Indus Valley Times

କନ୍ଧମାଳ ଜିଲ୍ଲାପାଳ ଙ୍କ ଲଣ୍ଡାଗାଁ ଓ ଖମନଖୋଲ ପଞ୍ଚାୟତ ପରିଦର୍ଶନ: ଗୋଦାବରୀଶ ମିଶ୍ର ବିଦ୍ୟାଳୟ ସ୍ଥାନ ଚିହ୍ନଟ

 Breaking News

କନ୍ଧମାଳ ଜିଲ୍ଲାପାଳ ଙ୍କ ଲଣ୍ଡାଗାଁ ଓ ଖମନଖୋଲ ପଞ୍ଚାୟତ ପରିଦର୍ଶନ: ଗୋଦାବରୀଶ ମିଶ୍ର ବିଦ୍ୟାଳୟ ସ୍ଥାନ ଚିହ୍ନଟ

July 30
19:59 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୦/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକର ସୀମାନ୍ତ ପଞ୍ଚାୟତ ଲଣ୍ଡାଗାଁ ଓ ଖମନଖୋଲ ପଞ୍ଚାୟତର ବିଭିନ୍ନ ଅଞ୍ଚଳ କୁ କନ୍ଧମାଳ ଜିଲାପାଳ ବେଦଭୂଷଣ ଦିନିକିଆ ପରିଦର୍ଶନରେ ଆସି ବିଭିନ୍ନ ଗ୍ରାମାଞ୍ଚଳ କୁ ଯାଇଥିବା ବେଳେ ଲଣ୍ଡାଗାଁ ବାସିନ୍ଦା ବିଭିନ୍ନ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।
ସେ ଗୁଡ଼ିକର ସମାଧାନ ଖୁବ ଶିଘ୍ର କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି କ୍ଷ ତତ ସଙ୍ଗେ ସଙ୍ଗେ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ନିମନ୍ତେ ମଧ୍ୟ ଲଣ୍ଡାଗାଁ ପଞ୍ଚାୟତ ର ଖଇରବାଡ଼ି ଏବଂ ଖମନଖୋଲ ପଞ୍ଚାୟତର ଖମନଖୋଲ ଠାରେ ଏପରି ଦୁଇଟି ସ୍ଥାନ ନିରୂପଣ କରାଯାଇଛି । ଉକ୍ତ ଦୁଇ ସ୍ଥାନକୁ ଯାଇ ଜିଲାପାଳ ବୁଲି ଦେଖିଛନ୍ତି । ଏଥି ସହ ଲଣ୍ଡାଗାଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଜିଲାପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ପ୍ରଦୀପ ରଣା, ପ୍ରଧାନଶିକ୍ଷକ ଜଗବନ୍ଧୁ ନାୟକ, ବିଜେପି ଜିଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଅଭିରାମ ରାଣା, ଲଣ୍ଡାଗାଁ ସରପଞ୍ଚ ତୁଳସୀ ଝଙ୍କାର, ମୋତିଲାଲ ରଣା, ହେମନ୍ତ ରଣାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930