Indus Valley Times

କନ୍ଧମାଳ : ଗିରଫ ମହିଳାଙ୍କ ଖଲାସ ଦାବିରେ ଥାନା ଘେରାଉ

 Breaking News

କନ୍ଧମାଳ : ଗିରଫ ମହିଳାଙ୍କ ଖଲାସ ଦାବିରେ ଥାନା ଘେରାଉ

July 08
08:53 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୮/୭:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଡ଼ ପୋଲିସ କିଛି ମହିଳାଙ୍କୁ ଗୁରୁବାର ସକାଳୁ ଗିରଫ କରିଥିବା ପ୍ରତିବାଦ ରେ ଶତାଧିକ ଉତ୍ୟକ୍ତ ଗ୍ରାମବାସି ସାରଙ୍ଗଗଡ଼ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ବନେଗାଁ ର କିଛି ଗରିବ ଆଦିବାସୀ ମହିଳା ସବୁଦିନ ପରି ଗୁରୁବାର ମଧ୍ୟ ପ୍ରତ୍ୟୁଷରେ ମୁଣ୍ଡରେ ଜାଳେଣି କାଠ ବୋଝ ଧରି ସାରଙ୍ଗଡ଼ ବଜାର କୁ ବିକ୍ରୀ କରିବାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ମହିଳା ଙ୍କୁ ପୋଲିସ ଗିରଫ କରିଥିଲା ।
ବିନା ଦୋଷ ରେ ପୋଲିସ ମହିଳା ମାନଙ୍କୁ ଗିରଫ କରିବା ପ୍ରତିବାଦରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ ।
ଯାହା ଫଳରେ ବାଲିଗୁଡ଼ା, ରାୟଗଡା, ଭବାନୀପାଟଣା, ବ୍ରହ୍ମପୁର, କଟକ, ଭୁବନେଶ୍ୱର ଭଳି ବିଭିନ୍ନ ଅଞ୍ଚଳକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ଫଳରେ ରାସ୍ତାର ଦୁଇ ପାର୍ଶ୍ଵ ରେ ବହୁ ଗାଡି ଅଟକି ରହିଥିଲା ।
ଖବରପାଇ କ.ନୂଆଗାଁ ତହସିଲଦାର ଘଟଣା ସ୍ଥଳ ରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031