Indus Valley Times

କନ୍ଧମାଳ : ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ

 Breaking News

କନ୍ଧମାଳ : ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ

କନ୍ଧମାଳ : ଗୋଛାପଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, ଶହୀଦ ସପ୍ତାହ ପାଳନ ପାଇଁ ଆହ୍ବାନ
July 27
21:00 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୭/୭: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳରେ ମାଓବାଦୀ ମାନେ ବ୍ୟାନର ଲଗାଇ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି ।
ଗୋଛାପଡା ଥାନାର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥିବା ଗୋଛାପଡା ପଞ୍ଚାୟତର ଡେରାକୁମ୍ପା ଗାଁ ନିକଟରେ ଥିବା ଡ୍ରାଗନ ବଗିଚା ନିକଟରେ ଗୁରୁବାର ସକାଳୁ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ସେହିଭଳି କୁଏରମାଣ୍ଡୁ, ପାହିରାଜୁ, ଓ ବାଲନ୍ଦାପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ୟ ମାଓ ବ୍ୟାନର ଲାଗିଥିବା ଖବର ମିଳିଛି। ବ୍ୟାନରରେ ଜୁଲାଇ ୨୭ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ ଆହ୍ବାନ ଦେଇଛି ଲାଲବାହିନୀ।
ସିପିଆଇ ମାଓ ବାଦୀ ସଙ୍ଗଠନ ତରଫରୁ ଏହି ମାଓ ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି । ଏହି ମାଓ ବ୍ୟାନର ଦେଖିବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଯେ, ଏହି ଅଞ୍ଚଳରେ ପୂର୍ବରୁ ମାଓବାଦୀ ଓ ସୁରକ୍ଷା ବାହିନୀ ଅନେକ ଥର ମୁହାଁମୁହିଁ ହୋଇଥିବା ବେଳେ କିଛି ଦିନ ତଳେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30