Indus Valley Times

କନ୍ଧମାଳ : କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ଣ୍ଣନ ମଣ୍ଡଳୀ କଳାକାର ; କଳାକାର ମହଲରେ ଅସନ୍ତୋଷ

 Breaking News

କନ୍ଧମାଳ : କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ଣ୍ଣନ ମଣ୍ଡଳୀ କଳାକାର ; କଳାକାର ମହଲରେ ଅସନ୍ତୋଷ

July 07
18:30 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୭/୭: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଚାଲୁରହିଛି ।
ଲୋକକଳା ଓ ଲୋକସଂସ୍କୃତି କୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାର ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ କୁ ଲୋକେ ପ୍ରଶଂସା କରିଛନ୍ତି ।
ସରକାର ଓଡିଶା ରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି । ବିଲୁପ୍ତ ପ୍ରାୟ କଳା କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ର ସର୍ବ ପୁରାତନ ପରମ୍ପରା ସଂକୀର୍ଣ୍ଣନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ବାଦ ଦିଆଯାଇଛି ।
ଇ-ରେଜିଷ୍ଟେସନ ବେଳେ ସଂକୀର୍ଣ୍ଣନ କଳାକାର ଙ୍କୁ ରେଜିଷ୍ଟ୍ରେସନ ପାଇଁ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମନା କରିଥିବା ଅଭିଯୋଗ ହେଉଛି ।
କଳାକାର ପାଇଁ ଖାଇବା ବ୍ୟବସ୍ଥା କରା ଯାଇ ନଥିବାରୁ ଦୂର ଦୁରାନ୍ତ ରୁ ଅଡିସନ ରେ ଭାଗ ନେଇଥିବା କଳାକାର ଭୋକ ଉପ ବାସରେ ଫେରିଥିବା ଅଭିଯୋଗ ହେଉଛି । କନ୍ଧମାଳ ଜ଼ିଲ୍ଲା ରେ ନାମ ସଂକୀର୍ଣ୍ଣନ ମାଧ୍ୟମ ରେ କଳା ଓ ସଂସ୍କୃତି କୁ ଵଞ୍ଚାଇ ରଖିଥିବା କଳା କାରଙ୍କୁ ବାଦ ଦିଆଯାଇଥିବାରୁ କଳାକାରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଆଗାମୀ ଦିନରେ ଜ଼ିଲ୍ଲାର ସମସ୍ତ ସଂକୀର୍ଣ୍ଣନ ମଣ୍ଡଳୀ ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କୁ ଘେରାଉ କରିବାକୁ କଳାକାର ମାନେ ଚେତାବନୀ ଦେଇଛନ୍ତି ।
ଏନେଇ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କୁ ପଚାରିବାରୁ ପ୍ରତିକ୍ରିୟା ରେ କହିଛନ୍ତି ଯେ ସଂକୀର୍ଣ୍ଣନ କଳାକାର ଙ୍କୁ ଚୟନ ପ୍ରକ୍ରିୟା ରେ ସୁଯୋଗ ଦେବାପାଇଁ ସଂସ୍କୃତି ଅଧିକାରୀ ଙ୍କୁ ଅନେକ ଥର ଅନୁରୋଧ କରିଛି କିନ୍ତୁ ଫଳପ୍ରଦ ହୋଇନାହିଁ ।
ଜ଼ିଲ୍ଲା ର ସଂକୀର୍ଣ୍ଣନ କଳାକାର ଙ୍କୁ ସୁଯୋଗ ନ ମିଳିବା ବିଡମ୍ବନା ର ବିଷୟ ଏହା ମୋତେ ବ୍ୟଥିତ କରୁଛି ।
ପାରିବାରିକ କଳହ ର କରୁଣ ପରିଣତି: ସ୍ତ୍ରୀ କୁ କଟୁରୀ ରେ ବେକକୁ କାଟିଲା ସ୍ୱାମୀ
ବାଲିଗୁଡା,୭/୭:କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ ବୁହୁକିଆ ରେ ଏକ ଅଭାବନୀୟ ଘଟଣା ସ୍ତ୍ରୀ ର ବେକକୁ କଟୁରୀ ରେ କାଟିଲା ସ୍ୱାମୀ ଗୁରୁବାର ସକାଳୁ ଏହିଭଳି ଅଭାବନୀୟ ଘଟଣା ଘଟିଛି ।
ପାରିବାରିକ କହଳ ରୁ ଏହି ଘଟଣା ଘଟିଛି । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଲେତିଙ୍ଗିଆ ଗାଁ ର ବିଷ୍ଟର ପ୍ରଧାନ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳ ର ମଣ୍ଟୁ ପ୍ରଧାନ ଙ୍କୁ ବିବାହ କରିଥିଲେ କିଛି ଦିନହେବ ଉଭୟ ଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା ।
ସ୍ୱାମୀ ର ଗଞ୍ଜଣା ସହ୍ୟ କରିନପାରି ବାପା ଘରକୁ ଆସିଥିଲେ ଆଜି ଉତ୍ୟକ୍ତ ହୋଇ ଲେତୀଙ୍ଗିଆ ଗାଁ କୁ ଯାଇ ଏହିଭଳି କାଣ୍ଡ ଭିଆଇ ଥିବା ଜଣା ପଡିଛି । ବିଷ୍ଟେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ, କ.ନୂଆଗାଁ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ପରିବାର ଲୋକ ଙ୍କ ଅଭିଯୋଗ ପରେ କ.ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031