Legatus

କନ୍ଧମାଳ ଜିଲା ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଜେଡି ଉପବାଚସ୍ପତି ପ୍ରାର୍ଥୀ

 Breaking News

କନ୍ଧମାଳ ଜିଲା ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଜେଡି ଉପବାଚସ୍ପତି ପ୍ରାର୍ଥୀ

November 20
19:35 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୦/୧୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଧାନସଭା ନିମନ୍ତେ ଉପବାଚସ୍ପତି ପ୍ରାର୍ଥୀ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶ୍ରୀ ପ୍ରଧାନ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଶାସକ ଓ ବିରୋଧୀ ଦଳଙ୍କ ମତାମତକୁ ସମ୍ମାନ ଦେବି ବୋଲି ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଚଳିତମାସ ୮ରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଉପବାଚସ୍ପତି ପଦ ଖାଲି ପଡିଥିଲା।
କାର୍ତ୍ତିକ ମାସ ଚତୁର୍ଥ ସୋମବାର : ଜଳେଶ୍ଵର ପୀଠରେ ୨୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ
ବାଲିଗୁଡା,୨୦/୧୧: କାର୍ତ୍ତିକ ମାସର ଚତୁର୍ଥ ସୋମବାର କନ୍ଧମାଳ ଜିଲ୍ଲା ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ଥିବା ପ୍ରତ୍ୟେକ ଶୈବ ପୀଠ ରେ ବ୍ୟାପକ ଜନ ସମାଗମ ହୋଇଥିବା ବେଳେ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଜଳେଶ୍ଵର ଶୈବ ମନ୍ଦିରରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି।
ପ୍ରଥମ ,ଦ୍ବିତୀୟ, ତୃତୀୟ ସୋମବାର ଠାରୁ ଆଜି ଚତୁର୍ଥ ସୋମବାରରେ ଢ଼େର୍ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। କନ୍ଧମାଳ ଜିଲ୍ଲା ସମେତ ପଡ଼ୋଶୀ କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗିର, ଗଞ୍ଜାମ ଓ ବରଗଡ, ସମ୍ବଲପୁର ଓ ବୌଦ୍ଧ ରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଆସିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ତୁମୁଡ଼ିବନ୍ଧ ଥାନା ପକ୍ଷରୁ ଥାନା ଅଧିକାରୀ ଆଶୁତୋଷ ଜେନା, ସର୍ବେଶ୍ଵର ଖାଡଙ୍ଗାଙ୍କ ସମେତ ପୁଲିସ ସଦଳବଳ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଏତେ ସଂଖ୍ୟକ ଭକ୍ତଙ୍କ ଭିଡ ଜମିବା ଆକଳନ କରାଯାଇ ନଥିଲା।
ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁଲିସ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ଜାତୀୟ ରାଜପଥ କଡ଼ରେ ହିଁ ସମସ୍ତ ଦୁଇ ଚାକିଆ ଯାନ ଠାରୁ ଆରମ୍ଭ କରି ଚାରି ଚକିଆ ଗାଡ଼ି ଅଟକାଇ ରଖିଥିଲା।
ଲୋକେ ଚାଲି ଚାଲି ମନ୍ଦିର ନିକଟକୁ ଯାଇଥିଲେ । ରାହୁଳ ନଦୀ ମଧ୍ୟ ଭାଗରେ ମନ୍ଦିର ରହିଥିବା ବେଳେ ସେଠାକୁ ଯିବା ପାଇଁ ଲମ୍ବା ଲମ୍ବା କାଠ ଓ ବାଲି ବସ୍ତା ପକାଯାଇଥିଲା। ଲୋକେ ବିପଦ ପୂର୍ଣ୍ଣ ଯିବା ଆସିବା କରୁଥିଲେ। ପୁଲିସ ଉପସ୍ଥିତ ରହି କିଛି ଲୋକଙ୍କୁ ଛାଡୁଥିବା ବେଳେ କିଛି ଲୋକଙ୍କୁ ଦର୍ଶନ କରି ଶିଘ୍ର ଫେରିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଥିଲା କ୍ଷ ବହୁ ଶ୍ରଦ୍ଧାଳୁ ନଦୀ ନିକଟରେ ରୋଷେଇ କରୁଥିବା ବେଳେ ମନ୍ଦିର କମିଟି ମଧ୍ୟ ପ୍ରାସାଦ ସେବନ ର ବ୍ୟବସ୍ଥା କରିଥିଲେ।
ରାସ୍ତା କଡ଼ରେ ବିଭିନ୍ନ ପୂଜା ସାମଗ୍ରୀ ଦୋକାନ ଖୋଲା ଯାଇଥିଲା।କାର୍ତ୍ତିକ ମାସର ଶେଷ ସୋମବାର ଓ ପୂର୍ଣ୍ଣମୀରେ ମଧ୍ୟ ଏହା ଠାରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି କ୍ଷ
ଏଣୁ ଅଧିକ ପୁଲିସ ମୃତାୟନ କରାଯିବା ସହ ଟ୍ରାଫିକ ଓ ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ କରିବା ପାଇଁ ଅଧିକ ପୁଲିସ ମୁତୟନ ସହ ଜଣେ ପ୍ରସାଶନିକ ଅଧିକାରୀ ନିୟୋଜନ କରିବା ପାଇଁ ଜନସାଧାରଣ ଙ୍କ ତରଫରୁ ପ୍ରବଳ ଦାବୀ ହେଉଛି। ମନ୍ଦିର କୁ କୁଭଳି ଭକ୍ତ ଆସି ଦର୍ଶନ କରିବେ ଓ ପ୍ରାସାଦ ସେବନ କରିବେ ସେଥି ପାଇଁ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31