Indus Valley Times

କନ୍ଧମାଳ: କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

 Breaking News

କନ୍ଧମାଳ: କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

କନ୍ଧମାଳ: କୋଟଗଡ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ
February 27
20:07 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୨: ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା କମିଟି କନ୍ଧମାଳ, ଶିଶୁ ବିକାଶ ସମନ୍ନିତ ପ୍ରକଳ୍ପ କୋଟଗଡ ଓ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ କୋଟଗଡ ପଞ୍ଚାୟତ ସମିତି ସଭାଗୃହରେ ସେବା ଓ ଯନ୍ତ୍ର ଆଵଶ୍ୟକ କରୁଥିଵା ଶିଶୁ ମାନଙ୍କ ପାଇଁ କନ୍ଧମାଳ ଶିଶୁ ମଙ୍ଗଳ ସମିତିର ଭ୍ରାମ୍ୟମାଣ ଅଦାଲତ କ୍ୟାମ୍ପ୍ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ କୋଟଗଡ ଗୋଷ୍ଠିଉନ୍ନୟନ ଅଧିକାରୀ ଅର୍ଜୁନ ପ୍ରଧାନ ଯୋଗ ଦେଇ ଉଦଘାଟନ କରି ପ୍ରଶାସନ ସଵୁଵେଳେ ଶିଶୁ ଓ ଲୋକଙ୍କ ସେଵାରେ ଅଛନ୍ତି ବୋଲି କହିଥିଲେ ଓ ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଵା ବେଳେ ସାହାରା ସ୍ୱେଛାସେଵୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟର ପଦକ୍ଷେପକୁ ପ୍ରଶଂସା କରି ଆଗାମି ଦିନରେ ଏହିଭଳି କାର୍ଯ୍ୟକ୍ରମ କଲେ ସାହାରା ଅନୁଷ୍ଠାନ ସହଯୋଗ କରିଵେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏହି କ୍ୟାମ୍ପ ରେ କୋଟଗଡ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ୮୧ ଜଣ ସେବା ଓ ଯନ୍ତ୍ର ଆବଶ୍ୟକ କରୁଥିବା ଶିଶୁ ସେମାନଙ୍କ ର ଅଭିଭାଵକଙ୍କ ସହ ଯୋଗ ଦେଇଥିଲେ ।
ଏହି କ୍ୟାମ୍ପ ରେ ୮୧ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଚିହ୍ନଟ କରି ସେମାନଙ୍କୁ ସରକାରଙ୍କର ଵିଭିନ୍ନ ଯୋଜନା ଯଥା,ଆଶୀର୍ବାଦ ଯୋଜନା, ଭିନ୍ନକ୍ଷମ ଯୋଜନା, ସ୍ପନ୍ସସରସିଫ୍ ଯୋଜନା, ଏହିପରି ଅନେକ ଯୋଜନା ରେ ଅନ୍ତର୍ଭୁକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ରଜତ କୁମାର ଦିଗାଳ ଓ କମିଟିର ସଦସ୍ୟ ସଦାଶିବ ପାତ୍ର , ରାମଚଦ୍ର ପରିଡା , ଓ କମିଟିର ସଦସ୍ୟା ମମତା ଦାସ, ଏଡିଇଓ ଅନିଲ କୁମାର ଵେହେରା ପ୍ରମୁଖ ଉପସ୍ଥିତ ଥାଇ ସମସ୍ତ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବରିଷ୍ଠ ସମାଜସେବୀ ମନୋଜ ସାଵତ ଓ ସାହାରା ଅନୁଷ୍ଠାନର ସଂଯୋଜକ ଡି ବାଦଳ ଦେଵ୍ , ମିରା ପ୍ରଧାନ, ସୁକାନ୍ତ ଵଳିୟାର ସିଂ, ସୁପରଭାଇଜର ସଵିତା ଜେନା, ଶିଶୁ ସୁରକ୍ଷା ୟୁନିଟର ସୁନିଲ ପ୍ରଧାନ, ସରୋଜ କହଁର, ବାବ୍ରୁ ମୋହନ ମାଝୀ, ଵନଵାସି ଅନୁଷ୍ଠାନର ଆଲୋକ, ସିସିଆଇ ର ନିର୍ମଳା ରାଉତ ଓ ଅଙ୍ଗନବାଡି କର୍ମି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ବାଲିଗୁଡା :ପଞ୍ଚୁଦଣ୍ଡ ପରିଚାଳନା କମିଟି ର କର୍ମକର୍ତ୍ତା ନିର୍ବାଚନ: ଏପ୍ରିଲ ୯ ରେ ତେରଶମ୍ଭୁ ମିଳନ ପାଇଁ ନିଷ୍ପତି
