Indus Valley Times

କନ୍ଧମାଳରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ୨୭ ଜଣଙ୍କର ଶୁଣାଣି ହେଲା

 Breaking News

କନ୍ଧମାଳରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ୨୭ ଜଣଙ୍କର ଶୁଣାଣି ହେଲା

April 18
19:00 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୧୮/୪: ଦୀର୍ଘ ଦୁଇ ବର୍ଷ ପରେ ସୋମବାର ଦିନ ଖୋଲିଛି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ । ଯାହାକୁ ନେଇ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି ।
ସେହିପରି ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା ବୃନ୍ଦା ଡି, ଏସ୍ପି ଭିନୀତ ଅଗ୍ରଓ୍ୱାଲ୍, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ସୋମବାର ଦିନ ପ୍ରାୟ ୨୭ଜଣଙ୍କ ଅଭିଯୋଗ ଶୁଣାଣି ହୋଇଛି କ୍ଷ ତେବେ କରୋନା ସଂକ୍ରମଣ ଲାଗି ଦୁଇ ବର୍ଷ ହେଲା ବନ୍ଦ ଥିବା ଅଭିଯୋଗ ପ୍ରକୋଷ୍ଠ ସୋମବାର ଦିନ ଆରମ୍ଭ ହୋଇଛି । କିନ୍ତୁ ଆବଶ୍ୟକ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁଁ କମ୍ ସଂଖ୍ୟକ ଲୋକ ଆସିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031