କ୍ଷେତ୍ର ବୌଦ୍ଧ ଜିଲ୍ଲା କଂଟାମାଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ରକ୍ସା ( ଦହ୍ୟା ) ପଞ୍ଚାୟତର କିରସିରା ଓ ମହେଶ୍ୱରପିଣ୍ଡା ବୁଥରେ ଗତ ୨୦ ତାରିଖରେ ଭୋଟ ଗ୍ରହଣ ବେଳେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ପରେ ପୁର୍ନବାର ଗୁରୁବାର ଦିନ ଉକ୍ତ ଦୁଇ ବୁଥରେ ସାନି ମତଦାନ ଗ୍ରହଣ କରାଯାଉଛି । ଉଭୟ ବୁଥ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାରେ ସାନି ମତଦାନ ଶେଷ ହୋଇଛି । କିରସିରା ବୁଥ ନଂ ୨୬ରେ ୫୨୯ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୪୫୭ ଜଣ ଭୋଟର ମତଦାନ କରିଥିଲେ ।
ସେହପରି ମହେଶ୍ୱରପିଣ୍ଡା ୨୮ ନଂ ବୁଥରେ ୧୧୮୪ ଜଣ ଭୋଟର ଥିବା ବେଳେ ସେଠାରେ ୯୧୧ ଜଣ ଭୋଟର ମତଦାତା କରିଛନ୍ତି । ଉଭୟ ବୁଥର ମତଦାନ ହାର ୭୯.୯୫ପ୍ରତିଶତ ହୋଇଥିବା ଜଣାପଡିଛି । ମତଦାନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ସନ୍ଧାନୀ କୁକୁର ମଧ୍ୟ ନିୟାଜିତ କରାଯାଇଥିଲା ।
ମତଦାତା ମାନେ ଯେପରି ସୂଚାରୁ ରୁପେ ମତଦାନ କରିବେ ସେ ନେଇ ପ୍ରାଶାସନ ପକ୍ଷରୁ ପାଣିର ବ୍ୟବସ୍ଥା କରାଯାଇଥିଲା । ଭୋଟ ଗ୍ରହଣକେନ୍ଦ୍ର ଆଗରେ ଅତିରିକ୍ତ ଜିଲ୍ଲାପାଳ ତଥା କଂଟାମାଳ ନିର୍ବାଚନୀ ମଣ୍ଡଳୀର ରିଟର୍ଣ୍ଣି ଅଧିକାରୀ ଦିଲିପ କୁମାର ମହାପାତ୍ର, ଏସପି ରାଜ ପ୍ରସାଦ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଦ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ କୁମାର ଦଣ୍ଡସେନାଙ୍କ ସମତେ ଅଧିକାରୀମାନେ ଉପସ୍ଥିତ ଥିଲେ ।
ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୧୨ ଜଣ କର୍ମଚାରୀ ନିଲମ୍ବିତ
ବୌଦ୍ଧ,୨୪/୫ : ବୌଦ୍ଧଜିଲାରେ ସାଧାରଣ ନିର୍ବାଚନ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬ନମ୍ବର କିରାସିରା ଓ ୨୮ ନମ୍ବର ମହିସରପିଣ୍ଡା ବୁଥରେ ମତଦାନ ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ଏବଂ ଏ ସଂପର୍କରେ ପ୍ରମାଣ ମିଳିବା ପରେ ଉଭୟ ବୁଥରେ ସାନି ନିର୍ବାଚନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ୨୩ ତାରିଖରେ ପୁଲିସର କଡା ସୁରକ୍ଷା ମଧ୍ୟରେ ଏବଂ ବରିଷ୍ଠ ଅଧିକାରୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଭୟ ବୁଥରେ ପୁନର୍ବାର ନିର୍ବାଚନ କରିବାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଜେ . ସୋନାଲ ନିର୍ଦ୍ଦେଶ ଜାରି କରିଛନ୍ତି । ଉଭୟ ବୁଥରେ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି ।
ସୂଚନା ମୁତାବକ ୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨୬ ନମ୍ବର କିରାସିରା ବୁଥ ପ୍ରିଜାଇଡିଂ ଅଫିସର ଦାୟିତ୍ୱରେ ଥିବା ଏଲଡିଏମ ଫିଲଡ ଅଫିସର ଅନନ୍ତ ରାମକୃଷ୍ଣ ସାହୁ, ଅନ୍ୟ ପୁଲିଂ ଅଧିକାରୀ ଘଣ୍ଟାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସତ୍ୟ ନାରାୟଣ ପଣ୍ଡା,ଡାଙ୍ଗମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୁରୁଷୋତ୍ତମ ମହଲା,ଦପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଦିପ କୁମାର ପଟେଲ ଓ ଚାରିଛକ ଟିଓୟୁପି ର ଲିଙ୍ଗରାଜ କହଁର ଓ ଶୁଣ୍ଡିପଦର ବିଦ୍ୟାଳୟର ରବିନ କୁମାର ବସ୍ତିଆଙ୍କୁ ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଜେ. ସୋନାଲ ନିଲମ୍ବିତ କରିଛନ୍ତି ।
ସେହିପରି ମହିସର ପିଣ୍ଢା ୨୮ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଟେକ୍ସଟାଇଲ ଇନିସପେକ୍ଟର ଉଦିପ୍ତ ଶେଖର ସୁନା,ଅନ୍ୟ ପୁଲିଂ ଅଧିକାରୀ ଲୁଣିବାହାଲ ବିଦ୍ୟାଳୟର ଚିରଞ୍ଜିବି ଭୁକ୍ତା,ବିରିଗଡ ବିଦ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ,ଲକ୍ଷ୍ମୀ ପ୍ରସାଦ ବିଦ୍ୟାଳୟର ଅଜିତ କୁମାର ମହାପାତ୍ର , କୃଷି ସମବାୟ ସମିତିର ନିର୍ମଳ ବାରିକ୍ ଓ ଘଣ୍ଟାପଡା ଡିଗ୍ରୀ ମହାବିଦ୍ୟାଳୟର କ୍ଷୀରୋଦ ରଣାଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ଜଣାଯପଡିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31