ବାଲିଗୁଡା,୨୭/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ଦାସ, ଉପସଭାପତି ବଂଶୀଧର ପଣ୍ଡା, ସମ୍ପାଦକ ଭାବେ ମଦନ ମୋହନ ପାଢୀ, ସହ ସମ୍ପାଦକ ଭଗବବାନ ପଣ୍ଡା,କୋଷାଧକ୍ଷ ଭାବେ ସୁରେଶ ଚନ୍ଦ୍ର ମହାନ୍ତି , ଅଧିକାରୀ ଭାବେ ଶିବରାମ ପ୍ରଧାନୀ, ଉପଅଧିକାରୀ ଭାବେ ସୁବାଷ କହଁର ଏବଂ ଉପଦେଷ୍ଟା ଭାବେ ଅଶୋକ କୁମାର ପଟ୍ଟନାୟକ, ସୋମନାଥ ପଣ୍ଡା, ଯୋଗେନ୍ଦ୍ର ଜେନା ପ୍ରମୁଖ ମନୋନୀତ ହୋଇଛନ୍ତି ।
ଏହାପରେ କମିଟି ଦ୍ୱାରା ଆଗାମୀ ଦିନରେ ତେରଶମ୍ଭୁ ମିଳନ ଆସନ୍ତା ଏପ୍ରିଲ ୯ତାରିଖ ରବିବାର ଦିନ ବଜାର ଛକ ଠାରେ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥି ନିମନ୍ତେ ଆଗୁଆ ପ୍ରସ୍ତୁତି କରିବା ପାଇଁ ଆଲୋଚନା କରାଯାଇଛି । ଏହି ତେରଶମ୍ଭୁ ମିଳନ କାର‌୍ୟ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିବା ପାଇଁ କମିଟିର ସଭାପତି ଶ୍ରୀ ଦାସ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।
କନ୍ଧମାଳ : ପ୍ରଶାସନର ଦୃଷ୍ଟି ଆଢୁଆଳରେ ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ
ବାଲିଗୁଡା,୨୭/୨ : ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାକୁ ପ୍ରଚାର ବା ପ୍ରସାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟ କରିଥାଏ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଜି.ଉଦୟଗିରି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଫେବୃୟାରୀ ଆରମ୍ଭରୁ ତାଲା ଝୁଲୁଛି । ବିବରଣୀରୁ ପ୍ରକାଶ ଯେ, ଉକ୍ତ କାର୍ଯ୍ୟାଳୟଟି ୧୯୮୦ ମସିହାରେ ୬ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା।
ଏହି କାର୍ଯ୍ୟାଳୟର କାର୍ଯ୍ୟ ଥିଲା ସରକାରୀ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିକଟରେ ପରଦା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା। ଏଥିପାଇଁ ରେଡିଓ ଇନସ୍ପେକ୍ଟର ଓ ଅପରେଟର ନିଯୁକ୍ତି ହୋଇଥିବା ବେଳେ ଏହା ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।
ପରେ ବିଭିନ୍ନ କାରଣରୁ ଏହି କାର୍ଯ୍ୟାଳୟରୁ ଚାରିଜଣ କର୍ମଚାରୀ ଚାଲିଯିବା ପରେ ଜଣେ ଲାଇବ୍ରେରିଆନ ଓ ଅନ୍ୟଜଣେ କର୍ମଚାରୀରେ ବହୁ ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଚାଲିଥିଲା।
ତେବେ ମଝିରେ କିଛି ଦିନ ପାଇଁ ଜଣେ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ବଦଳି ହୋଇଯିବା ପରେ ପୁଣି ଦୁଇଜଣରେ କାର୍ଯ୍ୟାଳୟ ଚାଲିଥିଲା।ପରବର୍ତ୍ତୀ ସମୟରେ ପ୍ରାୟ ଦେଢ ବର୍ଷ ହେଲା ଲାଇବ୍ରେରିଆନଙ୍କ ପଦୋନ୍ନତି ହୋଇଯିବା ପରେ ତାଙ୍କୁ ଫୁଲବାଣୀ ବଦଳି ହୋଇଯାଇ ଥିଲା।
ସେହିଦିନଠାରୁ ଜଣେ ତଳିଆ କର୍ମଚାରୀରେ କାର୍ଯ୍ୟାଳୟ ସୁରୁଖୁରୁରେ ଚାଲିଥିବା ବେଳେ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ସେ କର୍ମଚାରୀ ମଧ୍ୟ ସ୍ବେଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତାଙ୍କର ସ୍ବେଚ୍ଛାକୃତ ଅବସର ଗ୍ରହଣଯୋଗ୍ୟ ହୋଇ ଗତ ଜାନୁଆରୀ ୩୧ ତାରିଖରେ ତାଙ୍କୁ ଅବସର ଦିଆଯାଇଥିଲା ।
ପ୍ରକାଶ ଥାଉକି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ଅଞ୍ଚଳ ଏହି କାର୍ଯ୍ୟାଳୟ ଅନ୍ତର୍ଗତ ଅଞ୍ଚଳ ହୋଇଥିବା ବେଳେ ଫେବୃୟାରୀ ମାସ ଆରମ୍ଭରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।
କନ୍ଧମାଳ : ବିଦ୍ୟାଳୟରେ ପାଠପଢା ବଦଳରେ ରୋଷେଇ ପାଇଁ ପାଣି ବୋହି ରାନ୍ଧୁଛନ୍ତି ଛାତ୍ରଛାତ୍ରୀ
କନ୍ଧମାଳ,୨୭/୨: ବିଦ୍ୟାଳୟରେ ରୋଷେଇ କରୁଛନ୍ତି ଛାତ୍ରୀଛାତ୍ର। ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଝାଡ଼ବଲସକୁମ୍ପା ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ଏହି ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ପାଠ ପଢ଼ିବା ପରିବର୍ତ୍ତେ ସ୍କୁଲରେ ରୋଷେଇ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଉଛି। ଶନିବାର ସକାଳୁଆ ସ୍କୁଲ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ପାଚିକା କୌଣସି କାର୍ଯ୍ୟରେ ବ୍ୟସ୍ତତା ଯୋଗୁଁ ସ୍କୁଲକୁ ଆସି ନ ଥିଲେ। ଯାହା ଦ୍ୱାରା ପ୍ରାଥମିକ ସ୍କୁଲରେ ପଢୁଥିବା ୨୫ ଜଣ ଛାତ୍ରୀଛାତ୍ରମାନଙ୍କ ପାଇଁ କୋମଳମତି ଛାତ୍ରମାନେ ପାଣି ବୋହିବା ସହିତ ଛାତ୍ରୀମାନେ ମଧ୍ୟାହ୍ନ୍ ଭୋଜନ ରାନ୍ଧିଥିଲେ।
ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷାଅଧିକାରୀ ଏହାର ତଦନ୍ତ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିହେଉଛି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ କୁମାର ମଣି ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ସ୍କୁଲର ପାଚିକା ଉର୍ମିଳା ବେହେରାଙ୍କ ଦିଅରଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ସେ ସ୍କୁଲ ଯାଇ ପାରିନଥିଲେ।
ଶିକ୍ଷକ ଦୁର୍ଯ୍ୟୋଧନ ପରିଡ଼ା ରୋଷେଇ କରିବା ପାଇଁ ମୁଁ ଦାୟିତ୍ୱ ଦେଇ କିଛି ଅଫିସ କାମରେ ଯାଇଥିଲି। ଅନ୍ୟପଟେ ସ୍କୁଲର ନଳକୁପ ଖରାପ ଥିବାରୁ ପିଇବା ପାଣି ଦୁଇ ବାଲଟି ଛାତ୍ରମାନେ ଆଣିବାକୁ ଯାଇଥିଲେ। ମାତ୍ର ରୋଷେଇ କରିବା ଘଟଣା ମିଥ୍ୟା ବୋଲି କହିଛନ୍ତି। ଆମ୍ଭେ ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଉକ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031